ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରାତ୍ରୀକାଳୀନ ନିରାମୟ ସେବା ବନ୍ଦ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡ଼ିଆ : ଭଦ୍ରକ

ଗରିବ ଓ ଦୁସ୍ଥ ଲୋକଙ୍କୁ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଲକ୍ଷ୍ୟରେ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି । ଯେମିତି କି ପରିବେଶ ପାଇଁ କାୟାକଳ୍ପ ଠାରୁ ଆରମ୍ଭ କରି ମାଗଣା ଔଷଧ ଓ ଔଷଧ କ୍ଷେତ୍ରରେ ନିରାମୟ ଯୋଜନା । ଏବଂ ଏସବୁ ଯୋଜନାର ସଠିକ୍ ତଦାରଖ ପାଇଁ ନିକଟରେ ୫-ଟି ଲାଗୁ ହୋଇଛି । ଏହା ପ୍ରଣୟନ ପରେ ରାଜ୍ୟର ସମସ୍ତ ଚିକିତ୍ସାଳୟ ଏବେ ଚଳଚଞ୍ଚଳ ହୋଇପଡିଛି । ମାତ୍ର ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ୨୪ ଘଣ୍ଟିଆ ନିରାମୟ ଔଷଧ ବିତରଣ କେନ୍ଦ୍ରଟି ରାତିରେ ବନ୍ଦ ରହୁଛି । ଯାହା ବୁଦ୍ଧିଜୀବୀ ମହଲରେ ଘୋର ପ୍ରତିକି୍ରୟା ସୃଷ୍ଟି କରିଛି । ଏଠାରେ ସୂଚନାଯୋଗ୍ୟ ଏହି ଡାକ୍ତରଖାନା ଉପରେ କେବଳ ଭଦ୍ରକ ଜିଲା ନୁହେଁ ପଡୋଶୀ ବାଲେଶ୍ୱର, କେନ୍ଦୁଝର, ଯାଜପୁର ଭଳି ବହୁ ଜିଲାବାସୀ ନିର୍ଭର କରିଥାନ୍ତି । ଅନୁରୂପ ଏହା ୧୬ନଂ ଜାତୀୟ ରାଜପଥ ପାଶ୍ୱର୍ରେ ଅବସ୍ଥିତ ଥିବାରୁ ପ୍ରତିଦିନ ଦୁର୍ଘଟଣାଗ୍ରସ୍ତ ରୋଗୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ଜରୁରୀକାଳୀନ ବ୍ୟକ୍ତିମାନେ ଏହାକୁ ନିଜର ମାଧ୍ୟମ ଭାବେ ବ୍ୟବହାର କରିଆସୁଛନ୍ତି । ତେବେ ୫-ଟି ଯୋଜନା ପରେ ଏହି ଚିକିତ୍ସାଳୟଟିରେ ଅନେକ କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହୋଇଛି । କୋଟି କୋଟି ଟଙ୍କାର ଅତ୍ୟାଧୁନିକ ଯନ୍ତ୍ରାଂଶ ଆସଛି । ମାତ୍ର ତାହାର ସଦୁପଯୋଗ କରିବା ପାଇଁ କୌଣସି ଟେକ୍ନିସିଆନ କିମ୍ବା ଡାକ୍ତର ନାହାଁନ୍ତି । ଦୁଃଖର ବିଷୟ ଗତ ୩ ଦିନ ଧରି ଏଠାରେ ଥିବା ନିରାମୟ ଯୋଜନାର ଔଷଧ ବିତରଣ କେନ୍ଦ୍ର ରାତିରେ ବନ୍ଦ ରହୁଛି । ଫଳରେ ରାତି୍ରକାଳୀନ ରୋଗୀମାନେ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏ ସଂପର୍କରେ ଜିଲା ପ୍ରଶାସନ ଓ ସ୍ଥାନୀୟ ଲୋକ ପ୍ରତିନିଧି ଦୃଷ୍ଟି ଦେବା ଜରୁରୀ ବୋଲି ସାଧାରଣରେ ଦାବି ହୋଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*