ଜିଲ୍ଲାସ୍ତରୀୟ ୫ ‘ଟି’ କର୍ମଶାଳା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡ଼ିଆ : ଭଦ୍ରକ

ଓଡ଼ିଶା ସରକାରଙ୍କ ଲୋକାଭିମୁଖୀ ଶାସନର ନୂଆ ମନ୍ତ୍ର ୫ ‘ଟି’ ଅର୍ଥାତ ଜନହିତ ପାଇଁ ବୈଷୟିକ ଜ୍ଞାନର ବ୍ୟବହାର, ଦଳଗତ ପରିଚାଳନା ଏବଂ ଶାସନର ପ୍ରତି ସ୍ତରରେ ସ୍ୱଚ୍ଛତା ଓ ପାରଦର୍ଶିତା ରହିଲେ ସମୟ କ୍ରମେ ବ୍ୟବସ୍ଥାର ରୂପାନ୍ତରଣ ହୋଇପାରିବ । ଏଥିନିମନ୍ତେ ପ୍ରତି ମାସର ୪ର୍ଥ ଶନିବାରକୁ ସ୍ୱତନ୍ତ୍ର ଭାବେ ମାନସ ମନ୍ଥନ ପାଇଁ ସ୍ଥିରୀକୃତ ହୋଇଛି । ଏହି କ୍ରମରେ ଭଦ୍ରକ ଜିଲ୍ଲା କାର୍ଯ୍ୟାଳୟରେ ଜିଲ୍ଲାପାଳ ଜ୍ଞାନ ଦାସଙ୍କ ଅଧ୍ୟକ୍ଷତାରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଚଳିତ ମାସ ପାଇଁ ଜିଲ୍ଲାସ୍ତରୀୟ ବିଷୟବସ୍ତୁ ଥିଲା ଚଳିତ ଖରିଫ ବର୍ଷରେ ଧାନ ସଂଗ୍ରହର ସୁବ୍ୟବସ୍ଥା ଉପରେ ଆଲୋଚନା କରାଯାଇଥିଲା । ବୈଠକରେ ଜିଲ୍ଲା ଯୋଗାଣ ଅଧିକାରୀ ମିର ଅଲ୍ଲୀ ରାଜା ଓ ଏଆରସିଏସ ସ୍ୱାତୀବାଳା ମହାପାତ୍ର ତାଙ୍କର ବକ୍ତବ୍ୟରେ ଗତ ବର୍ଷର ଧାନ ସଂଗ୍ରହର ତ୍ରୁଟି ଓ ପରିଚାଳନା କ୍ଷେତ୍ରରେ ଅସୁବିଧା ସମ୍ପର୍କରେ କହିଥିଲେ । ସେହିପରି ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର ଓ ପ୍ରକଳ୍ପ ନିଦେ୍ର୍ଦଶକ ମଧୁସୂଦନ ଦାସ ଆଗାମୀ ଧାନ ସଂଗ୍ରହରେ କେଉଁ ଉପାୟ ଅବଲମ୍ବନ କଲେ ଧାନ ସଂଗ୍ରହର ସୁବିଧା ହେବା ସହ ଚାଷୀମାନେ ଉପକୃତ ହୋଇପାରିବେ ସେ ଉପରେ ବିଭାଗୀୟ ଅଧିକାରୀଙ୍କ ମତାମତ ବୁଝିବା ଏବଂ ଉପସ୍ଥିତ ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ୫ ‘ଟି’ର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିଜର ବକ୍ତବ୍ୟରେ ଚଳିତ ବର୍ଷ ଧାନ କିଣା ପାଇଁ ବ୍ଲକ୍ ସ୍ତରରେ ଅଧିକାରୀଙ୍କୁ ଟ୍ରେନିଂ ଦିଆଯିବା ସହ ଧାନକିଣା ତଦାରଖ ପାଇଁ ସୁପରଭାଇଜରଙ୍କୁ ସୋସାଇଟି ଲେବୁଲରେ ନିୟୋଜିତ କରିବାକୁ ଜିଲ୍ଲାପାଳ କହିଥିଲେ । ଉପଜିଲ୍ଲାପାଳ ପିତାମ୍ବର ସାମଲଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଯୋଗାଣ ଅଧିକାରୀ ଓ ଏଆରସିଏସଙ୍କୁ ନେଇ ଏକ କମିଟି ଗଠନ କରାଯିବ ଏବଂ ଏହି କମିଟି ଚାଷୀମାନେ ଯେପରି ଧାନ କିଣା ବିକ୍ରିରେ ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି । ଚାଷୀମାନେ ଯେପରି ଧାନ ବିକ୍ରି କରି ସରକାରୀ ଧାର୍ଯ୍ୟ ମୂଲ୍ୟରେ ଅର୍ଥ ପାଇପାରିବେ ସେ ଉପରେ ଜିଲ୍ଲାପାଳ ଶ୍ରୀ ଦାସ ଉପସ୍ଥିତ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*