ଜିଲ୍ଲାରେ ଇଭିଏମ ଓ ଭିଭିପାଟ ସଚେତନତା ଅଭିଯାନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ
କଟକ
ଅଗାମୀ ସାଧାରଣ ନିର୍ବାଚନରେ ସ୍ୱଚ୍ଛ, ମୁକ୍ତ ଓ ଅବାଧ ମତଦାନ ସମ୍ପର୍କରେ ଭୋଟରମାନଙ୍କୁ ଅବଗତ କରାଇବା ପାଇଁ ଆଜିଠାରୁ ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟ ଇଭିଏମ ଓ ଭିଭିପାଟ ସଚେତନତା ଅଭିଯାନ ରଥ ବିଭିନ୍ନ ବ୍ଳକ୍, ଏନଏସି, ପୌରପରିଷଦ, ମହାନଗର ନିଗମର ବିଭିନ୍ନ ୱାର୍ଡ ଭ୍ରମଣକରି ଡେମୋ ପ୍ରଦର୍ଶନ କରିବା ସହିତ ଭୋଟରମାନଙ୍କୁ ସଚେତନ କରାଇବା ନିମନ୍ତେ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବୁଥ୍ସ୍ତରୀୟ ଅଧିକାରୀ, ଅଙ୍ଗନବାଡି ଓ ଆଶା କର୍ମୀ ଓ ସ୍ଥାନୀୟ ଶିକ୍ଷକମାନେ ସହଯୋଗ କରିବେ । ପ୍ରକାଶ ଥାଉକି ସମସ୍ତ ବ୍ଳକ୍, ଉପଖନ୍ଦ ଓ ମହାନଗର ନିଗମ, ପୌର ପରିଷଦ ମୁଖ୍ୟ ଦପ୍ତରରୁ ଏହି ରଥ ବାହାରିବ । ସେଥିପାଇଁ ଭିଭିନ୍ନ ଅଧିକାରୀ ମାନଙ୍କୁ ନିୟୋଜିତ କରାଯାଇଛି । ଏହି ରଥ ଜିଲ୍ଲାରେ ଚଳିତ ମାସ ଶେଷ ପର୍ଯ୍ୟନ୍ତ ଭୋଟରମାନଙ୍କୁ ଇଭିଏମ୍‌ ଓ ଭିଭିପାଟ ବ୍ୟବହାର ସମ୍ପର୍କରେ ପ୍ରତିଦିନ ପ୍ରତ୍ୟେକ ରଥ ଟିମକୁ ଧରି ବିଭିନ୍ନ ଗ୍ରାମ, ସହରାଞ୍ଚଳ ପରିକ୍ରମା କରି ସଚେତନ କରାଇବ । ଭୋଟର ଯେତେବେଳେ ମତଦାନ କରିବ ସେତେବେଳେ ଭିଭିପାଟ୍ ଯନ୍ତ୍ରରେ ୭ ସେକେନ୍ଦ ପର୍ଯ୍ୟନ୍ତ ଏକ କାଗଜ ଚିଠା ଦେଖାଦେବ, ଯେଉଁଥିରେ ପ୍ରାର୍ଥୀଙ୍କର ସରଳ କ୍ରମିକ ସଂଖ୍ୟା, ନାମ ଏବଂ ନିର୍ବାଚନ ସଙ୍କେତ ଚିହ୍ନ ଦେଖା ଦେବ । ଏହା ଦ୍ୱାରା ଭୋଟର ନିଜର ମତଦାନ ସତ୍ୟତା ଜାଣିପାରିବେ । ଜିଲ୍ଲାରେ ପ୍ରତ୍ୟେକ ବିଧାନସଭା ନିର୍ବାଚନ ମନ୍ଦଳୀ ପାଇଁ ୬ରୁ ୭ଟି ଟିମ୍ ଗଠନ କରାଯାଇ ପ୍ରତ୍ୟେକ ରଥ ଗଠିତ ହୋଇଥିବା ଟିମକୁ ଧରି ୪ଟି ରାଜସ୍ୱ ଗ୍ରାମ ପରିକ୍ରମା କରି ସଚେତନତା ସୃଷ୍ଟି କରାଇବ । ମାର୍ଚ୍ଚ ୧୦ ତାରିଖକୁ ସ୍ୱତନ୍ତ୍ର ସଚେତନତା ଦିବସ ଘୋଷଣା କରାଯାଇଛି ଓ ଏହି ଦିନ ରାଜନୈ÷ତିକ ଦଳର କର୍ମକର୍ତ୍ତା ଓ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଇଭିଏମ ଭିଭିପାଟ ବ୍ୟବହାର ସମ୍ପର୍କରେ ସଚେତନ କରାଯିବ । ଆଜି ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓାଲ କଟକ ସଦର ବ୍ଳକର ସଚେତନତା ରଥକୁ ପତକା ଦେଖାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଶୁଭାରମ୍ଭ କରିଛନ୍ତି । ଏହି ପରିପ୍ରେକ୍ଷୀରେ, ବୁଧବାର କଟକ ଜିଲ୍ଲାପାଳଙ୍କ ସମ୍ମଳନୀ କକ୍ଷରେ ଏକ ସାମ୍ବାଦିକ ସମ୍ମଳନୀର ମଧ୍ୟ ଆୟୋଜନ କରାଯାଇଥିଲା । ଜିଲ୍ଲାରେ ସମୁଦାୟ ୨୦ ଲକ୍ଷ ୨୯ ହଜାର ୮୫୫ ଜଣ ଭୋଟରଙ୍କ ମଧ୍ୟରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୧୦ଲକ୍ଷ ୬୧ ହଜାର ୮୬୨ ଥିବାବେଳେ ୯ ଲକ୍ଷ ୬୭ ହଜାର ୭୪୦ ଜଣ ମହିଳା ଭୋଟର ଓ ଅନ୍ୟାନ୍ୟ ୨୫୩ ଜଣ ଭୋଟର ରହିଛନ୍ତି । ଆଜି ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲ, ଅତିରିକ୍ତ ଜିଲ୍ଲାପାଳ ବିଜୟ କୁମାର ଖନ୍ଦାୟତରାୟ, ଶ୍ରୀକାନ୍ତ ତରାଇ, କଟକସଦର ଉପଜିଲ୍ଲାପାଳ ସୁକାନ୍ତ କୁମାର ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶୋକ କୁମାର ଷଡଙ୍ଗୀ, ଡେପୁଟି କଲେକ୍ଟର(ନିର୍ବାଚନ) ରଂଜିତା ସାହୁ ଓ ପ୍ରୀୟଙ୍କା ମଲ୍ଲିକ ଏବଂ ଅତିରିକ୍ତ ଜିଲ୍ଲା ସୂଚନା ଅଧିକାରୀ ଆଶୁତୋଷ ପାଇକରାୟ ଉପସ୍ଥିତ ଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*