ଜିଲ୍ଲାପାଳ ଅଫିସ ଘେରିଲେ ଅଙ୍ଗନୱାଡି କର୍ମୀ ଓ ସହାୟିକା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଯାଜପୁର ଟାଉନ

ଯାଜପୁର ଜିଲ୍ଲାର ବିଭିନ୍ନ ଅଙ୍ଗନୱାଡି କେନ୍ଦ୍ରରେ କାର୍ଯ୍ୟରତ ସହସ୍ରାଧିକ କର୍ମୀ ଓ ସହାୟିକା ଯାଜପୁର ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିଥିଲେ । ଅଲ ଓଡ଼ିଶା ଅଙ୍ଗନୱାଡି ଲେଡିଜ ୱାର୍କର୍ସ ଆସୋସିଏସନ ଜିଲ୍ଲା ଶାଖା ପକ୍ଷରୁ ଏହି ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ ପୂର୍ବରୁ ଏକ ବିଶାଳ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା ।
ଜିଲ୍ଲା ସଭାନେତ୍ରୀ ସବିତା ପାଢୀ ଓ ସମ୍ପାଦିକା କଲ୍ୟାଣୀ ମହାନ୍ତିଙ୍କ ନେତୃତ୍ୱରେ ଆସିଥିବା ଅଙ୍ଗନୱାଡି କର୍ମୀ ଓ ସହାୟିକାମାନେ ସ୍ଥାନୀୟ ଅଞ୍ଚଳର ୧୦ ଦଫା ଦାବି ସମେତ ରାଜ୍ୟ ସଂଗଠନ ଆହ୍ୱାନ ଦେଇଥିବା ୧୪ ଦଫା ଦାବିକୁ ନେଇ ଏହି ବିକ୍ଷୋଭରେ ନାରାବାଜୀ କରିଥିଲେ । ଆଞ୍ଚଳିକ ଦାବିଗୁଡିକ ମଧ୍ୟରେ ଅଙ୍ଗନୱାଡି କେନ୍ଦ୍ରରେ ରନ୍ଧାଖାଦ୍ୟ ପ୍ରସ୍ତୁତି ନିମନ୍ତେ ରନ୍ଧନ ଗ୍ୟାସ ଯୋଗାଇ ଦେବା, ବିଭିନ୍ନ କାର୍ଯ୍ୟକ୍ରମର ସୂଚନା ପାଇଁ ପ୍ରଦତ୍ତ ମୋବାଇଲ ଫୋନ ବିଲର ପ୍ରାପ୍ୟ ପ୍ରଦାନ କରାଯିବା, ୟୁନିଫର୍ମ ବାବଦକୁ ଅର୍ଥ ପ୍ରଦାନ, ପ୍ରତି ମାସ ୧୯ ରେ ହେଉଥିବା ଇସିସି ବୈଠକର ଗସ୍ତ ଖର୍ଚ୍ଚ, ନଥିପତ୍ର ପାଇଁ ମାସିକ ଖର୍ଚ୍ଚ, ଅନ୍ଦା ମୂଲ୍ୟ ଆସି ୬.୫୦ ଗୋଟାରେ ପହଞ୍ଚôଥିବା ବେଳେ ସରକାର ତା’ଠାରୁ କମ୍ ପଇସା ଦେଉଥିବାରୁ ଦରବୃଦ୍ଧି, ୨ୟ ଗୁରୁବାର ଅନ୍ନ ପ୍ରାସନ୍ନ ପାଇଁ ୭ ରୁ ୯ ମାସ ପିଲାଙ୍କ ଉଦେ୍ଦଶ୍ୟରେ କରାଯାଉଥିବା କାର୍ଯ୍ୟକ୍ରମ ପାଇଁ ଅର୍ଥର ବ୍ୟବସ୍ଥା ଆଦି ପ୍ରଦାନ କରିବା ପାଇଁ ନିୟମ ରହିଛି ।
ସେହିଭଳି କର୍ମୀ, ସହାୟିକାମାନଙ୍କୁ ସରକାରୀ କର୍ମଚାରୀର ମାନ୍ୟତା, ଯୋଗ୍ୟତା ଓ ଅଭିଜ୍ଞତାକୁ ଦେଖି କର୍ମୀଙ୍କୁ ସୁପରଭାଇଜର ପଦବୀକୁ ପଦୋନ୍ନତି, ମିନି ଅଙ୍ଗନୱାଡି କର୍ମୀଙ୍କୁ ଅଙ୍ଗନୱାଡି କର୍ମୀର ମାନ୍ୟତା ଆଦି ଦାବିଗୁଡିକ ପୂରଣ ନେଇ ଆନେ୍ଦାଳନକାରୀମାନେ ସେମାନଙ୍କ ଦାବିକୁ ଦୋହରାଇଥିଲେ । ଜିଲ୍ଲା ପ୍ରଶାସନ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଆନେ୍ଦାଳନକାରୀଙ୍କ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*