ଜିଲ୍ଲାପାଳଙ୍କ ଜନଅଭିଯୋଗ ଶୁଣାଣି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : କରଞ୍ଜିଆ

ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ କୁମାର ଭରଦ୍ୱାଜ ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଆୟୋଜିତ ଜନଅଭିଯୋଗ ଶୁଣାଣିରେ ଯୋଗ ଦେଇଥିଲେ । ଏହି ଜନଶୁଣାଣି ଶିବିରରେ ମୋଟ ୮୩ଟି ଅଭିଯୋଗ ଆଗତ ହୋଇଥିଲା । ତନ୍ମଧ୍ୟରୁ ୭୧ଟି ବ୍ୟକ୍ତିଗତ ଅଭିଯୋଗ ଥିବା ସ୍ଥଳେ ୧୨ଟି ଗୋଷ୍ଠୀଗତ ଅଭିଯୋଗ ଥିଲା । ମୋଟ ୮୩ଟି ଅଭିଯୋଗ ମଧ୍ୟରୁ ଶିବିରରେ ଜିଲ୍ଲାପାଳ ୮ଟି ଅଭିଯୋଗର ତୁରନ୍ତ ଫଇସଲା କରିଥିବା ବେଳେ ମୁଖ୍ୟମନ୍ତ୍ରୀ ରିଲିଫ ଫନ୍ଦରୁ ଜଣେ ବ୍ୟକ୍ତିଙ୍କୁ ୩ ହଜାର ଟଙ୍କା ଏବଂ ଜିଲ୍ଲା ରେଡ଼କ୍ରସ ଫନ୍ଦରୁ ଜଣେ ବ୍ୟକ୍ତିଙ୍କୁ ଚିକିତ୍ସା ବାବଦରେ ୩ ହଜାର ଟଙ୍କା ସହାୟତା ପ୍ରଦାନ କରିଥିଲେ । ଏହି ଶିବିରରେ ଉପଜିଲ୍ଲାପାଳ ଦାୟିତ୍ୱରେ ଥିବା ସ୍ୱତନ୍ତ୍ର ଭୂ-ଅର୍ଜନ ଓ ଥଇଥାନ ଅଧିକାରୀ ଦୁଃଖବନ୍ଧୁ ନାଏକ, ଆଇଟିଡ଼ିଏର ପ୍ରକଳ୍ପ ପ୍ରଶାସକ ଧର୍ମେନ୍ଦ୍ର ମଲ୍ଲିକ, ଉପଖନ୍ଦ ପୁଲିସ ଅଧିକାରୀ ନାରାୟଣ ନାୟକ, ସହକାରୀ ଜିଲ୍ଲାପାଳ ମନ୍ମଥନାଥ ମଲ୍ଲିକ, ଉପଖନ୍ଦର ସମସ୍ତ ବିଡ଼ିଓ, ତହସିଲଦାର, ସିଡ଼ିପିଓ, ବିଇଓ, କରଞ୍ଜିଆ ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ବିଜୟକୃଷ୍ଣ ନାୟକ ଓ ଲାଇନ ଡିପାର୍ଟମେଣ୍ଟର ପଦାଧିକାରୀଗଣ ଉପସ୍ଥିତ ରହି ଶିବିର ପରିଚାଳନାରେ ସହଯୋଗ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*