ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଧାମନଗର
ଧାମନଗର ବ୍ଲକ ସଭାଗୃହରେ ସୋମବାର ଜିଲାପାଳଙ୍କ ମିଳିତ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲାପାଳ ଶ୍ୟାମଭକ୍ତ ମିଶ୍ର, ଜିଲା ଆରକ୍ଷୀ ଅଧିକ୍ଷକ ରାଜେଶ ପନ୍ଦିତ, ଜିଲା ପ୍ରକଳ୍ପ ନିଦେ୍ର୍ଦଶକ ମଧୁସୂଦନ ଦାସ, ସିଡିଏମଓ ଜେ. ପତି, ବିଡିଓ ଦୁର୍ଗାଚରଣ ମୁର୍ମୁ, ଅତିରିକ୍ତ ତହସିଲଦାର ଅଭିଲିପସା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ଅଭିଯୋଗର ଶୁଣାଣି କରିଥିଲେ । ଏଥିରେ ଭିନ୍ନକ୍ଷମ ଭତ୍ତା, ଗ୍ରାମ୍ୟରାସ୍ତା, ରାସନ ବଣ୍ଟନ ଆଦି ୨୫ଟି ଅଭିଯୋଗ ଗ୍ରହଣ କରାଯାଇଥିଲା । ବିଶେଷକରି ମୁସ୍ତାଫାପୁର ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନରେ ବ୍ୟାପକ ଅନିମିତତା ହୋଇଥିବା ନେଇ ପୂର୍ବରୁ ସ୍ଥାନୀୟ ପଞ୍ଚାୟତବାସୀ ପ୍ରଶାସନ ଠାରେ ଅଭିଯୋଗ କରିଥିଲେ । ଏପରିକି ଏହି ଅନିୟମିତତା ସଂପର୍କରେ ବିଭିନ୍ନ ଗଣମାଧ୍ୟମରେ ରିପୋର୍ଟ ମଧ୍ୟ ପ୍ରକାଶ ପାଇଥିଲା । ହେଲେ ଆଜି ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇନଥିବାରୁ ଉକ୍ତ ପଞ୍ଚାୟତବାସୀ ପୁଣି ଏହି ଶୁଣାଣି ଶିବିରରେ ଅଭିଯୋଗ କରିଥିଲେ । ଏହି ଘଟଣା ଏକ ସପ୍ତାହ ମଧ୍ୟରେ ଜିଲାସ୍ତରୀୟ ଏକ ଉଚ୍ଚସ୍ତରୀୟ ଟିମ ତଦନ୍ତ କରିବେ ଓ ଅନିୟମିତତା ହୋଇଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅତିରିକ୍ତ ଜିଲାପାଳ ସୂଚନା ଦେଇଥିଲେ । ଅନ୍ୟ ଯେଉଁ ଅଭିଯୋଗ ଆସିଥିଲା ସେଗୁଡିକୁ ସଂପୃକ୍ତ ବିଭାଗକୁ ତୁରନ୍ତ ତଦନ୍ତ କରିବାକୁ ବିଭାଗୀୟ ଅଫିସରକୁ ନିଦେ୍ର୍ଦଶ ଦିଆଯାଇଥିଲା । ଏହି ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ନାୟକ, ଉପାଧ୍ୟକ୍ଷା ବିଳାସିନୀ ଘୋଷ, ଥାନାଧିକାରୀ ମାନସ ଦେଓ, ବ୍ଲକ ଯୋଗାଣ ଅଧିକାରୀ ମନୋରଂଜନ ମହାପାତ୍ର, ଓଏଲଆଇସି ପ୍ରଫୁଲ୍ଲ ସ୍ୱାଇଁ, ଡିଏସଡ୍ଲୁ ଜୟନ୍ତ ଜେନା, ଅବକାରୀ ଇନିସପେକ୍ଟର ସ୍ପନନ୍ଦନ ମହାନ୍ତି, ବ୍ଲକ କୃଷି ଅଧିକାରୀ ରାଧାମୋହନ ମହାନ୍ତି, ସିଡିପିଓ ନମିତା ଦାସ, ମନ୍ଦଳ ଶିକ୍ଷାଧିକାରୀ ପବିତ୍ରମୋହନ ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*