ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ କଂଗ୍ରେସର ଧାରଣା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡ଼ିଆ
ଯାଜପୁର ଟାଉନ

ଭାରତ ବର୍ଷର ଅର୍ଥନୈତିକ ମାନ୍ଦାବସ୍ଥା, ଉକ୍ରଟ ବେକାରୀ ସମସ୍ୟା, ଦରଦାମର ଆକାଶ ଛୁଆଁ ବୃଦ୍ଧି, ଓଡ଼ିଶାରେ ନାରୀ ନିର୍ଯାତନା ତଥା ନାରୀ ଦୁଷ୍କର୍ମ ଓ ହତ୍ୟା, ଆଇନଶୃଙ୍ଖଳା ପରିସ୍ଥିତିର ଦ୍ରୁତ ଅବନତି, ଜେଏନ୍ୟୁ ଛାତ୍ରମାନଙ୍କ ଉପରେ ପୁଲିସ ବର୍ବରୋଚିତ ଲାଠିମାଡ଼ ଆଦି ବିରୋଧରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ମନୋଜ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା । ଏହି ଧାରଣା ସଭାରେ ଯାଜପୁର ଜିଲ୍ଲା ବରିଷ୍ଠ କଂଗ୍ରେସ ନେତା ଦିଗମ୍ବର କର, ପିସିସି ଉପସଭାପତି ଶୁଭେନ୍ଦୁ ମହାନ୍ତି, ପିସିସି ପର୍ଯ୍ୟବେକ୍ଷକ ଜ୍ଞାନରଞ୍ଜନ ବେହୁରା, ରାଜ୍ୟ ମହିଳା କଂଗ୍ରେସ କାର୍ଯ୍ୟକାରୀ ସଭାପତି ବନ୍ଦିତା ପରିଡ଼ା ପ୍ରମୁଖ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଚରମ ବିଫଳତା ସମ୍ପର୍କରେ ବକ୍ତବ୍ୟ ଦେଇଥିଲେ । ଆଗାମୀ ଦିନରେ ସ୍ମିତାରାଣୀ ବିଶ୍ୱାଳ ହତ୍ୟାକାନ୍ଦର ପର୍ଦ୍ଦାଫାସ, ସିବିଆଇ ତଦନ୍ତ ଓ ପ୍ରକୃତ ଆସାମୀ ବିରୁଦ୍ଧରେ ୩୦୨ ଦଫା ନ ଲଗାଇଲେ ଆନେ୍ଦାଳନ ଆହୁରି ତୀବ୍ରତର ହେବ ବୋଲି ସରକାରଙ୍କୁ ଚେତାବନୀ ଦେଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*