ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଜନଶୁଣାଣି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : କାକଟପୁର

କାକଟପୁର ବ୍ଲକ ପରିସରରେ ବ୍ଲକ ଉନ୍ନୟନ ଅଧିକାରୀଙ୍କ ଦ୍ୱାରା ଖୋଲାଯାଇଥିବା ସବୁଦିନିଆ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗଗୁଡିକର ଶୁଣାଣୀ ହେଉଥିଲେ ମଧ୍ୟ ବିଶେଷ କ୍ଷେତ୍ରରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ଅଧିକ ଫଳପ୍ରଦ ଭାବି ଜିଲ୍ଲାପାଳଙ୍କ ଜନଶୁଣାଣିରେ କାକଟପୁର ବ୍ଲକର ୧୬ଗୋଟି ପଞ୍ଚାୟତରୁ ପ୍ରାୟ ୫୦୦ରୁ ଉଦ୍ଧ୍ୱର୍ ଅଭିଯୋଗକାରୀ ଆସିଥିଲେ । ଜିଲ୍ଲାପାଳ ଅନୁପସ୍ଥିତ ଥିବାରୁ ବହୁ ଅଭିଯୋଗକାରୀ ଫେରିଯାଉଥିବା ଦେଖିବାକୁ ମିଳିଥିଲା । ଆସିଥିବା ଅନ୍ୟମାନଙ୍କ ମଧ୍ୟରୁ ମୋଟ ୩୮୮ଜଣଙ୍କର ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ପ୍ରାୟ ୧୦୦ଜଣ ପଞ୍ଜିକୃତ ଅଭିଯୋଗକାରୀଙ୍କ ଆବେଦନ ସମୟ ଅଭାବରୁ ଶୁଣାଣି ହୋଇପାରି ନଥିଲା । ଫୋନି ଘରଭଙ୍ଗା,ବୁଲ ବୁଲ ବାତ୍ୟାର ଧାନ ଫସଲର କ୍ଷତି, ସ୍ୱଚ୍ଛଭାରତରେ ପାଇଖାନା, ରାସନ କାର୍ଡ, ବାର୍ଦ୍ଧକ୍ୟ ଭତା, ପ୍ରଧାନମନ୍ତ୍ରୀ ଆବାସ,ବିଜୁକୁଟୀର ଯୋଜନାରେ ଘର ପାଇନଥିବା ଓ ବ୍ୟକ୍ତିଗତ ଅଭିଯୋଗକାରୀଙ୍କ ଅଭିଯୋଗଗୁଡିକର ଶୁଣାଣୀ ପାଇଁ ଆସିଥିବାର ଦେଖାଯାଇଥିଲା । ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ପ୍ରକଳ୍ପ ନିଦେ୍ର୍ଦଶକ ବିଶାଲ ସିଂ,କାକଟପୁର ତହସିଲଦାର ରୋଜିନା ଦାସ,ବ୍ଲକ ଉନ୍ନୟନ ଅଧିକାରୀ ସୁଧୀର କୁମାର ନାୟକ,ପଞ୍ଚାୟତ ସମିତି ଅଧ୍ୟକ୍ଷା ମନୋରମା ସ୍ୱାଇଁ ଉପସ୍ଥିତ ରହି ଅଭିଯୋଗ ଗୁଡିକର ଶୁଣାଣି କରିଥିଲେ । ଜିଲ୍ଲାର ଅଧିକାଂଶ ବିଭାଗର ବିଭାଗୀୟ ଅଧିକାରୀମାନେ ଅନୁପସ୍ଥିତ ରହିଥିବାର ଦେଖାଯାଇଥିଲା ।
କାକଟପୁର ବ୍ଲକ ଆକାଉଣ୍ଟସ ଅଫିସର ଦୀପକ ଜେନା,ସହକାରୀ ଯନ୍ତ୍ରୀ ରମେଶ ଚନ୍ଦ୍ର ସାହୁ, ପ୍ରଗତୀସହାୟକ ତଥା ପଞ୍ଚାୟତ ଅଧିକାରୀ ଶିବଚରଣ ସେଠୀ, କନିଷ୍ଠଯନ୍ତ୍ରୀ ସୁବ୍ରତ କୁମାର ବାରିକ ଓ ସୁଶାନ୍ତ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ବ୍ଲକର ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ରହି ଶାନ୍ତିଶୃଙ୍ଖଳାର ସହ ଅଭିଯୋଗକାରୀଙ୍କୁ ଅଭିଯୋଗ କରାଇବାରେ ସହଯୋଗ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*