ଜିନ୍‌ପିଙ୍ଗଙ୍କ ଗସ୍ତ ସକାଶେ ମାମଲାପୁରମ୍‌ରେ କଡ଼ା ସୁରକ୍ଷା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ଚେନ୍ନାଇ

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଅନୌପଚାରିକ ଶିଖର ବୈଠକ ସକାଶେ ଶୁକ୍ରବାର ଏଠାକୁ ଆସିବେ ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ । ଶୁକ୍ରବାର ଦିନ ପ୍ରାୟ ସାଢ଼େ ୧ଟା ବେଳେ ତାଙ୍କର ବିଶେଷ ବିମାନ ଅବତରଣ କରିବାର କାର୍ଯ୍ୟସୂଚୀ ରହିଛି । କିଛି ସମୟ ବିଶ୍ରାମ ନେବା ପରେ ସଡ଼କ ମାର୍ଗରେ ସେ ଚୀନ୍‌ ସହ ନିବିଡ଼ ସମ୍ପର୍କ ରଖୁଥିବା ମାମଲାପୁରମ୍‌କୁ ଯିବେ ବୈଠକ ସକାଶେ । ତାଙ୍କର ଦୁଇଦିନିଆ ଗସ୍ତ ପାଇଁ ପ୍ରାଚୀନ ବନ୍ଦର ସହର ମାମଲାପୁରମ୍‌ରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏଥିସହ ଚୀନ୍‌ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ କରିବା ଲାଗି ବ୍ୟାପକ ଆୟୋଜନ କରାଯାଇଛି । ଚେନ୍ନାଇରୁ ନେଇ ମାମଲାପୁରମ୍‌ ପର୍ଯ୍ୟନ୍ତ ସଡ଼କରେ ତଥା ମାମଲାପୁରମ୍‌ ସହରରେ ଦୁଇ ଦେଶର ଜାତୀୟ ପତାକା ଲଗାଯାଇସାରିଛି । ଚେନ୍ନାଇ ଓ ମାମଲାପୁରମ୍‌ ମଧ୍ୟର ସଡ଼କ ସୁରକ୍ଷା ଘେର ଭିତରକୁ ନିଆଯାଇସାରିଛି । ଚେନ୍ନାଇ ବିମାନ ବନ୍ଦରକୁ ପାରମ୍ପରିକ ତୋରଣ ଦ୍ୱାରା ସଜାଯାଇଛି । ଚେନ୍ନାଇର ପ୍ରାୟ ଦୁଇହଜାରରୁ ବେଶୀ ସ୍କୁଲ୍‌ ଛାତ୍ରଛାତ୍ରୀ ଜିନ୍‌ପିଙ୍ଗଙ୍କ ମୁଖାପିନ୍ଧି ସ୍ୱାଗତ ପାଇଁ ଆମେ ପ୍ରସ୍ତୁତ ବୋଲି ବତାଇଛନ୍ତି ସମସ୍ତଙ୍କୁ । ମୋଦୀ ଓ ଜିନ୍‌ପିଙ୍ଗଙ୍କ ମଧ୍ୟରେ ଏହା ଦ୍ୱିତୀୟ ଅନୌପଚାରିକ ବୈଠକ ହେବାକୁ ଯାଉଛି । ଗତବର୍ଷ ଏପ୍ରିଲ୍‌ ୨୭ ଓ ୨୮ ତାରିଖରେ ମୋଦୀ ଓ ଜିନ୍‌ପିଙ୍ଗଙ୍କ ମଧ୍ୟରେ ଚୀନ୍‌ର ଉହାନଠାରେ ପାରସ୍ପରିକ ହିତ ପାଇଁ ଆଲୋଚନା ହୋଇଥିଲା । ଏହି ଅନୌପଚାରିକ ଶିଖର ବୈଠକ ଦୁଇ ନେତାଙ୍କୁ ଦ୍ୱିପାକ୍ଷିକ ବିଷୟ ଉପରେ ଆଲୋଚନା କରିବା ସହ ଆଞ୍ଚଳିକ ଓ ବିଶ୍ୱ ପରିସ୍ଥିତି ବାବଦରେ ମତ ବିନିମୟର ସୁଯୋଗ ପ୍ରଦାନ କରିବ । ଚୀନ୍‌ ଓ ଭାରତ ମଧ୍ୟରେ ଭାରତ ସମ୍ପର୍କ ସୁଦୃଢ଼ୀକରଣ ପାଇଁ ବାର୍ତ୍ତାର ନିୟମିତତା ସ୍ଥାପନ ଲକ୍ଷ୍ୟରେ ଏହି ଅନୌପଚାରିକ ବୈଠକର ଆୟୋଜନ ହେଉଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*