ଜିତିଲା ପ୍ରେମ|ପୁଣି ଏକାଠି ହେଲେ ଲକ୍ଷ୍ମୀ ଓ ମଞ୍ଜମଲାଲ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ମଦୁରାଇ

ଏହି ମନ୍ଦିର ନଗରୀ ପାଖର ଗୋଟିଏ ଷଣ୍ଢ ଓ ଗାଈ ମଧ୍ୟରେ ନିବିଡ ଭଲ ପାଇବା କଥା ଆପଣମାନେ ପଢିଛନ୍ତି । କିପରି ଲକ୍ଷ୍ମୀକୁ ତା’ ମାଲିକ ମଣିକନ୍ଦନ ଫାର୍ମକୁ ବିକି ଦେଇଥିଲା ବେଳେ ଯେଉଁ ଗାଡିରେ ଲକ୍ଷ୍ମୀକୁ ଫାର୍ମ ଲୋକେ ନେଉଥିଲେ ତାହାକୁ ଷଣ୍ଢ ମଞ୍ଜମଲାଇ ଅଟକାଇବାକୁ ବଡ ପ୍ରୟାସ କରିଥିଲା । ୧ କି.ମି ପର୍ଯ୍ୟନ୍ତ ଦୌଡିଥିଲା ଗାଡି ପଛରେ । ସତରେ ଯେପରି ଅନୁରୋଧ କରୁଥିଲା ମୋ ଲକ୍ଷ୍ମୀକୁ ମୋ ଠାରୁ ଦୂର କରନି ବୋଲି । ଆଜି ଆମେ ବତାଉଛୁ ଆନନ୍ଦର ଖବର । ମଦୁରାଇ ଓ ଏହାର ଆଖାପାଖ ଲୋକଙ୍କ ପ୍ରୟାସରେ ଲକ୍ଷ୍ମୀ ଓ ମଞ୍ଜମଲାଇ ପୁଣି ଏକାଠି ହୋଇଛନ୍ତି ।
ମଦୁରାଇ ଜିଲା ପାଲାମେଦୁ ଅଞ୍ଚଳରେ ମଣିକନ୍ଦନଙ୍କ ଘରର ଗାଈ ହେଉଛି ଲକ୍ଷ୍ମୀ । ସେ ଅଞ୍ଚଳରେ ବୁଲାବୁଲି କରେ । ସେଠା ମନ୍ଦିରର ଷଣ୍ଢ ହେଲା ମଞ୍ଜମଲାଇ । ଦୁହିଁଙ୍କ ଭିତରେ ହୋଇଥିଲା ଭାବ । ଲକ୍ଷ୍ମୀ ଚାଲିଯାଉଥିବା ଓ ତାହାକୁ ରୋକିବାକୁ ମଞ୍ଜମଲାଇର ଚେଷ୍ଟାର ଭିଡିଓ ଦେଖି ଲୋକେ କାନ୍ଦକାନ୍ଦ ହୋଇଯାଇଥିଲେ । ସେମାନେ ମାଲିକଙ୍କୁ ବାଧ୍ୟ କରିଥିଲେ ଲକ୍ଷ୍ମୀକୁ ଫେରାଇ ଆଣିବାକୁ । ଘର ଅବସ୍ଥା ଭଲ ନଥିବାରୁ ୪୦ ହଜାର ଦେଲେ ଲକ୍ଷ୍ମୀକୁ ବିକିଥିବା କହିବାରେ ଲୋକେ ଟଙ୍କା ଯୋଗାଡ କରିଥିଲେ ଫାର୍ମ ମାଲିକକୁ ଦେବାକୁ । ଭାଇରାଲ ଭିଡିଓରେ ଟ୍ରକରୁ ଲକ୍ଷ୍ମୀକୁ ଓହ୍ଲାଇ ଦେବାକୁ ଷଣ୍ଢ ଟି ପ୍ରୟାସ ଦେଖିଥିଲେ ସମସ୍ତେ । କିପରି ଷଣ୍ଢଟି ବଡ଼ କ୍ଷୁବ୍ଧ ହୋଇ ମିନି ଟ୍ରକ୍ଟର ଚାରିପଟେ ବୁଲୁଥିଲା । ତାହାକୁ ବି ଦେଖି ବ୍ୟଥିତ ହୋଇଥିଲେ ଲୋକେ ।
ବହୁଲୋକ ଦୁଃଖି ମଞ୍ଜମଲାଲ ମନରେ ଖୁସି ଦେବାକୁ ସ୍ଥିର କରିଥିଲେ । ତାମିଲନାଡୁ ଉପ ଉପମୁଖ୍ୟମନ୍ତ୍ରୀ ଓ ପନିରସେଲମ୍‌ଙ୍କ ପୁଅ ଓପି. ପ୍ରବିଧ ବି ପ୍ରଭାବିତ ହୋଇଥିଲେ ଏହି ଭିଡିଓରେ । ସେ ଡାଏରୀ ଫାର୍ମ ମାଲିକକୁ ଟଙ୍କା ଦେବା ସହ ଲକ୍ଷ୍ମୀକୁ ପାଲାମେଦୁ ଫେରାଇ ଆଣିବାକୁ ଗାଡ଼ି ବନେ୍ଦାବସ୍ତ ମଧ୍ୟ କରାଇ ଦେଇଥିଲେ । ଆମେ ଦିନ ୧ ଟାରେ ସତୁର ଯାଇଁ ଲକ୍ଷ୍ମୀକୁ ଫେରାଇ ଆଣିଛୁ ବୋଲି କହିଛନ୍ତି ମଣିକନ୍ଦନ ।
ଲକ୍ଷ୍ମୀ ପାଲାମେଦୁରେ ପହଞ୍ଚିବା ମାତ୍ରକେ ଅପେକ୍ଷାରେ ଲୋକେ ଖୁସିରେ ନାଚି ଉଠିଥିଲେ । ସେମାନେ ଲକ୍ଷ୍ମୀ ବେକରେ ଫୁଲହାର ଗଳାଇ ଦେଇଥିଲେ । ପୂରା ସହରରେ ଲକ୍ଷ୍ମୀକୁ ବୁଲାଇ ଥିଲେ ଲୋକେ ।
ଏହାପରେ ମଞ୍ଜମଲାଲ ନିକଟକୁ ଲକ୍ଷ୍ମୀକୁ ନେଇ ଯାଇଥିଲେ ସେମାନେ । ଷଣ୍ଢ ବେକରେ ବି ଲମ୍ବାଇ ଦେଇଥିଲେ ମାଳ । ପାଖାପାଖି ଛିଡା କରାଇଥିଲେ ଦୁହିଁଙ୍କୁ । ପାଖରେ ଲକ୍ଷ୍ମୀକୁ ଦେଖି ମଞ୍ଜମଲାଲର ଆଖିରେ ଅପୂର୍ବ ଭାବ ଆସିଥିବା ବୁଝି ପାରିଥିଲେ ଲୋକେ । ସ୍ଥାନୀୟ ବିଧାୟକ ମଣିକାମ୍‌ ବି ସାମିଲ ହୋଇଥିଲେ ଏହି ମିଳନ ପର୍ବରେ । ସମସ୍ତେ ଖାଲି କଥା ହେଉଥିଲେ ଦେଖ- ଆମେ ମଣିଷ ମାନେ ସଂପର୍କ ଠିକ୍‌ ରଖିପାରୁନୁ,ହେଲେ ପଶୁମାନେ କେତେ ନିବିଡ ପ୍ରେମ କରିପାରୁଛନ୍ତି ବୋଲି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*