ଜିଓ ପାଇଁ ନିବେଶକଙ୍କ ଲମ୍ବା ଲାଇନ୍‌ ମାଇକ୍ରୋସଫ୍ଟ କରିପାରେ ୧୫ହଜାର କୋଟି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

କରୋନା ସଙ୍କଟ ସମୟକୁ ମୁକେଶ ଅମ୍ବାନୀ ନିଜ କମ୍ପାନୀରେ ନିବେଶ ବୃଦ୍ଧି ପାଇଁ ପଦକ୍ଷେପ ନେବାରେ ବିନିଯୋଗ କରିଛନ୍ତି । ଏହି ଉଦ୍ୟମର ଫଳ ସ୍ୱରୂପ ଗତ ୫ ସପ୍ତାହ ମଧ୍ୟରେ ଜିଓକୁ ମିଳିଛି ୫ଟି ବଡ଼ ନିବେଶକ । ଆଉ ଏହି ନିବେଶକମାନେ କମ୍ପାନୀରେ ପାଖାପାଖି ୭୫ହଜାର କୋଟି ଟଙ୍କାର ନିବେଶ କରିଛନ୍ତି । ସଦ୍ୟତମ ସୂଚନାନୁସାରେ ମାଇକ୍ରୋସଫ୍ଟ ମଧ୍ୟ ଜିଓରେ ୧୫ହଜାର କୋଟିର ନିବେଶ ଯୋଜନାରେ ଅଛି । ଏ ନେଇ ଆଲୋଚନା ଚୂଡାନ୍ତ ପର୍ଯ୍ୟାୟରେ ଥିବା ଜଣାପଡିଛି ।
ମିଳିଥିବା ସୂଚନାନୁସାରେ ମାଇକ୍ରୋସଫ୍ଟ ଡିଜିଟାଲ ସର୍ଭିସ କ୍ଷେତ୍ରରେ ନିବେଶର ସମ୍ଭାବନା ଖୋଜୁଛି । ଏଥିପାଇଁ କମ୍ପାନୀ ରିଲାଏନ୍ସ ଜିଓରେ ୨.୫ ପ୍ରତିଶତ ଅଂଶଧନ କ୍ରୟ କରିବାର ଆଗ୍ରହ ଦେଖାଇଛି । ଗତ ଫେବୃୟାରୀ ମାସରେ ମାଇକ୍ରୋସଫ୍ଟର ସିଇଓ ସତ୍ୟା ନଡ଼େଲା କହିଥିଲେ ଯେ, ଆମେ ରିଲାଏନ୍ସ ଜିଓ ସହ ଡାଟା ସେଣ୍ଟର ବିଜନେସରେ ପାର୍ଟନରସିପ୍‌ କରିବାକୁ ଚାହୁଁଛୁ । ଏଠାରେ ସୂଚନା ଯୋଗ୍ୟ ଯେ, ଏପି୍ରଲରେ ଫେସବୁକ୍‌ ଜିଓରେ ୫.୭ ଅରବ ଡଲାର, ଏହାପରେ ସିଲଭରଲେକ୍‌ ୭୫୦ମିଲିୟନ୍‌ ଡଲାର, ଭିଷ୍ଟା ଇକ୍ୱିଟି ୧.୫ଅରବ ଡଲାର ନିବେଶ କରିଛି । ଗତ ୧୭ତାରିଖରେ ଜେନେରାଲ୍‌ ଆଟଲାଣ୍ଟିକ୍‌ ୮୭୦ମିଲିୟନ ଡଲାର ଏବଂ ୨୨ତାରିଖରେ କେକେଆର ୧୧୩୬୭ କୋଟି ଜିଓରେ ନିବେଶ କରିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*