ଜିଏସଟି ରିଟର୍ଣ୍ଣ ଦାଖଲର ସମୟ ବଢିଲା ସମସ୍ୟାର ହେଉ ସ୍ଥାୟୀ ସମାଧାନ:ସିଟିଆଇ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ନୂଆଦିଲ୍ଲୀ

ଜିଏସଟିର ବାର୍ଷିକ ରିଟର୍ଣ୍ଣ ଦାଖଲ କରିବାର ଶେଷ ତାରିଖ ୩ମାସ ବୃଦ୍ଧି କରାଯାଇ ୩୦ ନଭେମ୍ବର କରାଯାଇଛି । ଏହାକୁ ନେଇ ଚାମ୍ବର ଅଫ୍‌ ଟ୍ରେଡ୍‌ ଆନ୍ଦ୍‌ ଇନ୍ଦଷ୍ଟି୍ର ( ସିଟିଆଇ) ପକ୍ଷରୁ କୁହାଯାଇଛି ଯେ, ଜିଏସଟି ରିଟର୍ଣ୍ଣ ସମସ୍ୟାର ସ୍ଥାୟୀ ସମାଧାନ ହେବା ଦରକାର ।
ମଙ୍ଗଳବାର ସିଟିଆଇର ସଂଯୋଜକ ବ୍ରୁଜେଶ ଗୋଏଲ କହିଛନ୍ତି ଯେ, ୩ମାସ ବୃଦ୍ଧି ଏକପ୍ରକାର ଅସ୍ଥାୟୀ ଧାରା । ସରକାରଙ୍କୁ ସେହି କାରଣ ଉପରେ ଦୃଷ୍ଟି ଦେବାକୁ ପଡ଼ିବ ଯେଉଁ କାରଣରୁ ଜିଏସଟି ରିଟର୍ଣ୍ଣ ଫାଇଲ ହୋଇପାରୁନାହିଁ । ସେ କହିଛନ୍ତି ଯେ, ଆମେନ୍ଦମେଣ୍ଟ ରିଟର୍ଣ୍ଣ ମେକାନିଜିମ୍‌ର ପ୍ରୟୋଗ ଭାରତୀୟ ଟିକସ ପ୍ରଣାଳୀରେ ସମ୍ପୂର୍ଣ୍ଣ ଭାବେ ନୂଆ । ଦୁଃଖର ବିଷୟ ହେଉଛି ଯେ, ଅକ୍ଟୋବର ୧ତାରିଖରୁ ଲାଗୁ ହେବାକୁ ଥିବା ନୂଆ ରିଟର୍ଣ୍ଣରେ ମଧ୍ୟ ଆମେନ୍ଦମେଣ୍ଟ ରିଟର୍ଣ୍ଣ ଇନବିଲ୍ଟ ରହିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*