ଜାମ୍ମୁ-କାଶ୍ମୀର ଯିବା ପାଇଁ ଗୁଲାମନବୀଙ୍କୁ ମିଳିଲା ଅନୁମତି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ

ସୁପି୍ରମକୋର୍ଟ ସୋମବାର ଜାମ୍ମୁ-କାଶ୍ମୀର ପୂର୍ବ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟସଭାରେ ବିରୋଧୀ ଦଳ ନେତା ଗୁଲାମନବୀ ଆଜାଦଙ୍କୁ ଜାମ୍ମୁ-କାଶ୍ମୀର ଯିବାର ଅନୁମତି ଦେଇଛନ୍ତି । ଆବେଦନ ଉପରେ ଶୁଣାଣୀ ସମୟରେ ଗୁଲାମନବୀ କହିଥିଲେ ଯେ, ମୁଁ ଜଣେ ପୂର୍ବ ମୁଖ୍ୟମନ୍ତ୍ରୀ । ଉତ୍ତରରେ ପ୍ରଧାନ ବିଚାରପତି ରଞ୍ଜନ ଗୋଗେଇ କହିଥିଲେ ଯେ, ମୁଁ ଆପଣଙ୍କୁ ଜାଣିଛି । କୋର୍ଟଙ୍କୁ ଆଜାଦ କହିଥିଲେ ମୁଁ ଦୁଇଥର ଶ୍ରୀନଗର ଓ ଥରେ ଜାମ୍ମୁ ଯିବା ପାଇଁ ଚେଷ୍ଟା କରିଥିଲି । ମୁଁ ନିଜ ଅଞ୍ଚଳକୁ ଯିବାକୁ ଚାହୁଁଛି । ମୁଁ ବାରମୂଳା, ଅନନ୍ତନାଗ, ଶ୍ରୀନଗର ଏବଂ ଜମ୍ମୁ ଯାଇ ଲୋକଙ୍କୁ ଭେଟିବାକୁ ଚାହୁଁଛି ।
ଗୁଲାମନବୀ ଆହୁରି କହିଥିଲେ ଯେ, ମୁଁ କୋର୍ଟଙ୍କୁ ବିଶ୍ୱାସ ଦେବାକୁ ଚାହେଁ ଯେ, ମୁଁ କୌଣସି ରାଲି କରିବି ନାହିଁ । କେବଳ ଲୋକଙ୍କୁ ଭେଟିବି । ପରେ ବିଚାରପତି ଗୁଲାମନବୀଙ୍କୁ ଜାମ୍ମୁ-କାଶ୍ମୀର ଯିବାକୁ ଅନୁମତି ଦେଇଥିଲେ । ଏଥିସହ ସେ ୪ ଜିଲାକୁ ମଧ୍ୟ ଗସ୍ତ କରିବେ । ଅନ୍ୟଏକ ମାମଲାରେ ସୁପି୍ରମକୋର୍ଟ ମାକପା ନେତା ମୋହମ୍ମଦ ତାରିଗାମିଙ୍କୁ ନିଜ ଗୃହରାଜ୍ୟ ଜାମ୍ମୁ-କାଶ୍ମୀର ଯିବା ପାଇଁ ଅନୁମତି ମଧ୍ୟ ଦେଇଛନ୍ତି । ପ୍ରଧାନ ବିଚାରପତି ଗୋଗେଇ, ବିଚାରପତି ଏସ୍‌ଏ ବୋବଡେ ଏବଂ ଏସ୍‌ଏ ନଜୀର ଖନ୍ଦପୀଠ କହିଛନ୍ତି ଯେ, ଯଦି ଏମ୍ସର ଡାକ୍ତରମାନେ ତାଙ୍କୁ ଅନୁମତି ଦେଉଛନ୍ତି ତେବେ ନିଜ ଘରକୁ ଯିବା ପାଇଁ କାହାର ଅନୁମତି ନେବା ଆବଶ୍ୟକ ନାହିଁ । ସୂଚନାଯୋଗ୍ୟ ଯେ, ଅସୁସ୍ଥତା କାରଣରୁ ତାରିଗାମିଙ୍କୁ କୋର୍ଟଙ୍କ ନିଦେ୍ର୍ଦଶକ୍ରମେ ଗତ ୯ ତାରିଖରେ ଏମ୍ସରେ ଭର୍ତ୍ତି କରାଯାଇଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*