ଜାମ୍ମୁ-କାଶ୍ମୀରରେ ଅତିରିକ୍ତ ଯବାନ ହେବେ ମୁତୟନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ
ଜାମ୍ମୁ-କାଶ୍ମୀରରେ ସିଆରପିଏଫ, ବିଏସଏଫ ଏବଂ ଏସଏମବିର ଅତିରିକ୍ତ ୧୦୦ କଂପାନୀ ଅର୍ଥାତ୍‌ ୧୦ହଜାର ସିଆରପିଏଫ୍‌ ଯବାନ ମୁତୟନ ହେବେ । ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସର୍କୁଲାର ଜାରି କରାଯାଇଛି । ସିଆରପିଏଫକୁ ତକ୍ରାଳ ପ୍ରଭାବରୁ ଯବାନଙ୍କୁ ମୁତୟନ କରାଯିବାର ଦାୟିତ୍ୱ ଦିଆଯାଇଛି । ଅପରପକ୍ଷରେ ୟାସିନ୍‌ ମଲିକ ଏବଂ ଅବଦୁଲ ହମିଦ ଫୟାଜ ସମେତ ବିଭିନ୍ନ ବିଚ୍ଛିନ୍ନତାବାଦୀ ସଂଗଠନର ୧୫୦ ଜଣ କାର୍ଯ୍ୟକର୍ତ୍ତାଙ୍କୁ ପୁଲିସ୍‌ ହେପାଜତକୁ ନେଇଥିବା ଜଣାପଡିଛି । ହେଲେ ଏହି ଗିରଫଦାରୀକୁ ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ବିରୋଧ କରିଛନ୍ତି । ଏପରି ଏକତରଫା ପଦକ୍ଷେପ ଦ୍ୱାରା କିଛି ବି ସମସ୍ୟାର ସମାଧାନ ହେବନି ବୋଲି କହିଛନ୍ତି ।
ଜାମ୍ମୁ-କାଶ୍ମୀରରେ ମୁତୟନ ହେବାକୁ ଥିବା ୧୦୦ କଂପାନୀ ମଧ୍ୟରୁ ସିଆରପିଏଫର ୪୫, ବିଏସଏଫର ୩୫ ଏବଂ ଏସଏମବି ଏବଂ ଆଇଟିବିପିର ୧୦ଟି ଲେଖାଏଁ କଂପାନୀ ରହିଛି । ସାଧାରଣଭାବେ ଏକ କଂପାନୀରେ ୮୦-୧୫୦ ଅର୍ଦ୍ଧସାମରିକ ବାହିନୀ ରହିଥାନ୍ତି । ପୂର୍ବରୁ ଜାମ୍ମୁ-କାଶ୍ମୀରରେ ୬୫ ହଜାର ସିଆରପିଏଫ୍‌ ଯବାନ ମୁତୟନ ଅଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*