ଜାମିନ ଫେରାନ୍ତାଙ୍କ ପୁଣି ୬ ସମର୍ଥକ ଗିରଫ ୪ ଥାନାରେ ତ ହେଲା ମାମଲା, କ୍ୟାପିଟାଲରେ ହେଲାନି କାହିଁକି!

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଭୁବନେଶ୍ୱର

କମିସନରେଟ ପୁଲିସ ସବୁବେଳେ ଅପରାଧୀଙ୍କ ଉପରେ ରଖିଥାଏ ତୀକ୍ଷ୍ଣ ନଜର । କେଉଁ ଅପରାଧୀ କେତେବେଳେ ଜେଲରୁ ମୁକୁଳିବେ । ଜେଲରୁ ଫେରିବା ପରେ ସେମାନଙ୍କ କାର୍ଯ୍ୟଶୈଳୀ ଓ ଗତି ଉପରେ କମିଶନରେଟ୍‌ ପୁଲିସ ଆଖିରେ ରହିଥାଏ । ତାହାର ଟିକି ନିକି ତଥ୍ୟ ଯୋଗାଡ କରିଥାଏ ପୁଲିସ । ଏଥିଲାଗି ବଛା ବଛା ଅଫିସରଙ୍କୁ ନେଇ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି । ଏହି ଟିମ ସ୍ପେଶାଲ ସ୍କାର୍ଡ ଭାବେ ବେଶ ପରିଚିତ । ଏମାନଙ୍କର କାର୍ଯ୍ୟ କେବଳ ଅପରାଧୀଙ୍କୁ ଖୋଜିବା । ହେଲେ ଅମରେଶ ନାୟକ ହତ୍ୟା ଘଟଣାରେ ଜେଲରୁ ମୁକୁଳିଥିବା ୪ ହତ୍ୟାକାରୀଙ୍କ ସମର୍ଥକମାନେ କୋଭିଡ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରି ରାଜଧାନୀର ଛାତି ଉପରେ ବିଶାଳ ସମାବେଶ କରି କମିଶନରେଟ୍‌ ପୁଲିସକୁ ଚ୍ୟାଲେଞ୍ଜ ଦେବା ଘଟଣା ସମସ୍ତଙ୍କୁ ଚକିତ କରି ଦେଇଛି । ଏହିଭଳି ଅଭିଯୁକ୍ତମାନଙ୍କ ବିରୋଧରେ କଠୋର ହୋଇଛି କମିଶନରେଟ୍‌ ପୁଲିସ । ଝାରପଡା ଜେଲ୍‌ ନିକଟରୁ ର୍ୟାଲି କରି ସୁନ୍ଦରପଦା ଆସିଥିବା ଥାନା ଗୁଡିକରେ କମିଶନରେଟ୍‌ ପୁଲିସ ପକ୍ଷରୁ ଏତଲା ରୁଜୁ କରାଯାଇଛି । ଜେଲ ଫେରାନ୍ତାଙ୍କ ସହ ଶହ ଶହ ସମର୍ଥକ ଶୋଭାଯାତ୍୍ରାରେ ଲକ୍ଷ୍ମୀସାଗର, ବଡଗଡ, ଏୟାରପୋର୍ଟ ଓ ଏୟାରଫିଲ୍ଡ ଥାନାରେ ମାମଲା ରୁଜୁ ହୋଇଛି । ୪ ଥାନାରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୁଲିସ ଚଢ଼ଉ ଜାରି ରଖିଥିବା ସମୟରେ କ୍ୟାପିଟାଲ ଥାନାରେ କାହିଁକି ହେଲାନି ଅପରାଧୀଙ୍କ ବିରୋଧରେ ମାମଲା ତାହାକୁ ନେଇ ରାଜଧାନୀରେ ଚାଲିଛି ଚାପାଗୁଞ୍ଜରଣ । କ୍ୟାପିଟାଲ ଥାନା ଅଧିକାରୀଙ୍କୁ ଏନେଇ ଅନେକ ପ୍ରଶ୍ନ କରାଯାଉଛି । ଅନ୍ୟ ପଟେ ମଙ୍ଗଳବାର ଦିନ ବେଆଇନ ର୍ୟାଲି କରିବା ଅଭିଯୋଗରେ ଏୟାରପୋର୍ଟ ଓ ଏୟାରଫିଲ୍ଡ ଥାନା ପୁଲିସ ୬ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ଲିଙ୍ଗରାଜ ଥାନା ଅଧୀନ ବାରୁଣେଶ୍ୱର ଲେନର ବିଶ୍ୱଜିତ ବସ୍ତିଆ ଓରଫ ବାପୁନୁ(୨୧),ବଡଗଡ ଥାନା ସାମନ୍ତରା ସାହିର ରକି ପାଟ୍ଟଶାହାଣୀ(୨୧),ଧଉଳି ଥାନା ଅଧୀନ ଇନ୍ଦିରା କଲୋନୀ ଗ୍ରୀନ ଅପାର୍ଟମେଣ୍ଟର ସୁରଜ ପଞ୍ଚୁଆତି ଓରଫ ଦୀପୁ(୨୧),ଧଉଳି ଥାନା ଅଧୀନ ଶିଶୁପାଳଗଡ ଶ୍ରୀତିକ ବିଶ୍ୱାଳ(୧୯), ଧଉଳି ଥାନା ଅନ୍ତର୍ଗତ ଶିଶୁପାଳଗଡର ସାହିଲ କୁମାର ଗଜେନ୍ଦ୍ର ଓରଫ ଲାଡୁ(୧୮), ଏୟାଫିଲ୍ଡ ଥାନା ପୁଲିସ ଗିରଫ କରିଥିବା ଅଭିଯୁକ୍ତ ଜଣଙ୍କ ହେଲେ କପିଳ ପ୍ରସାଦ ହରିଛକର ସୋ÷ମ୍ୟଜିତ ମାର୍ଥା(୨୮) । ଏୟାରପୋର୍ଟ ପୁଲିସ କୋଭିଡ କଟକଣା ଉଲ୍ଲଘଂନ ମାମଲାରେ ସମସ୍ତିଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ସେହିଭଳି ସୋମାବର ଦିନ ଏୟାରପୋର୍ଟ ଥାନା ପୁଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ଥିଲେ ଜଣେ ହତ୍ୟାକାରୀ ଓ ସେମାନଙ୍କର ୩ ସହଯୋଗୀ । ବେଆଇନ ର୍ୟାଲି କରିବା ଅଭିଯୋଗରେ ପୁଣି ୧୦୦ ରୁ ଅଧିକ ଯୁବକ ଫେରାର ଥିବାରୁ ସେମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି । ଅନ୍ୟ ପଟେ ଏୟାରପୋର୍ଟ, ଏୟାରଫିଲ୍ଡ, ବଡଗଡ, ଲକ୍ଷ୍ମୀସାଗର ଥାନାରେ ବେଆଇନ ର୍ୟାଲି ନେଇ ଅଭିଯୋଗ ହୋଇଥିଲେ ମଧ୍ୟ କାହିଁକି କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇନାହିଁ ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏନେଇ ଡିସିପି ଉମାଶଙ୍କର ଦାସଙ୍କୁ ପଚାରିବାରୁ ସେ କହିଥିଲେ ଯେ, ଠିକ୍‌ କଥା । କ୍ୟାପିଟାଲ ଥାନା ରାଜମହଲରୁ ଶିଶୁଭବନଛକ ଦେଇ ର୍ୟାଲି ଯାଇଥିଲା । କ୍ୟାପିଟାଲ ଥାନାରେ ତଦନ୍ତ ହେବା କଥା । କ’ଣ ହୋଇଛି ମୁଁ ବୁଝୁଛି ବୋଲି ଶ୍ରୀ ଦାସ ‘ନିର୍ଭୟ’କୁ ସୂଚନା ଦେଇଛନ୍ତି । ଅନ୍ୟ ପଟେ ଦେଖିବାକୁ ଗଲେ ଥାନା ଅଧିକାରୀ ଗି ଗିରିଜା ଚକ୍ରବର୍ତ୍ତି କାହିଁକି ନିଜ ଆଡୁ ମାମଲା ରୁଜୁ କଲେ ନାହିଁ । ଡିସିପି ଶ୍ରୀ ଦାସ ର୍ୟାଲି ଯାଇଥିବା ଥାନାକୁ ନିଦେ୍ର୍ଦଶ ଦେଇଥିଲେ ମଧ୍ୟ ଡିସିପିଙ୍କ ନିଦେ୍ର୍ଦଶକୁ ଥାନା ଅଧିକାରୀଙ୍କ ବେଖାତିର ନୁହେଁ କି? ସୂଚନାଯୋଗ୍ୟ ଯେ, ୨୦୧୯ ଅକ୍ଟୋବର ୨୭ ଦୀପାବଳି ରାତିରେ ଏକାମ୍ର କଲେଜ ପଡିଆରେ ଅମରେଶ ନାୟକଙ୍କୁ ଯୋଜନାବଦ୍ଧ ଭାବେ ସେହି ଅଞ୍ଚଳର ୧୦ ରୁ ଅଧିକ ଯୁବକ ଗୋଡେଇ ଗୋଡେଇ ହାଣି ଅତି ବିଭତ୍ସ ଭାବେ ହତ୍ୟା କରିଥିଲେ । ଏହି ଘଟଣା ପ୍ରଚାରିତ ହେବା ପରେ ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଥିଲା । ଏୟାରଫିଲ୍ଡ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚô ମୃତଦେହକୁ ଜବତ କରିବା ସହ ଏନେଇ ୧୬୫/୧୯ ହତ୍ୟା ମାମଲା ରୁଜୁ କରିଥିଲା । ପରବର୍ତ୍ତି ସମୟରେ ହତ୍ୟାକାରୀଙ୍କୁ ଧରିବା ପାଇଁ ଚାରିଆଡେ ପୁଲିସ ନାକାବନ୍ଦୀ କରି ପ୍ରଥମେ ୪ ଜଣଙ୍କୁ ଗିରଫ କରିଥିବା ବେଳେ ପରବର୍ତ୍ତି ସମୟରେ ପୁଣି ୫ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା । ମଙ୍ଗଳବାର ଦିନ ପୁଣି ଏୟାରପୋର୍ଟ ଥାନା ପୁଲିସ ୫ ଜଣଙ୍କୁ ଗିରଫ କରିଥିବା ବେଳେ ଏୟାରଫିଲ୍ଡ ଥାନା ପୁଲିସ ଜଣଙ୍କୁ ଗିରଫ କରିଛି । ମଙ୍ଗଳବାର ଦିନ ୬ ଜଣଙ୍କୁ ଗିରଫ କରାଯାଇଛି । ସେହିଭଳି ଅଭିଯୁକ୍ତମାନେ ମୃତ ଅମରେଶଙ୍କ ପରିବାର ଲୋକଙ୍କୁ ହତ୍ୟାକାରୀମାନେ ପୁଣି ଧମକ ଚମକ ଦେବା ସହ ସାନ ଭାଇକୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ଅମରେଶ ନାୟକ ହତ୍ୟା ଘଟଣାକୁ ଗୋଟିଏ ବର୍ଷ ନ ପୁରୁଣୁ ଅପରାଧୀମାନେ ଜାମିନରେ ଆସିବା ଘଟଣା ସମସ୍ତଙ୍କୁ ସ୍ତବ୍ଦ କରି ଦେଇଛି । ହତ୍ୟାକାରୀମାନେ ଜାମିନରେ ଆସିବା ପରେ ପୁଣି ଅମରେଶଙ୍କ ଭାଇକୁ ହତ୍ୟା କରିବାକୁ ଧମକ ଚମକ ଦେବା ପରେ ସେମାନେ ଭୟଭିତ ହୋଇପଡିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*