ଜାମିନ ପାଇଲେ ୪ ହତ୍ୟାକାରୀ,ରାଲି କରି ପୁଣି ବନ୍ଧା ହେଲେ ୪,ଖସିଗଲେ ୧୦

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ବହୁ ଚର୍ଚ୍ଚିତ ଅମରେଶ ନାୟକ ହତ୍ୟା ଘଟଣାରେ ପୁଣି ଆସିଛି ନୂଆ ଟୁଟଇ୍‌ । ଅମରେଶ ନାୟକ ହତ୍ୟା ଘଟଣାରେ ୪ ହତ୍ୟାକାରୀଙ୍କୁ ହାଇକୋର୍ଟ ଜାମିନ ଦେବା ପରେ ଘଟଣା ଏବେ ଭିନ୍ନମୋଡ ନେଇଛି । ୪ ହତ୍ୟାକାରୀଙ୍କୁ କୋର୍ଟ ଜାମିନ ଦେବା ପରେ ଅମରେଶଙ୍କ ପରିବାର ଲୋକେ ଚକିତ ହୋଇପଡିଛନ୍ତି । କିପରି ହତ୍ୟାକାରୀଙ୍କ ଜାମିନ ମିଳିଲା ତାହାକୁ ନେଇ ସେମାନେ ପ୍ରଶ୍ନ ଉଠାଇଛନ୍ତି । ପୁଲିସର ଦୁର୍ବୃଳ ତଦନ୍ତ ନାଁ ଅନ୍ୟ କିଛି କାରଣ ରହିଛି ତାହାକୁ ନେଇ ପରିବାର ଲୋକେ ପ୍ରଶ୍ନ ଉଠାଇଛନ୍ତି । ଅନ୍ୟ ପଟେ ଜାମିନ ପାଇଥିବା ହତ୍ୟାକାରୀଙ୍କ ନାମରେ ରହିଛି ଏକାଧିକ ଅପରାଧୀକ ମାମଲା । ୪ ହତ୍ୟାକାରୀଙ୍କୁ କୋର୍ଟ ଜାମିନ ଦେବା ପରେ ସେମାନଙ୍କ ପ୍ରଶଂସକମାନଙ୍କ ଉତ୍ସାହ ନ କହିଲେ ଭଲ । ରାଜଧାନୀରେ କୋଭିଡ କଟକଣା ନେଇ ଗାଇଡ ଲାଇନ ଜାରି କରାଯାଇଥିବା ସମୟରେ ଅଭିଯୁକ୍ତମାନଙ୍କୁ ଏକ ସେମାନଙ୍କର ସାଙ୍ଗମାନେ ଖୋଲା ଜିପ୍‌ରେ ଅଭିଯୁକ୍ତମାନଙ୍କୁ ବସାଇ ଏକ ର୍ୟାଲିରେ ଯିବା ମହଙ୍ଗା ପଡିଛି । କୋଭିଡ ନିୟମ ଉଲ୍ଲଂଘନ କରିବା ର୍ୟାଲି କରିବା ଅଭିଯୋଗରେ ଏୟାରଫିଲ୍ଡ ଥାନା ପୁଲିସ ୪ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଏୟାରଫିଲ୍ଡ ସୁନ୍ଦରପଦା ପାଟଣା ସାହି କାଶିନାଥ ବାରିକ ଓରଫ କାଳିଆ(୩୪), ସୁନ୍ଦରପଦା ତଳ ସାହିର ରୋଶନ ଜେନା(୨୦), କପିଳ ପ୍ରସାଦ ପ୍ଳଟ ନମ୍ବର – ୧୨୮୮ରେ ରହୁଥ୍‌ôବା ଜ୍ଞାନରଂଜନ ବଡଜେନା ଓରଫ କୁନା(୩୭) ଏବଂ ସୁନ୍ଦରପଦା ଦୁର୍ଗାମନ୍ଦପ ସାହିର ଚିତ୍ତରଂଜନ ପ୍ରଧାନ ଓରଫ ଅମର(୨୩) । ପୁଲିସ ଅଭିଯୁକ୍ତମାନଙ୍କଠାରୁ ୩ ବାଇକ୍‌, ଗୋଟିଏ ଜିପ୍‌ ଜବତ କରିଛି । ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣେ ଅମରେଶ ହତ୍ୟାକାନ୍ଦ ଘଟଣାରେ ସଂପୃକ୍ତ ଥିବା ବେଳେ ଅନ୍ୟମାନେ ହେଉଛନ୍ତି ସେମାନଙ୍କର ୩ ସାଙ୍ଗ । କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ଏୟାରଫିଲ୍ଡ ଥାନା ଅଧିକାରୀ ଦୀପକ ମିଶ୍ର ୪ ଜଣଙ୍କୁ ଗିରଫ କରିଥିବାବେଳେ ଆହୁରୀ ୧୦ ରୁ ଅଧିକ ଅପରାଧୀ ଫେରାର ଅଛନ୍ତି । ସେମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି । ଶ୍ରୀ ମିଶ୍ରଙ୍କ ଚନ୍ଦ୍ରଶେଖରପୁର ଥାନାରେ କାର୍ଯ୍ୟ କରିବା ସମୟରେ ଅଞ୍ଚଳରେ ଅପରାଧୀମାନଙ୍କ ମଧ୍ୟରେ ଛନକା ପଶିଥିବାବେଳେ ଏବେ ଏୟାରଫିଲ୍ଡର ଅଞ୍ଚଳରେ ଅପରାଧୀମାନେ ଏକ ପ୍ରକାର ସାବାଡ ହୋଇଯାଇଛନ୍ତି ।
ସୂଚନାଯୋଗ୍ୟ ଯେ, ୨୦୧୯ ଅକ୍ଟୋବର ୨୭ ଦୀପାବଳି ରାତିରେ ଏକାମ୍ର କଲେଜ ପଡିଆରେ ଅମରେଶ ନାୟକଙ୍କୁ ଯୋଜନାବଦ୍ଧ ଭାବେ ସେହି ଅଞ୍ଚଳର ୧୦ ରୁ ଅଧିକ ଯୁବକ ଗୋଡେଇ ଗୋଡେଇ ହାଣି ଅତି ବିଭତ୍ସ ଭାବେ ହତ୍ୟା କରିଥିଲେ । ଏହି ଘଟଣା ପ୍ରଚାରିତ ହେବା ପରେ ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଥିଲା । ଏୟାରଫିଲ୍ଡ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚô ମୃତଦେହକୁ ଜବତ କରିବା ସହ ଏନେଇ ୧୬୫/୧୯ ହତ୍ୟା ମାମଲା ରୁଜୁ କରିଥିଲା । ପରବର୍ତ୍ତି ସମୟରେ ହତ୍ୟାକାରୀଙ୍କୁ ଧରିବା ପାଇଁ ଚାରିଆଡେ ପୁଲିସ ନାକାବନ୍ଦୀ କରି ପ୍ରଥମେ ୪ ଜଣଙ୍କୁ ଗିରଫ କରିଥିବା ବେଳେ ପରବର୍ତ୍ତି ସମୟରେ ପୁଣି ୫ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା । ମୃତ ଅମରେଶଙ୍କ ପରିବାର ଲୋକଙ୍କୁ ହତ୍ୟାକାରୀମାନେ ପୁଣି ଧମକ ଚମକ ଦେବା ସହ ସାନ ଭାଇକୁ ଜୀବନରୁ ମାରିଦେବାକୁ ଧମକ ଦେଇ ଥିଲେ । ଅମରେଶ ନାୟକ ହତ୍ୟା ଘଟଣାକୁ ଗୋଟିଏ ବର୍ଷ ନ ପୁରୁଣୁ ଅପରାଧୀମାନେ ଜାମିନରେ ଆସିବା ଘଟଣା ସମସ୍ତଙ୍କୁ ସ୍ତବ୍ଦ କରି ଦେଇଛି । ହତ୍ୟାକାରୀମାନେ ଜାମିନରେ ଆସିବା ପରେ ପୁଣି ଅମରେଶଙ୍କ ଭାଇକୁ ହତ୍ୟା କରିବାକୁ ଧମକ ଚମକ ଦେବା ପରେ ସେମାନେ ଭୟଭିତ ହୋଇପଡିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*