ଜାନୁଆରୀରେ ନିଯୁକ୍ତ ହେବେ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ ବର୍ତ୍ତମାନ ସେନାଧ୍ୟକ୍ଷ ପାଇପାରନ୍ତି ପଦ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ

ଆସନ୍ତାବର୍ଷ ଜାନୁଆରୀ ମାସରେ ଦେଶ ପ୍ରଥମ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ ପାଇବାକୁ ଯାଉଛି । କେନ୍ଦ୍ର ସରକାରଙ୍କୁ ସାମରିକ ଗତିବିଧି ଭାବରେ ପରାମର୍ଶ ଦେବା ଲାଗି ଏକକ ବ୍ୟକ୍ତିଙ୍କ ନିଯୁକ୍ତି ଅତ୍ୟାବଶ୍ୟକ ହୋଇଥିବା ମନେ କରାଯାଇ ଏହି ପଦବୀ ସୃଷ୍ଟି କରାଯାଇଛି । ମୁଖ୍ୟ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ଅଧ୍ୟକ୍ଷତାରେ ଏହି ପଦବୀ ସକାଶେ ଯୋଗ୍ୟ ବ୍ୟକ୍ତି ବାଛିବା ଲାଗି କମିଟି ଗଠନ ହୋଇଛି । ୧୯୯୯ କାରଗିଲ୍‌ ଯୁଦ୍ଧ ପରବର୍ତ୍ତି ଅବସ୍ଥାରେ କାରଣ ବତାଇବା ଲାଗି ଗଠିତ କମିଟି ଏପରି ଏକ ପଦବୀ ସୃଷ୍ଟିର ସୁପାରିସ କରିଥିଲେ । ହେଲେ ଦୀର୍ଘ ଦିନ ଧରି ଏହା ହୋଇପାରି ନଥିଲା । ଦେଶର ୩ ସେନା ମଧ୍ୟରେ ଅଧିକ ସମନ୍ୱୟ ଏବଂ ସରକାରଙ୍କୁ ପରାମର୍ଶ ଦେବା ପାଇଁ ସୁବିଧା ହେବାର ଆଶାରେ ଏହି ପଦବୀ ସୃଷ୍ଟି ହୋଇଛି । ଚର୍ଚ୍ଚା ହେଉଛି ବର୍ତ୍ତମାନ ଭାରତୀୟ ସ୍ଥଳବାହିନୀର ମୁଖ୍ୟ ଥିବା ଜେନେରାଲ ବିପିନ୍‌ ରାୱତ ପ୍ରଥମ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ ବନିବେ । ଡିସେମ୍ବର ୩୧ ତାରିଖରେ ଅବସର ନେବାକୁ ଯାଉଛନ୍ତି ଜେନେରାଲ ରାୱତ । ଏହି ସିଡିଏସ୍‌ ପଦ ୪ ଷ୍ଟାର ଜେନେରାଲ ପଦ ବନାଯାଇଥିଲା ବେଳେ ୩ ସେନା ମୁଖ୍ୟଙ୍କ ସହ ଏହାର ର୍ୟାଙ୍କ ସମାନ ରହିବ । ଦେଶରେ ସାମରିକ କ୍ଷେତ୍ରରେ ନୂଆ ବ୍ୟବସ୍ଥା ଆଣିବା ଦିଗରେ ଏହି ସିଡିଏସ୍‌ ପଦ ଏକ ବଡ଼ ମାଇଲଖୁଣ୍ଟ ହେବ ବୋଲି ଅନୁମାନ କରାଯାଉଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*