ଜାନୁଆରୀରୁ ଏନ୍‌ଇଏଫ୍‌ଟି ଉପରେ ଲାଗିବ ନାହିଁ କୌଣସି ଶୁଳ୍କ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ମୁମ୍ବାଇ

ନୂଆ ବର୍ଷରେ ଗ୍ରାହକମାନଙ୍କୁ ବ୍ୟାଙ୍କ ପକ୍ଷରୁ ମିଳିପାରେ ବଡ ଉପହାର । ଜାନୁଆରୀ ୨୦୨୦ରୁ ଗ୍ରାହକଙ୍କୁ ବ୍ୟାଙ୍କରେ ଏନ୍‌ଇଏଫ୍‌ଟି ମାଧ୍ୟମରେ ହେଉଥିବା ନେଣଦେଣ ଉପରେ କୌଣସି ଶୁଳ୍କ ଦେବାକୁ ପଡିବ ନାହି । ନୋଟବନ୍ଦୀର ତୃତୀୟ ବାର୍ଷିକୀ ଅବସରରେ ଡିଜିଟାଲ ନେଣଦେଣକୁ ପ୍ରାଧାନ୍ୟ ଦେବା ଉଦେ୍ଦଶ୍ୟରେ ଆରବିଆଇ ପକ୍ଷରୁ ଏ ସଂପର୍କିତ ଏକ ପ୍ରସ୍ତାବ ଦିଆଯାଇଛି ।
ଅକ୍ଟୋବର ୨୦୧୮ରୁ ସେପ୍ଟେମ୍ବର ୨୦୧୯ ମଧ୍ୟରେ ମୋଟ୍‌ ଅଣନଗଦ ଖୁଚୁରା ପଇଠରେ ଡିଜିଟାଲ ମାଧ୍ୟମରେ ପଇଠର ଭାଗିଦାରୀ ୯୬% ରହିଛି । ଏହି ଅବଧିରେ ଏନ୍‌ଇଏଫ୍ଟି ଏବଂ ୟୁପିଆଇ ପ୍ରଣାଳୀରେ ଯଥାକ୍ରମେ ୨୫୨ ଏବଂ ୮୭୪ କୋଟିର ନେଣଦେଣ ହୋଇଛି । ବାର୍ଷିକ ଆଧାରରେ ଏହି ନେଣଦେଣରେ ଯଥାକ୍ରମେ ୨୦ ଏବଂ ୨୬୩%ର ବୃଦ୍ଧି ଘଟିଛି । ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ, ପଇଠ ପ୍ରଣାଳୀରେ ଏଭଳି ଉଲ୍ଲେଖନୀୟ ବୃଦ୍ଧି କାରଣରୁ ରିଜର୍ଭ ବ୍ୟାଙ୍କ ଦ୍ୱାରା ଏ ସଂପର୍କିତ ଅନେକ ପଦକ୍ଷେପ ନିଆଯିବ । ରିଜର୍ଭ ବ୍ୟାଙ୍କ ଏବେ ବ୍ୟାଙ୍କ ମାନଙ୍କୁ ନିଦେ୍ର୍ଦଶ ଦେଇଛି ଯେ, ଏନ୍‌ଇଏଫ୍‌ଟି ପ୍ରଣାଳୀରେ ସଂଚୟ ଖାତାରେ ହେଉଥିବା ଅନଲାଇନ ନେଣଦେଣ ଉପରେ ଗ୍ରାହକଙ୍କ ଠାରୁ କୌଣସି ଶୁଳ୍କ ନିଆନଯାଉ । ଏଥିସହ ଆରବିଆଇ ଭୁଟାନରେ ରୁପେ କାର୍ଡ ମାଧ୍ୟମରେ ପଇଠ ସୁବିଧା ଆରମ୍ଭ ହୋଇଥିବା ସୂଚନା ଦେଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*