ଜାତୀୟ ସ୍ତରର କାର୍ଯ୍ୟକ୍ରମକୁ ଯିବ ସୋଆ ଅଲ ଟେରାନ ଯାନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ଶିକ୍ଷା ଓ ଅନୁସନ୍ଧାନର ଡିମ୍ଡ ଟୁ ବି ୟୁନିଭର୍ସିଟି ପରିଚାଳିତ ଆଇ.ଟି.ଇ.ଆର କଲେଜର ଏସ.ଆଇ. ଇନ୍ଦିଆ କ୍ଲବର ଛାତ୍ରଛାତ୍ରୀମାନେ ରୋବଷ୍ଟ ଏବଂ ଅଲ ଟେରାନ ଯାନ ପ୍ରସ୍ତୁତ କରି ସଫଳତା ହାସଲ କରିଛନ୍ତି । ଏହି ସଫଳତା ଦ୍ୱାରା ଦେଶର ସବୁଠାରୁ ବଡ ରେସିଂ ଇଭେଂଟ “ମହିନ୍ଦ୍ରା ସାଇ ବାଜା-୨୦୧୯ରେ’ ଭାଗ ନେବାର ସୁନାମ ଅର୍ଜନ କରିଛନ୍ତି । ଆସନ୍ତା ୭ ରୁ ୧୧ ତାରିଖ ମଧ୍ୟରେ ପଞ୍ଜାବ ରୂପନଗର ସ୍ଥିତ ଆଇଆଇଟି ରୋପାରରେ ଏହି କାର୍ଯ୍ୟକ୍ରମଟି ଅନୁଷ୍ଠିତ ହେବ । କଲେଜର ୨୫ ଜଣ ମେକାନିକାଲ ଇଞ୍ଜିନିୟରିଂ ଛାତ୍ରଛାତ୍ରୀ ନିଜ ଉଦ୍ୟମରେ ପୋ-ସାଇଡେନ ରେସିଂ କାର ତିଆରି କରିଛନ୍ତି । ବଜାରରେ ଉପଲବ୍ଧ ଥିବା ଗାଡ଼ିଠାରୁ ଏହା ଭିନ୍ନ । ଏହା ପାହାଡ଼ିଆ ଅଂଚଳରେ ଗମନାଗମନର ସୁବିଧା ଦେଇପାରିବ । ଛାତ୍ରଛାତ୍ରୀମାନେ ଏହାର ନାମ ଏ.ଟି.ଭି. କାର ନଂ-୨୯ ଓ କାର ନଂ-୫୬ ରଖିଛନ୍ତି ।
ଏହି ଅବସରରେ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଆୟୋଜିତ ଉତ୍ସବରେ ନାଲକୋ ଡିଜିଏମ ଶ୍ରୀ ଆଶୁତୋଷ ରଥ ଏବଂ ସୋଆ ନିଦେ୍ର୍ଦଶକ (ଆଡମିସନ) ପ୍ରଫେସର ମାନସ ରଞ୍ଜନ ମଲ୍ଲିକ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*