ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଓ ସମୀକ୍ଷା ବୈଠକ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡ଼ିଆ: ଔପଦା

ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ସଦର ତଳକିଆ ପଞ୍ଚାୟତ ସଭାଗୃହରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାର ସାମାଜିକ ସହାୟତା କାର୍ଯ୍ୟକ୍ରମକୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ରତ୍ନାକର ଲେଙ୍କାଙ୍କ ସଭାପତିତ୍ୱରେ ସମିତିସଭ୍ୟ ଅଶୋକ କୁମାର ପ୍ରଧାନ, ଜିଆରଏସ ଶଶିକାନ୍ତ ନାୟକ, ବିଏସଏ ଗୌତମ ପନ୍ଦା, ଫତେପୁର ଭିଆରପି ଜ୍ୟୋସ୍ନାରାଣୀ ପୋଇ, ଆରଆରପୁର ଭିଆରପି କଲ୍ୟାଣୀ ବେହେରା ପ୍ରମୁଖ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ । ଆର୍ଥିକ ବର୍ଷ ୨୦୧୮-୧୯ ପାଇଁ ସରକାରଙ୍କ ପକ୍ଷରୁ ଜବକାର୍ଡ଼ଧାରୀମାନଙ୍କ ପାଇଁ ହୋଇଥିବା ବିଭିନ୍ନ ଯୋଜନା ଓ ଏହାର ଉପଯୋଗିତା ବିଷୟରେ ବୁଝାଇଥିଲେ । ଏଥିପାଇଁ ଜବକାର୍ଡ଼ ପାଇଥିବା ହିତାଧିକାରୀ ସେମାନଙ୍କ ଜବକାର୍ଡ଼କୁ ରିନୁ୍ୟ କରିବା ସହ ଯେଉଁମାନେ ଜବକାର୍ଡ଼ ପାଇ ନାହାଁନ୍ତି ସେମାନେ ଆବେଦନ କରି ଜବକାର୍ଡ଼ ନେଇ ପାରିବେ । ତା’ ସହିତ ମୃତ ଜବକାର୍ଡ଼ଧାରୀଙ୍କ ନାମକୁ ଚିହ୍ନଟ କରି କାଟିଦେବାକୁ କୁହାଯାଇଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*