ଜାତୀୟ ସମର ସ୍ମାରକୀ ଦେଶକୁ ସମର୍ପିତ:ଗତ ସରକାରର ଅଣଦେଖା ନୀତି ଯୋଗୁ ଭୋଗିଛି ସେନା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଇନ୍ଦିଆ ଗେଟ ନିକଟସ୍ଥ ୪୦ ଏକର ଅଞ୍ଚଳରେ ନିର୍ମିିତ ଜାତୀୟ ସମର ସ୍ମାରକୀକୁ ଉଦଘାଟନ କରିଛନ୍ତି । ସେନାର ଅବସରପ୍ରାପ୍ତ ଏବଂ କାର୍ଯ୍ୟରତ ଅଧିକାରୀଙ୍କ ଉପସ୍ଥିତିରେ ମୋଦୀ ମେମୋରିଆଲଠାରେ ଅଖନ୍ଦ ଜ୍ୟୋତିକୁ ପ୍ରଜ୍ଜ୍ୱଳନ କରି ସମର ସ୍ମାରକୀକୁ ଦେଶ ଉଦେ୍ଦଶ୍ୟରେ ସମର୍ପିତ କରିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ସେନାର ପ୍ରଶଂସା ପୂର୍ବକ “ଏହା ହିଁ ହେଉଛି ନୂତନ ଭାରତ, ଯାହାକି ପୁରା ବିଶ୍ୱରେ ନିଜର ଛାପ ଛାଡିବାକୁ ଯାଉଛି ଏବଂ ଏଥିରେ ଆମ ସେନା ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆମ ସେନା ଏବେ ବିଶ୍ୱରେ ଅନ୍ୟତମ ଶକ୍ତିଶାଳୀ ସେନା ଭାବେ ପରିଚିତି ଲାଭ କରିଛି” ବୋଲି କହିଥିଲେ । ଜାତୀୟ ସମର ସ୍ମାରକୀର ନିର୍ମାଣ ଦେଶ ପାଇଁ ପ୍ରାଣବଳି ଦେଇଥିବା ଯବାନଙ୍କ ସମ୍ମାନରେ କରାଯାଇଛି । ଦେଶ ପାଇଁ ସହିଦ୍‌ ହୋଇଥିବା ୨୫,୯୪୨ ଜଣ ବୀର ଯବାନଙ୍କ ସ୍ମତି ବହନ କରୁଛି ଏହି ସ୍ମାରକୀ । ତ୍ୟାଗ ଚକ୍ର ମଧ୍ୟରେ ନିର୍ମିିତ ୧୬ଟି ଗ୍ରାନାଇଟ୍‌ କାନ୍ଥରେ ଏହି ସହିଦ୍‌ ଯବାନଙ୍କ ନାମ ସ୍ୱର୍ଣ୍ଣାକ୍ଷରରେ ଲେଖାଯାଇଛି । ଏକ ସଙ୍ଗରେ ଏହି ସ୍ମାରକୀ ଭିତରକୁ ୨୫୦ ଜଣ ଲୋକ ପ୍ରବେଶ କରି ଏହାକୁ ବୁଲି ଦେଖିପାରିବେ ।
ଏହି ଅବସରରେ ପ୍ରଧାନମନ୍ତ୍ରୀ କଂଗ୍ରେସକୁ ଜୋରଦାର ଟାର୍ଗେଟ କରିଥିଲେ । ଗତ ୭୦ ବର୍ଷ ହେଲା ଏହି ସମର ସ୍ମାରକୀ ନିର୍ମାଣ ପାଇଁ ଦାବି ହୋଇଆସୁଥିଲା । ୧୯୬୧ ମସିହାରେ ଏହିପରି ଏକ ସ୍ମାରକୀ ନିର୍ମାଣର ଯୋଜନା ଆରମ୍ଭ ହୋଇଥିଲା । ଯାହାକି ପୂର୍ବ ସରକାର କରିପାରିନଥିଲେ । ହେଲେ ଏନଡିଏ ସରକାର ଆପଣମାନଙ୍କ ଆଶୀର୍ବାଦରୁ ଏହାର ନିର୍ମାଣ ୨୦୧୪ରେ ଆରମ୍ଭ କରିଥିଲେ ଏବଂ ଏହାକୁ ଧାର୍ଯ୍ୟ ସମୟସୀମା ପୂର୍ବରୁ ଶେଷ କରି ମଧ୍ୟ ଦେଖାଇଛନ୍ତି ବୋଲି ମୋଦୀ ଏହି ଅବସରରେ କହିଥିଲେ । ସୈନିକଙ୍କ ପାଇଁ ୱାନ ର୍ୟାଙ୍କ୍‌ ୱାନ ପେନସନ୍‌ ଲାଗୁ ହୋଇସାରିଛି । ସରକାର ୩୫ ହଜାର କୋଟି ଏଥିପାଇଁ ଆବଣ୍ଟିତ କରିଛନ୍ତି । ଭାବନ୍ତୁ ଏହା ପୂର୍ବରୁ ମଧ୍ୟ ଏକ ସରକାର ଥିଲା, ଯାହା କହୁଥିଲା କେବଳ ୫୦୦ କୋଟି ଟଙ୍କାରେ ଓଆରଓପି ଲାଗୁ ହୋଇଯିବ । ବର୍ତ୍ତମାନ ସୈନିକଙ୍କ ଦରମା ମଧ୍ୟ ବୃଦ୍ଧି ପାଇଛି । ପୂର୍ବତନ ସୈନିକମାନେ ଯେପରି ପେନ୍‌ସନ୍‌ ପାଇଁ ଚକ୍କର ନକାଟିବେ, ସେଥିପାଇଁ ଅନ୍‌ଲାଇନ୍‌ ପୋର୍ଟାଲ ବନାଯାଇଛି । ସେହିପରି ଯେଉଁ ସୈନିକ କାର୍ଯ୍ୟରତ ଥିବା ସମୟରେ ପ୍ରାଣ ହରାଉଥିଲେ, ତାଙ୍କ ପରିବାରକୁ ବି ପେନ୍‌ସନ୍‌ ମିଳିବ ବୋଲି ସେ କହିଥିଲେ ।
୨୦୦୯ ମସିହାରେ ସେନା ପକ୍ଷରୁ ୧,୮୬,୦୦୦ଟି ବୁଲେଟପ୍ରୁଫ୍‌ ଜ୍ୟାକେଟ ପାଇଁ ଦାବି କରାଯାଇଥିଲା । ହେଲେ ସେମାନେ ଏହା ବିନା ହିଁ ଶତ୍ରୁଙ୍କ ସାମନା କରିଥିଲେ । ଆମ ସରକାର ଗତ ୪.୫ ବର୍ଷ ମଧ୍ୟରେ ୨,୩୦,୦୦୦ ବୁଲେଟ୍‌ ପ୍ରୁଫ୍‌ ଜ୍ୟାକେଟ୍‌ ସେନାକୁ ଯୋଗାଇ ଦେଇଛନ୍ତି ବୋଲି ସେ କହିଥିଲେ । ଏହି ଅବସରରେ ସେ ଲଢୁଆ ବିମାନରେ ମହିଳାଙ୍କୁ ପାଇଲଟ୍‌ ଭାବେ ନିଯୁକ୍ତି ଦେବା ପାଇଁ ବାୟୁସେନାର ନିଷ୍ପତ୍ତିକୁ ପ୍ରଶଂସା କରିଥିଲେ । ହେଲେ ଆମ ପୂର୍ବ ସରକାର ବୋଫର୍ସ ଭଳି ଦୁର୍ନୀତିରେ ସାମିଲ ହେଲାବେଳେ ଆମ ସେନାକୁ ଅଣଦେଖା କରିଥିଲେ । କିଛି ଲୋକଙ୍କ ପାଇଁ “ସେମାନଙ୍କ ପରିବାର ଦେଶଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ” ପ୍ରଧାନମନ୍ତ୍ରୀ କଂଗ୍ରେସର ନାମ ନନେଇ କହିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*