ଜାତୀୟ ସମର ଶିକ୍ଷାର୍ଥୀ ଦିବସ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡ଼ିଆ : କୋଣାର୍କ
କୋଣାର୍କ ସ୍ଥିତ ଭଗବତୀ ମହାବିଦ୍ୟାଳୟ ପକ୍ଷରୁ ୭୧ତମ ଜାତୀୟ ସମର ଶିକ୍ଷାର୍ଥୀ ଦିବସ ପାଳିତ ହୋଇଯାଇଛି । ଏହି ଦିବସରେ ଅତିଥି ଭାବରେ କୋଣାର୍କ ଥାନା ଅଧିକାରୀ ସଞ୍ଜିବ କୁମାର ପ୍ରଧାନ, ମହାବିଦ୍ୟାଳୟର ଅଧ୍ୟକ୍ଷ ବିଷ୍ଣୁ ଚରଣ ମିଶ୍ର ପ୍ରମୁଖ ଯୋଗଦେଇ ପ୍ରଥମେ କଲେଜ ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରେ ପରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ପତାକା ଉତ୍ତୋଳନ କରିବା ସହିତ ସମାଜ ଗଠନରେ ଛାତ୍ରଛାତ୍ରୀମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ସମର ଶିକ୍ଷାର୍ଥୀ ବାହିନୀର ଅଧିକାରୀ ଲେଫ୍ଟନାଣ୍ଟ ଅଧ୍ୟାପକ ବିନୟ ଭୂଷଣ ମହାନ୍ତି ପରିଚାଳନା କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*