ଜାତୀୟ ରୋଭର ରେଂଜର ଜାମ୍ବୋରୀର ଶୁଭାରମ୍ଭ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଭୁବନେଶ୍ୱର

ଭାରତ ସ୍କାଉଟସ୍ ଓ ଗାଇଡ଼ସ୍ର ରେଂଜର (ସିନିଅର ଗାଇଡ୍) ବିଭାଗର ୧୦୦ ବର୍ଷ ପୂର୍ତ୍ତି ଅବସରରେ ଜାତୀୟ କାର୍ଯ୍ୟାଳୟ ନୂଆଦିଲ୍ଲୀ ତରଫରୁ
ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ୍ସ୍ ଗାଇଡ଼ସ୍ ଆନୁକୂଲ୍ୟରେ ରୋଭର ଓ ରେଂଜରମାନଙ୍କୁ ନେଇ ଏକ ମିନି ଜାମ୍ବୋରୀ ଖୋର୍ଦ୍ଧା ଜିଲ୍ଲା ବରୁଣେଇ ସ୍ଥିତ ରାଜ୍ୟ ତାଲିମ କେନ୍ଦ୍ର ପରିସରରେ ରବିବାର ରାଜ୍ୟ ମୁଖ୍ୟ କମିଶନର ତଥା ଜାତୀୟ ଉପସଭାପତି ଡଃ କାଳି ପ୍ରସାଦ ମିଶ୍ରଙ୍କ ଦ୍ୱାରା ଶୁଭାରମ୍ଭ ହୋଇଅଛି । ଉକ୍ତ କାର୍ଯ୍ୟକ୍ରମରେ ଜାତୀୟ କାର୍ଯ୍ୟାଳୟର ସ୍କାଉଟ୍ ବିଭାଗର ଉପନିଦେ୍ର୍ଦଶକ ଅମର ବି. ଛେତ୍ରୀ ଓ ଗାଇଡ଼୍ ବିଭାଗର ଉପନିଦେ୍ର୍ଦଶିକା ସୁରେଖା ଶ୍ରୀବାସ୍ତବ, ତାମିଲନାଡୁର କମଳା କର୍ଣ୍ଣନ୍, ଯୁଗ୍ମ ସଂପାଦକ ମିହିର ରଞ୍ଜନ ପଟ୍ଟନାୟକ, ଗାଇଡ଼୍ ସଂଗଠନ କମିଶନର ଅନାମିକା ଦାସ, ସ୍କାଉଟ୍ ସଂଗଠନ କମିଶନର ଶ୍ରୀ ପ୍ରାଣକୃଷ୍ଣ ବେହେରା, ତାଲିମ କମିଶନର ସୁରଜିତ ସେନ, ରେଂଜର ବିଭାଗର ସହ ସଂଗଠିକା ପୁଷ୍ପାଞ୍ଜଳି ମହାପାତ୍ରଙ୍କ ସମେତ କାର୍ଯ୍ୟାଳୟର ବହୁ କର୍ମଚାରୀ ଉପସ୍ଥିତ ଥିଲେ । ଓଡ଼ିଶା ସମେତ ୨୪ଟି ବାହାର ରାଜ୍ୟ ଏବଂ ବଙ୍ଗଳା ଦେଶରୁ ପ୍ରାୟ ୧୦୦୦ ରୋଭର ରେଂଜର ଉକ୍ତ ଜାମ୍ବୋରୀରେ ଯୋଗ ଦେଇଛନ୍ତି । ଚଳିତ ଜାମ୍ବୋରୀର ବିଶେଷ ଆକର୍ଷଣ ୭୦/୮୦ଫୁଟ ଉଚ୍ଚତାର ତିନୋଟି ଟାୱାର ସହ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ ପାଇଁ ସୁନ୍ଦର ଭାରତ ଗ୍ରାମ, ଏବଂ ବହିଃର୍ଦେଶ ଶିବିରାର୍ଥୀମାନଙ୍କ ପାଇଁ ୨ଜଣ ରହିବା ଭଳି ମିନି ଟେଣ୍ଟ ବିଶିଷ୍ଟ ସ୍ୱତନ୍ତ୍ର ଓଭରସିସ୍ ଭିଲେଜ୍ ନିର୍ମାଣ କରାଯାଇଅଛି । ଆଜି ବିଶ୍ୱ ଏଡସ୍ ଦିବସ ପାଳନ ଅବସରରେ ଶିବିରାର୍ଥୀମାନେ ଜନ ସଚେତନ ସଂପର୍କିତ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ଏତଦ୍ ବ୍ୟତୀତ ଗାନ୍ଧୀଜିଙ୍କ ୧୫୦ତମ ଜନ୍ମ ବାର୍ଷିକୀ ପାଳନ ଅବସରରେ ସ୍ୱଚ୍ଛ ଭାରତ ସୁନ୍ଦର ଭାରତ ସମ୍ବନ୍ଧିତ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯିବାର ବ୍ୟବସ୍ଥା ରହିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*