ଜାତୀୟ ଯୁବା ମହିଳା ଫୁଟବଲ କ୍ୟାମ୍ପ ପାଇଁ ୩ ଓଡ଼ିଆଙ୍କୁ ଡାକରା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଭୁବନେଶ୍ୱର
ନଭେମ୍ବର ପହିଲାରୁ ଗୋଆର ମାର୍ଗାଓ ଠାରେ ଥିବା ଜବାହାରଲାଲ ନେହେରୁ ଷ୍ଟାଡିୟମରେ ଭାରତୀୟ ୧୭ ବର୍ଷରୁ କମ୍‌ ମହିଳା ଫୁଟବଲ ଦଳର ଅଭ୍ୟାସ ଶିବିର ଆରମ୍ଭ ହେବାକୁ ଯାଉଛି । ଏହି ଶିବିରରେ ଯୋଗ ଦେବା ସକାଶେ ଓଡ଼ିଶାର ୩ ଜଣ ଖେଳାଳିଙ୍କୁ ମିଳିଛି ଡାକରା । କଟକ ସାଇ ହଷ୍ଟେଲର ଜ୍ୟୋତି କୁମାରୀ ଏବଂ ସୁନ୍ଦରଗଡ କ୍ରୀଡ଼ା ଛାତ୍ରାବାସର ମନିଷା ନାୟକ ଏବଂ ମଞ୍ଜୁ ଗଞ୍ଜୁ ଅଭ୍ୟାସ ଶିବିର ସକାଶେ ଡାକରା ପାଇଥିବା ବିଷୟ ଫାଓର କାର୍ଯ୍ୟନିର୍ବାହୀ ସମ୍ପାଦକ ଅଭିଜିତ ପଲ୍‌ ଜଣାଇଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*