ଜାତୀୟ ଭାରୋତ୍ତଳନ: ଭାଗ ନେବ ୩୧ ଜଣିଆ ଓଡ଼ିଶା ଦଳ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡ଼ିଆ: ଭୁବନେଶ୍ୱର

ବିହାରର ଗୟା ଠାରେ ମଙ୍ଗଳବାରରୁ ଆରମ୍ଭ ହୋଇଛି ଜାତୀୟ ଜୁନିୟର ଓ ସବ୍‌ ଜୁନିୟର ଭାରୋତ୍ତଳନ ପ୍ରତିଯୋଗିତା । ଯାହା ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିରେ ୩୧ ଜଣିଆ ଓଡ଼ିଶା ଦଳ ଅଂଶଗ୍ରହଣ କରୁଛି । ୧୬ ଜଣ ବାଳିକା ଓ ୧୦ ଜଣ ବାଳକଙ୍କ ସହ ୫ ଜଣ ଅଫିସିଆଲ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଛନ୍ତି । ଖେଳାଳିମାନଙ୍କ ମଧ୍ୟରେ ସାମିଲ ଅଛନ୍ତି ସନ୍ଧ୍ୟାରାଣୀ ନାୟକ, ରଞ୍ଜିତା ମାଝୀ, ଅପରାଜିତା ଭୂୟାଁ, ଭକ୍ତରାମ ଦେସ୍ତି, କୃଷ୍ଣଚନ୍ଦ୍ର ନାୟକ, ରାମଚନ୍ଦ୍ର ମାଡ଼କାମି ପ୍ରମୁଖ । ଓଡ଼ିଶା ଦଳକୁ ରାଜ୍ୟ ସଂଘ ଉପସଭାପତି ଡ.ହରିପ୍ରସାଦ ପଟ୍ଟନାୟକ ଏବଂ ସଭାପତି ଚିତ୍ତରଞ୍ଜନ ସ୍ୱାଇଁ ଶୁଭେଚ୍ଛା ଜଣାଇଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*