ଜାତୀୟ ବେଞ୍ଚପ୍ରେସ୍‌ : ଓଡ଼ିଶାକୁ ୩ ରୌପ୍ୟ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର
ଦିଲ୍ଲୀର ଶିବାଜୀ ଷ୍ଟାଡିୟମରେ ସଦ୍ୟ ଶେଷ ହୋଇଛି ଜାତୀୟ ବେଞ୍ଚପ୍ରେସ୍‌ ପ୍ରତିଯୋଗିତା । ଓଡ଼ିଶାକୁ ଏହି ପ୍ରତିଯୋଗିତାରେ ମିଳିଛି ୩ଟି ରୌପ୍ୟ ପଦକ । ସିନିୟର ୮୩ କେଜି ବର୍ଗରେ ୧୬୭.୫ କେଜି ଭାର ଉଠାଇ ଓଡ଼ିଶାର ରାକେଶ ଶତପଥୀ, ୧୦୫ କେଜି ବିଭାଗରେ ସୂର୍ଯ୍ୟକାନ୍ତ ପ୍ରଧାନ, ୧୭୫ କେଜି ଏବଂ ମାଷ୍ଟର୍ସ ୨ ବିଭାଗର ୬୬ କେଜି ବର୍ଗରେ ଓଡ଼ିଶାର ନାରାୟଣ ସେଠୀ ୧୦୦ କେଜି ଭାର ଉଠାଇ ରୌପ୍ୟ ପଦକ ପାଇଛନ୍ତି । ତେବେ ଓଡ଼ିଶାର ସୁଜିତ କୁମାର ଗିରି, ବାଦଲ ବେହେରା ଏବଂ ବିଜୟ ଚକ୍ରବର୍ତ୍ତୀ ଅଳ୍ପକେ ବ୍ରୋଞ୍ଜ ପଦକରୁ ବଞ୍ଚିତ ହୋଇ ୪ର୍ଥ ହୋଇଛନ୍ତି । ଦେଶର ବିଭିନ୍ନ ଭାଗରୁ ୮୦୦ରୁ ବେଶି ଖେଳାଳି ଦିଲ୍ଲୀ ପ୍ରତିଯୋଗିତାରେ ଭାଗ ନେଇଥିଲେ । ଓଡ଼ିଶାର ସଫଳତାରେ ସଭାପତି କଳିକେଶ ନାରାୟଣ ସିଂ ଦେଓ, ଉପସଭାପତି ହରିପ୍ରସାଦ ପଟ୍ଟନାୟକ, ସମ୍ପାଦକ ଚିତ୍ତରଞ୍ଜନ ସ୍ୱାଇଁ ପ୍ରମୁଖ ପଦକ ବିଜେତାମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*