ଜାତୀୟ ପେନସନ ଯୋଜନାରେ ସାମିଲ ପାଇଁ ଧାରଣା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡ଼ିଆ: ଆସିକା

ଦୀର୍ଘ ଦିନ ଧରି ବନ୍ଦ ହୋଇ ରହିଥିବା ଆସିକା କଲେଜ ଛକ ସ୍ଥିତ ବାଲାଜୀ ସୂତାକଳଠାରେ ଜାତୀୟ ପେନସନ ଯୋଜନାରେ ସାମିଲ ପାଇଁ ଅବସରପ୍ରାପ୍ତ ଶ୍ରମିକମାନଙ୍କ ପକ୍ଷରୁ ଧାରଣା ଅନୁଷ୍ଠିତ ହୋଇଥିଲା । ଅବସରପ୍ରାପ୍ତ ଶ୍ରମିକ ନେତା ବିପ୍ରଚରଣ ପ୍ରଧାନଙ୍କ ନେତୃତ୍ୱରେ ଏହି ଆନେ୍ଦାଳନ ଅନୁଷ୍ଠିତ ହୋଇଥିଲା । ପରିଚାଳନା ତ୍ରୁଟି ଓ ରାଜନୈତିକ ଚାପ ଯୋଗୁଁ କ୍ରମଶଃ ଏହି ସୂତାକଳର କ୍ଷତି ବୃଦ୍ଧି ପାଇଥିଲା । ଏହି କ୍ଷତି ଯୋଗୁଁ କିଛି ଦିନ ବନ୍ଦ ପରେ କ୍ଷତିର ଭରଣା ପାଇଁ ରାଜ୍ୟ ସରକାର ଆଇଡିସି ଅଧିନ ଆସିକା, ବାରିପଦା, ସୋନପୁର କ୍ଷତିରେ ଚାଲୁଥିବା ସୂତାକଳକୁ ନେଇ ପରବର୍ତ୍ତୀ ସମୟରେ ଏବିଏସ ନାମରେ ସ୍ୱତନ୍ତ୍ର ନାମ କରଣ କରି ଉତ୍ପାଦନ ଆରମ୍ଭ କରାଯାଇଥିଲା । ପରବର୍ତ୍ତୀ ସମୟରେ କନଭର୍ସ ପଲିସିରେ (ଲିଜ ସୂତ୍ର) କଲିକତା ସ୍ଥିତ ହେମଲତା ଟାକ୍ସ ଟାଇଲ ଏବଂ ରୁପା ସାଙ୍ଗକୁ କିଛି ଦିନ ପାଇଁ ଶ୍ରମିକଙ୍କ ଜରିଆରେ ପରିଚାଳନା କରିଥିଲେ ।
ବାରମ୍ବାର ଶ୍ରମିକ ଅଶାନ୍ତି, ପରିଚାଳନା ତ୍ରୁଟି, ସୂତାର ଚାହିଦା ହ୍ରାସ ଓ ବଜାର ବିକ୍ରି ପ୍ରତିଯୋଗିତାରେ ବିଫଳ ପରେ କୋଟି କୋଟି ଟଙ୍କା କ୍ଷତି ହୋଇଥିଲା । ସରକାର ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରି ଦେଇଥିଲେ । ଏହାର କର୍ମଚାରୀମାନଙ୍କୁ ଦରମା, ଇପିଏଫ, ବିଦୁ୍ୟତ ବିଲ, ବିଭିନ୍ନ ଟିକସ ବକେୟା ରହିଥିଲା । ଶ୍ରମିକମାନଙ୍କ ବକେୟା ଦରମା, ଇପିଏଫ ପ୍ରଦାନ ପରେ ଶ୍ରମିକମାନଙ୍କୁ ବିଭିନ୍ନ ଚାପ ଦେଇ ବାଧ୍ୟତାମୂଳକ ଅବସର ନେବା ପରେ ବଳକା ଶ୍ରମିକମାନଙ୍କୁ ଭିଆରଏସ ପ୍ରଦାନ ସହ ସମସ୍ତ ବକେୟା ପ୍ରଦାନ କରିଥିଲେ । ଏହା ପରେ ୨ ବର୍ଷ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା । ଶେଷରେ ୨୦୦ ମସିହାରେ ଆସିକା ତହସିଲ ହରିଡାପଦର ପଞ୍ଚାୟତ ଅଧୀନ କୁମ୍ଭାରୀ ଓ ମାଗୁରା ମୌଜାର ମୂଲ୍ୟବାନ ୬୬ ଏକର ଜମିରେ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି କଟନ ଓ ପଲିଷ୍ଟର ଉତ୍ପାଦନ ସୂତାକଳଟିକୁ ରାଜନୈତିକ ଚାପରେ ଏକ ଘରୋଇ କଲିକତା ସ୍ଥିତ ଜର୍ଜ ଡିଷ୍ଟ୍ରିବୁ୍ୟସନ ବାଲାଜି ସ୍ପିନିଙ୍ଗ ମିଲକୁ କମ୍ପାନୀ ୫ କୋଟି ୨୨ ଲକ୍ଷ ଟଙ୍କା ବ୍ୟୟରେ ବିକ୍ରି କରିଦେଇଥିଲେ ।
ବର୍ତ୍ତମାନ ଏହି ଘରୋଇ କମ୍ପାନୀ ପରିଚାଳିତ ବାଲାଜୀ ସୂତାକଳଟି ୨୦୧୩ ମସିହାରେ ଫାଇଲିନ ବାତ୍ୟା ଆଳ ଦେଖାଇ ବନ୍ଦ ହୋଇ ରହିଛି । ଏତିକି ବେଳେ ଶ୍ରମିକମାନେ ଦେଶବ୍ୟାପି ଚାଲିଥିବା ଇପିଏଫ-୯୫ ଯୋଜନାକୁ ଜାତୀୟ ପେନସନ ଲାଗୁ କରିବା ପାଇଁ ଆନେ୍ଦାଳନରେ ସାମିଲ ହୋଇଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*