ଜାତୀୟ ଆଇନ ସେବା ଦିବସ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଯାଜପୁର ଟାଉନ

ଯାଜପୁର ଜିଲ୍ଳ୍ା ସ୍କୁଲ ପରିସରରେ ଜିଲ୍ଳ୍ା ଆଇନ ପ୍ରାଧିକରଣ ପକ୍ଷରୁ ଜାତୀୟ ଆଇନ ସେବା ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଳ୍ା ଦୈାରା ଜଜ୍ ବିରଞ୍ଚି ନାରାୟଣ ମିଶ୍ର ମାତୃ ଗର୍ଭର ଶିଶୁ ଠାରୁ ବୟସ୍କ ଲୋକ ପର୍ଯ୍ୟନ୍ତ ଆଇନ ସମସ୍ତଙ୍କ ପାଇଁ ରହିଚ୍ଥି ବୋଲି କହିଥିଲେ । ଆଇନ ସଂପର୍କରେ ଜାଣିବା ସମସ୍ତଙ୍କର ଦାୟିତ୍ୱ ଓ ଅଧିକାର । ଏବେ ଗରିବ, ଅସହାୟ ମାନଙ୍କ ପାଇଁ ମଧ୍ୟ ବିନା ମୂଲ୍ୟରେ ଆଇନ ସେବା ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି । ତେଣୁ ଜଣେ ନିଜକୁ ଅସହାୟ ନ ମଣି ନିଜର ନ୍ୟାର୍ଯ୍ୟ ନ୍ୟାୟ ହାସଲ ପାଇଁ ସହାୟତା ନେବାକୁ ସେ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପରିବାର ଅଦାଲତ ଜଜ୍ ପବିତ୍ର ମୋହନ ସାମଲ, ଅତିରିକ୍ତ ଜିଲ୍ଳ୍ା ଦୈାରା ଜଜ୍ ପ୍ରଶାନ୍ତ କୁମାର ନାୟକ, ଚିପଂ୍ ଜୁଡିସିଆଲ ମାଜିଷ୍ଟ୍ରେଟ୍ ଜୀବନାନନ୍ଦ ପାଢୀ, ସିଭିଲ କୋର୍ଟ ରେଜିଷ୍ଟ୍ରାର ସୁଷମା ସ୍ୱାଇଁ , ଜୁନିୟର ଡିଭିଜନ ସିଭିଲ ଜଜ୍ ଦିବ୍ୟଜ୍ୟୋତି ମହାପାତ୍ର, ଜେଏମ୍ଏପଂସି ଜୁଏଲ ପଟ୍ଟନାୟକ, ତନ୍ନି ରଥ, ଦୀପାରାଣୀ ଜେନା, ଆଇନଜୀବୀ ଅଖିଳ ମୋହନ ଦାଶ ପ୍ରମୁଖ ଆଇନ ବ୍ୟବସ୍ଥା, ସାଧାରଣ ଜନତାଙ୍କ ପାଇଁ ଥିବା ଆଇନରେ ବ୍ୟବସ୍ଥା, ନ୍ୟାୟ ସଂପର୍କରେ ସଚେତନତା ଓ ସମ୍ୱିଧାନର ବିଭିନ୍ନ ବ୍ୟବସ୍ଥା ସଂପର୍କରେ ଆଲୋକପାତ କରିବା ସହ ପିଲାମାନେ ପ୍ରାଥମିକ ସ୍ତରରେ ଆଇନ ସଂପର୍କରେ ଅବଗତ ହେବାକୁ ଆହ୍ୱାନ ଦେଇଥିଲେ । ଏଥିରେ ଜିଲ୍ଳ୍ା ଆଇନ ସେବା ପ୍ରାଧିକରଣର ସଚିବ ପ୍ରଦୀପ୍ତ କୁମାର ବେହେରା ଅଧ୍ୟକ୍ଷତା କରିବା ସହ ଆଇନ ସେବା ଦିବସ ପାଳନର ତାତ୍ପର୍ଯ୍ୟ ସଂପର୍କରେ ଆଲୋକପାତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଆଇନ ପ୍ରାଧିକରଣର ସଦସ୍ୟ ହୃଷିକେଶ ପନ୍ଦା, ଲୋକ ସଂପର୍କ ଅଧିକାରୀ ଓ ଅନ୍ୟାନ୍ୟ ସଦସ୍ୟ ମାନେ ଯୋଗଦେଇ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଜିଲ୍ଳ୍ା ସ୍କୁଲର ଶିକ୍ଷୟତ୍ରୀ ନିଳାମ୍ୱରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*