ଜାତିସଂଘରେ ଜୈଶ ସଂଗଠନର ନାମ ସାଧାରଣ ଭାବେ ନିଆଯାଇଥିଲା : ଚୀନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ବେଜିଂ
ଆତଙ୍କୀ ସଂଗଠନ ଜୈଶ-ଏ-ମହମ୍ମଦକୁ ଚୀନର ସମର୍ଥନ କାହାକୁ ଅଛପା ନାହିଁ । ଶୁକ୍ରବାର ଏହା ପୁଣିଥରେ ପାକିସ୍ତାନ ମାଟିରୁ ଆତଙ୍କୀ କାର୍ଯ୍ୟକଳାପରେ ଲିପ୍ତ ଥିବା ଏହି ସଂଗଠନକୁ ସମର୍ଥନ କରିଛି । ଗୁରୁବାର ଜୈଶ-ଏ-ମହମ୍ମଦ ଉପରେ ଜାତିସଂଘ ସୁରକ୍ଷା ପରିଷଦ(ୟୁଏନଏସସି) ଦେଇଥିବା ବୟାନ ନେଇ ଚୀନ କହିଛି ଯେ, ପାକିସ୍ତାନ ସ୍ଥିତ ଆତଙ୍କୀ ସଂଗଠନର ଉଲ୍ଲେଖ କେବଳ ସାଧାରଣ ସଂନ୍ଦର୍ଭରେ ହୋଇଥିଲା, ଏହା କୌଣସି ନିଷ୍ପତ୍ତିକୁ ଦର୍ଶାଉ ନାହିଁ । ଗୁରୁବାର ଜାତିସଂଘ ସୁରକ୍ଷା ପରିଷଦ ପକ୍ଷରୁ ଏକ ବିବୃତି ଜାରି କରାଯାଇ ୪୦ ଜଣ ଯବାନ ସହିଦ୍‌ ହୋଇଥିବା ପୁଲୱାମା ଆତଙ୍କୀ ହମଲାକୁ ଦୃଢ ନିନ୍ଦା କରାଯାଇଥିଲା । ଜୈଶ-ଏ-ମହମ୍ମଦ ଆତଙ୍କୀ ସଂଗଠନକୁ ଦାୟୀ କରାଯାଇ ଉକ୍ତ ଆତ୍ମଘାତୀ ହମଲା ଅତ୍ୟନ୍ତ ଜଘଣ୍ୟ ଏବଂ ଭୀରୁତାପୂର୍ଣ୍ଣ ଥିଲା ବୋଲି ବିବୃତିରେ ସଦସ୍ୟ ରାଷ୍ଟ୍ର ଦର୍ଶାଇଥିଲେ । ଏହି ଘଟଣା ବାବଦ ପ୍ରଶ୍ନରେ ଚୀନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଚୀନ ଆତଙ୍କବାଦୀ ସଂପୃକ୍ତ ଘଟଣା ଉପରେ ନଜର ରଖିଛି ବୋଲି କହିଛନ୍ତି । ଜୈସ-ଏ-ମହମ୍ମଦର ନାମ ଜାତିସଂଘରେ ସାଧାରଣ ଭାବେ ନିଆଯାଇଥିଲା, ଏହାକୁ ନେଇ କୌଣସି ନିଷ୍ପତ୍ତି ଗ୍ରହଣ କରାଯାଇନାହିଁ ବୋଲି ସେ କହିଥିଲେ । ପ୍ରକାଶ ଥାଉ କି, ଜୈଶ-ଏ-ମହମ୍ମଦ ସଂଗଠନର ମୁଖ୍ୟ ମାସୁଦ ଆଝାରଙ୍କୁ ବିଶ୍ୱ ଆତଙ୍କୀଭାବେ ଘୋଷଣା କରିବାକୁ ଭାରତର ପ୍ରୟାସରେ ଚୀନ ବାରମ୍ବାର ବାଧା ଉପଯାଉଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*