ଜସ୍ମିନ୍ ପଣ୍ଡା ଭାରତୀୟ ହସ୍ପିଟାଲ୍ ଫାର୍ମାସିଷ୍ଟସ ସଂଗଠନର ଓଡ଼ିଶା ଶାଖା ସଭାପତି ନିର୍ବାଚିତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ ଭୁବନେଶ୍ୱର

ଭାରତୀୟ ହସ୍ପିଟାଲ୍ ଫାର୍ମାସିଷ୍ଟସ ସଂଗଠନ (ଇନ୍ଦିଆନ୍ ହସ୍ପିଟାଲ ଫାର୍ମାସିଷ୍ଟସ ଆସୋସିଏସନ୍) ର ରାଜ୍ୟସ୍ତରୀୟ ସାଧାରଣ ସଭା ଓ ବୈଠକ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆଇ.ଏଚ୍.ପି.ଏ ର ଜାତୀୟ ଉପସଭାପତି ରାମ ଏକତାର ଗୁପ୍ତା ସଭାପତିତ୍ୱ କରି ରୋଗୀ ସେବା କ୍ଷେତ୍ରରେ ଫାର୍ମାସିଷ୍ଟ ମାନଙ୍କ ଭୂମିକା ଏବଂ ହସ୍ପିଟାଲ ସେବାର ନିୟମ ପ୍ରଣୟନ କ୍ଷେତ୍ରରେ ସେମାନଙ୍କ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ ।
ଏହି ବୈଠକରେ ସଂଗଠନର ପ୍ରତିଷ୍ଠାତା ସଦସ୍ୟ ହାଜି ନାସିମୁଦ୍ଦିନ ଖାନ ଏବଂ ଆସୋସିଏସନ୍ ଅଫ୍ ଫାର୍ମାସୁ୍ୟଟିକାଲ୍ ଟିଚର୍ସ ଅଫ୍ ଇନ୍ଦିଆ ସଭାପତି ଡଃ ମିହିର କର ସଂଘୀୟ ବ୍ୟବସ୍ଥାରେ ଫାର୍ମାସିଷ୍ଟମାନଙ୍କ ଏକତ୍ରୀକରଣ ଏବଂ ଶୃଙ୍ଖଳିତ ରୋଗୀସେବା ପରିଚାଳନା କ୍ଷେତ୍ରରେ ଫାର୍ମାସିଷ୍ଟମାନଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ ।
କାର୍ଯ୍ୟକ୍ରମରେ ସଭ୍ୟ ଚୟନ ପ୍ରକି୍ରୟାରେ ଫାର୍ମାସି ସେବା କ୍ଷେତ୍ରରେ ଅଗ୍ରଣୀ ଭୂମିକା ବହନ କରିଥିବା ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନସଭର୍ସିଟି) ପରିଚାଳିତ ଇନ୍୍ଷ୍ଟିଚୁ୍ୟଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆନ୍ଦ ସମ୍ ହସ୍ପିଟାଲ୍ର ସମ୍ ଫାର୍ମାସି ମ୍ୟାନେଜର ଜସ୍ମିନ୍ ପନ୍ଦାଙ୍କୁ ଓଡ଼ିଶା ଶାଖା ସଭାପତି ଭାବେ ନିର୍ବାଚିତ କରାଯାଇଥିବା ବେଳେ ବିକାଶ ମହାରଥୀଙ୍କୁ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ କରାଯାଇଛି ।
ଏହି ବୈଠକରେ ସମ୍ ହସ୍ପିଟାଲ୍ର ସମ୍ ଫାର୍ମାସିକୁ ଇନ୍ଦିଆନ ହସ୍ପିଟାଲ ଫାର୍ମାସିଷ୍ଟସ ଆସୋସିଏସନ୍ ରାଜ୍ୟ ଶାଖାର ମୁଖ୍ୟ କାର୍ଯ୍ୟାଳୟ ଭାବେ ଘୋଷଣା କରାଯାଇଛି । ରାଜ୍ୟର ବିଭିନ୍ନ ହସ୍ପିଟାଲ୍ରୁ ଶତାଧିକ ଫାର୍ମାସିଷ୍ଟ ଏହି ବୈଠକରେ ଯୋଗ ଦେଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*