ଜଷ୍ଟିସ୍ ସାବିତ୍ରୀ ହାଇକୋର୍ଟର ନୂତନ ବିଚାରପତି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ: କଟକ

ଓଡିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତ ହୋଇଛନ୍ତି ଜଷ୍ଟିସ୍ ସାବିତ୍ରୀ ରଥ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୁଶ୍ରୀ ସାବିତ୍ରୀ ରଥଙ୍କୁ ଓଡିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ଦେଇଛନ୍ତି । ଏ ସଂପର୍କରେ କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଜଷ୍ଟିସ୍ ସାବିତ୍ରୀ ରଥଙ୍କ ନିଯୁକ୍ତି ପରେ ଓଡିଶା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୧୬ରେ ପହଞ୍ଚôଛି । ଗତ ଜାନୁୟାରୀ ମାସରେ ସୁପ୍ରିମକୋର୍ଟ କଲିଜିୟମ କେନ୍ଦ୍ର ସରକାରଙ୍କୁ ସୁଶ୍ରୀ ସାବିତ୍ରୀ ରଥଙ୍କ ନାମ ହାଇକୋର୍ଟ ବିଚାରପତି ପଦରେ ନିଯୁକ୍ତି ଲାଗି ସୁପାରିସ କରିଥିଲା । ଜଷ୍ଟିସ ସାବିତ୍ରୀ ରଥ ହେଉଛନ୍ତି ପୂର୍ବତନ ପୁଲିସ ଡିଜି ପ୍ରଫୁଲ୍ଲ ରଥଙ୍କ ଝିଅ । ଜଷ୍ଟିସ୍ ସାବିତ୍ରୀ ରଥ ଓଡିଶା ହାଇକୋର୍ଟର ତୃତୀୟ ମହିଳା ବିଚାରପତି ଭାବେ କାର୍ଯ୍ୟ କରିବେ । ତାଙ୍କ ପୂର୍ବରୁ ଜଷ୍ଟିସ୍ ଅମିୟ କୁମାରୀ ପାଢୀ, ଜଷ୍ଟିସ୍ ସଞ୍ଜୁ ପନ୍ଦା ସମ୍ମାନଜନକ ବିଚାରପତି ପଦ ଅଳଙ୍କୃତ କରିସାରିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*