ଜଳୁଛି ବିଶ୍ୱର ‘ଫୁସ୍‌ଫୁସ୍‌’

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

ବିଶ୍ୱର ଫୁସ୍‌ଫୁସ୍‌ କୁହାଯାଉଥିବା ଆମାଜନ ଜଙ୍ଗଲରେ ଗତ ୧୫ ଦିନ ଧରି ଲାଗିଛି ଭୀଷଣ ନିଆଁ । ଏହାକୁ ଲିଭାଇବାର ଶତଚେଷ୍ଟା କରାଯାଉଥିଲେ ମଧ୍ୟ ଏଥିରେ ସଫଳତା ନ ମିଳିବା ଖାଲି ବ୍ରାଜିଲ ପାଇଁ ନୁହେଁ ବରଂ ସମଗ୍ର ବିଶ୍ୱ ପାଇଁ ଏକ ସତର୍କ ଘଣ୍ଟି । ଏହି ଜଙ୍ଗଲର ସବୁଜ ବନାନୀରୁ ବିଶ୍ୱ ଆବଶ୍ୟକ କରୁଥିବା ଅମ୍ଳଜାନର ୨୦% ମିଳିଥାଏ ।
ଆମାଜନ ଜଙ୍ଗଲରେ ନିଆଁ ଲାଗିବା ଆଦୌ ନୂଆ କଥା ନୁହେଁ । ହେଲେ ୧୫ ଦିନ ଧରି ଏହାର ଭୟାବହତା ଏବେ ପରିବେଶବିତ୍‌ଙ୍କୁ ପକାଇଛି ବଡ଼ ଚିନ୍ତାରେ । ଆମାଜନ ଜଙ୍ଗଲର ଆଖାପାଖରେ ରହୁଥିବା ଲୋକେ ଏବେ ଘର ଛାଡି ସାରିଲେଣି । ଧୂଆଁ କାରଣରୁ ବ୍ରାଜିଲର କିଛି ସହର ଦିନରେ ମଧ୍ୟ ଅନ୍ଧାର ରହୁଛି । ରିପୋର୍ଟ ଅନୁସାରେ ଚଳିତ ବର୍ଷ ଆମାଜନ ଜଙ୍ଗଲରେ ସବୁଠୁ ଅଧିକ ନିଆଁ ଲାଗିବା ଘଟଣା ଦେଖିବାକୁ ମିଳିଛି । ଜାନୁୟାରୀରୁ ଅଗଷ୍ଟ ମାସ ମଧ୍ୟରେ ୭୩ହଜାର ଥର ନିଆଁ ଲାଗିସାରିଲାଣି । ୨୦୧୮ ମସିହାରେ ୩୯,୭୫୯ଥର ନିଆଁ ଲାଗିଥିଲା ।
ବିଶେଷଜ୍ଞଙ୍କ କହିବା ଅନୁସାରେ ବ୍ରାଜିଲରେ ଜଙ୍ଗଲ କଟା କାରଣରୁ ନିଆଁ ଲାଗିବା ଘଟଣା ବଢିବାରେ ଲାଗିଛି । ବାୟୁପ୍ରଦୂଷଣ ମାତ୍ରା ବଢିବାରେ ଲାଗିଛି । ତେବେ ବ୍ରାଜିଲ ରାଷ୍ଟ୍ରପତି ଜେୟର ବୋଲସୋନାରୋ ଏହି ଘଟଣା ପାଇଁ ଦୋଷ ନିଜ ଉପରକୁ ନେବାକୁ ନାରାଜ । ତାଙ୍କ ଯୁକ୍ତି ହେଉଛି କାଠ ଚୋର ଏବଂ ଅବୈଧ ଖନନ କରୁଥିବା ଲୋକଙ୍କୁ ଫାଇଦା ପହଞ୍ଚାଇବା ପାଇଁ ଏଭଳି ଘଟଣା କରାଯାଉଛି । ଏଥିପାଇଁ ସେ ଗ୍ରୀନ ଗ୍ରୁପ୍ସ ନାମକ ଏନଜିଓକୁ ଦାୟୀ କରିଛନ୍ତି । କହିଛନ୍ତି ଆମ ସରକାରକୁ ବଦନାମ କରିବା ପାଇଁ ଏଭଳି ଷଡଯନ୍ତ୍ର ରଚାଯାଇଛି । କାରଣ ଆମେ ଏହି ଗ୍ରୁପର ସରକାରୀ ଅନୁଦାନକୁ ହ୍ରାସ କରିଛୁ । ଏହା ଆମ ପାଇଁ ଏକ ଯୁଦ୍ଧ ସଦୃଶ୍ୟ ।

ଆମାଜନ ଜଙ୍ଗଲର ବିଶେଷତ୍ୱ:

୧. ଏହି ଜଙ୍ଗଲରେ ପାଖାପାଖି ୩୯ହଜାର କୋଟି ଗଛ ରହିଛି ।
୨. ୨୫ ଲକ୍ଷରୁ ଅଧିକ ବିଭିନ୍ନ ପ୍ରଜାତିର କୀଟପତଙ୍ଗ ଅଛନ୍ତି ।
୩. ଆମାଜନ ଜଙ୍ଗଲ ୫୫ଲକ୍ଷ ବର୍ଗ କିଲୋମିଟର ବ୍ୟାପ୍ତ ଅଟେ । ଯାହା ୟୁରୋପୀୟ ସଂଘର ଦେଶମାନଙ୍କର ମୋଟ୍‌ କ୍ଷେତ୍ରଫଳର ପାଖାପାଖି ଦେଢଗୁଣା ।
୪. ଜଙ୍ଗଲରେ ୪୦୦ ରୁ ୫୦୦ ଆଦିବାସୀ ଜନଜାତି ବସବାସ କରୁଛନ୍ତି ।
୫. ଏମାନଙ୍କ ମଧ୍ୟରୁ ୫୦%ରୁ ଅଧିକ ଆଦିବାସୀ ଜନଜାତି କେବେ ବି ବାହାର ଦୁନିଆ ସହ ସମ୍ପର୍କ ରଖିନାହାଁନ୍ତି ।

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

Be the first to comment

Leave a Reply

Your email address will not be published.


*