ଜଳିଗଲା ୩୦୦ କାର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ: ବେଙ୍ଗାଲୁରୁ

ଶନିବାର ଏଠାରେ ଚାଲୁଥିବା ଏରୋ ଇନ୍ଦିଆ ଶୋ’ବେଳେ ଏକ ବଡ ଧରଣର ଦୁର୍ଘଟଣା ଘଟିଛି । ଏଠାରେ ହଠାତ୍‌ ପାର୍କିର୍ଂ ଅଞ୍ଚଳରେ ନିଅାଁ ଲାଗିଯାଇଥିଲା, ଯେଉଁକାରଣରୁ ଅନୂ୍ୟନ ୩୦୦ଟି ଗାଡି କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି । ପ୍ରଥମେ ପାର୍କିଂ ଅଞ୍ଚଳରେ ଥିବା କିଛି ଶୁଖିଲା ଘାସରେ ନିଅାଁ ଲାଗିଥିଲା । ସଙ୍ଗେ ସଙ୍ଗେ ଏହା ନିକଟସ୍ଥ ଗାଡି ଆଡକୁ ବ୍ୟାପୀ ଯାଇଥିଲା ଏବଂ ପ୍ରାୟ ୩୦୦ରୁ ଊଦ୍ଧ୍ୱର୍ ଗାଡିରେ ନିଅାଁ ଲାଗିଯାଇଥିଲା । କୁହାଯାଉଛି ଯେ, ଘଟଣାସ୍ଥଳରେ ଥିବା କୌଣସି ଏକ ଗାଡିରୁ ପେଟ୍ରୋଲ ଅବା ଡିଜେଲ ଲିକ୍‌ ହେଉଥିଲା, ଯେଉଁ କାରଣରୁ ଶୁଖିଲା ଘାସର ନିଅାଁ କିଛି ମିନିଟ୍‌ ମଧ୍ୟରେ ବ୍ୟାପୀ ଯାଇଥିଲା । ସଙ୍ଗେ ସଙ୍ଗେ ୧୦ ଅଗ୍ନିଶମ ବାହିନୀ ଏବଂ ୫ଟି ଦମକଳ ପାର୍କିଂ ସ୍ଥଳରେ ପହଞ୍ଚô ନିଅାଁକୁ ଆୟତ୍ତ କରିଥିଲେ । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ ଘଟଣା ବିଷୟରେ ଜାଣି ତୁରନ୍ତ ପୁଲିସ୍‌ ଏବଂ ଅଗ୍ନିଶମ ବାହିନୀକୁ ପଦକ୍ଷେପ ଗ୍ରହଣ କରିବାକୁ କହିଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ସଦାନନ୍ଦ ଗୌଡା ଏରୋ ଇନ୍ଦିଆ ଶୋ’ ର ଭେନୁ୍ୟରେ ଉପସ୍ଥିତ ଲୋକଙ୍କୁ ନିଜକୁ ସୁରକ୍ଷିତ ରଖିବାକୁ ପରାମର୍ଶ ଦେଇଥିଲେ । ଏହି ଦୁର୍ଘଟଣା ପରେ ଏରୋ ଇନ୍ଦିଆ ଶୋ’ ହେବନି ବୋଲି ଚର୍ଚ୍ଚା ହେଉଥିବାବେଳେ ବାୟୁସେନାର ପିଆରଓ ଅନୁପମ ବାନାର୍ଜୀ, ଶୋ ଧାର୍ଯ୍ୟ ସମୟରେ ହେବ ବୋଲି କହିଥିଲେ ।୧୨ତମ ଏରୋ ଇନ୍ଦିଆ ଶୋ ଗତ ବୁଧବାର ରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଭିଭାଷଣ ସହ ଆରମ୍ଭ ହୋଇଥିଲା । ପ୍ରଥମ ୩ ଦିନ ନିମନ୍ତ୍ରିତ ଅତିଥି ଆସିଥିବାବେଳେ ଶେଷ ଦୁଇ ଦିନ ସାଧାରଣ ଲୋକଙ୍କ ପାଇଁ ରଖାଯାଇଥିଲା । ଏହି କାରଣରୁ ଆଜି ଭେନୁ୍ୟ ନିକଟରେ ଭିଡ ଜମିଥିଲା । ଅବଶ୍ୟ ଶୋ’ର ପ୍ରଥମ ଭାଗ ଶେଷ ହେବା ପରେ ଏହି ଦୁର୍ଘଟଣା ଘଟିଥିଲା । ଏହା ପୂର୍ବରୁ ଶୋ’ର ରିହର୍ସଲବେଳେ ଦୁଇ ସୂର୍ଯ୍ୟକିରଣ ବିମାନ ପରସ୍ପର ସହ ଧକ୍କା ହୋଇଯାଇଥିଲେ । ଏଥିରେ ୱିଙ୍ଗ କମାନ୍ଦର ସାହିଲ ଗାନ୍ଧୀ ପ୍ରାଣ ହରାଇଥିବାବେଳେ ଦୁଇ ପାଇଲଟ୍‌ ପାରଚୁ୍ୟଟ୍‌ ସାହାଯ୍ୟରେ ନିଜକୁ ସୁରକ୍ଷିତ ରଖିପାରିଥିଲେ । ଆଜିର ଏୟାର ଶୋ’ବେଳେ ସାହିଲ ଗାନ୍ଧୀଙ୍କୁ ବିଶେଷ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*