ଜଳଯୋଗାଣ କର୍ମଚାରୀଙ୍କ ଏକମାସ ଅସହଯୋଗ ଆନ୍ଦୋଳନ ନିଷ୍ପତ୍ତି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : କଟକ
ରାଜ୍ୟ ପାଇପ ଜଳ କର୍ମଚାରୀମାନଙ୍କର ରହିଥିବା ୪ ଦଫା ଦାବିକୁ ନେଇ ଆସନ୍ତା କାଲିଠାରୁ ଡାକରା ଦିଆଯାଇଥିବା କାର୍ଯ୍ୟବନ୍ଦ୍ ଆନେ୍ଦାଳନକୁ ସଂଘର ନିଷ୍ପତ୍ତିକ୍ରମେ ସ୍ଥଗିତ ରଖାଯାଇଛି । ବିଧାୟକ ତଥା ସଂଘର ଅ୍ମକ୍ଷ ପ୍ରଭାତ ରଂଜନ ବିଶ୍ୱାଳଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଖୋଦ୍ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ (ଜନସ୍ୱାସ୍ଥ୍ୟ ବିଭାଗ) ଏସ ଲକ୍ଷ୍ମିପତିଙ୍କ ସହ ଆଲୋଚନା ପରେ ସର୍ବୋଚ୍ଚ ଯନ୍ତ୍ରୀ ୪ ଦଫା ଦାବିରୁ ମାତ୍ର ଗୋଟିଏ ଦାବିକୁ ପୂରଣ କରିଥିବା ବେଳେ ଅନ୍ୟ ୩ଟି ଦାବିକୁ ଖୁବ୍ଶୀଘ୍ର ବିଚାରକୁ ନିଆଯିବ ବୋଲି ଏକ ଲିଖିତ ପ୍ରତିଶ୍ରୁତି ଦେଇଛନ୍ତି । ସେହି ପରିପ୍ରେକ୍ଷୀରେ ଏହି କାର୍ଯ୍ୟବନ୍ଦ ଆନେ୍ଦାଳନକୁ ସ୍ଥଗିତ ରଖାଯାଇ ଅନ୍ୟ ୩ଟି ଦାବି ପୂରଣ ହେବା ପର୍ଯ୍ୟନ୍ତ ଅସହଯୋଗ ଆନେ୍ଦାଳନ ଚାଲୁ ରହିବ ବୋଲି ସଂଘର ସାଧାରଣ ସଂପାଦକ ମନୋଜ କୁମାର ମହାନ୍ତି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ସର୍ବୋଚ୍ଚ ଯନ୍ତ୍ରୀଙ୍କ ସହ ଆଲୋଚନା ପରେ ଓଡିଶା ପାଇପ୍ ଜଳ କର୍ମଚାରୀ ସଂଘର କେନ୍ଦ୍ରୀୟ କମିଟିର ଏକ ବୈଠକ ଗତକାଲି ଅନୁଷ୍ଠିତ ହୋଇଥିଲା । ସଭାପତି ଉମାକାନ୍ତ ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆବାହକ ହିନ୍ଦ୍ ମଜଦୁର ସଭାର ଯୁବ ସଭାପତି ବିଜୟ ଭୁଷଣ ପତି, ସାଧାରଣ ସଂପାଦକ ମନୋଜ କୁମାର ମହାନ୍ତି, କର୍ଯ୍ୟକାରୀ ସଭାପତି ଅମ୍ବରୀ ଜେନା, ମଥୁରୀ ବିଶ୍ୱାଳ, ଉପସଭାପତି ଟୁନା ପନ୍ଦା, ଡମ୍ବରୁ ସାହୁ, ସନ୍ତୋଷ କୁମାର ରଥ, ଶ୍ରୀଧର ନାୟକ, ଯଦୁମଣି ପ୍ରଧାନ ଏବଂ ଓଡିଶାର ପ୍ରତ୍ୟେକ ଜିଲ୍ଲାର ଜିଲ୍ଲା ସଂପାଦକ ଉପସ୍ଥିତ ରହି ପ୍ରମୁଖ ସମସ୍ୟା ଓ ସର୍ବୋଚ୍ଚ ଯନ୍ତ୍ରୀଙ୍କ ଲିଖିତ ପ୍ରତିଶ୍ରୁତି ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ସର୍ବସମ୍ମତି ନିଷ୍ପତ୍ତିକ୍ରମେ ସଂଘ କାର୍ଯ୍ୟବନ୍ଦ୍ ଆନେ୍ଦାଳନରୁ ଓହରି ଯାଇଛି । ତେବେ ଅନ୍ୟ ୩ଟି ଦାବି ପୂରଣ ପାଇଁ ଏକ ମାସ ପାଇଁ ଅସହଯୋଗ ଆନେ୍ଦାଳନ ଚାଲୁ ରଖିବା ପାଇଁ ଘୋଷଣା କରାଯାଇଥିଲା । ହେଲେ ମେଡିକାଲ, ଶିକ୍ଷାନୁଷ୍ଠାନ, ଛାତ୍ରାବାସ, ସର୍ବସାଧାରଣଙ୍କ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ଅସୁବିଧା ସୃଷ୍ଟି କରାନଯାଇ ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳ, ଆରଡିସି ଏବଂ ଭୁବନେଶ୍ୱର ସହରରେ ଥିବା ସମସ୍ତ ବିଧାୟକ, ମନ୍ତ୍ରୀ, ଶାସନ ସଚିବ ଓ କେନ୍ଦ୍ରୀୟ ଅନୁଷ୍ଠାନଗୁଡିକର ଜଳ ଯୋଗାଣ କାର୍ଯ୍ୟରେ ଅସହଯୋଗ କରିବା ପାଇଁ ଦୃଢ ନିଷ୍ପତି ନିଆଯାଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*