ଜରୁରିକାଳୀନ ସେବା ଯୋଗାଉଥିବା କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଲେ ଲୋକେ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ: ନୂଆଦିଲ୍ଲୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ରବିବାର ପୁରା ଦେଶ ୧୪ ଘଣ୍ଟା ପାଇଁ ଥମିଯାଇଥିଲା । କରୋନାଭାଇରସ୍‌ ବିରୋଧୀ ଲଢେଇରେ ଦେଶର ପ୍ରତ୍ୟେକ ନାଗରିକ ନିଜର ଭୂମିକା ନିର୍ବାହ କରିଥିଲେ । ସେହିପରି ଯେମିତି ସଂଧ୍ୟା ୫ଟା ବାଜିଲା, ପୁରା ଦେଶରେ ଗୋଟିଏ ପ୍ରକାରର ଫଟୋ ଆସିଲା । ଏହି ଫଟୋ ଥିଲା କରୋନାକୁ ହରାଇବାକୁ ସାହସ ଏବଂ ସଂକଳ୍ପର । ୫.୦୫ ପର୍ଯ୍ୟନ୍ତ ପୁରା ଦେଶ ଥାଳି, ଶଙ୍ଖ, ତାଳି ବଜାଇଥିଲା । ଦେଶ ସେହି ଡାକ୍ତର-ନର୍ସ ଏବଂ ଜରୁରୀକାଳୀନ ସେବାରେ ଲାଗିଥିବା କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଥିଲା, ଯେଉଁମାନେ କରୋନା ବିରୋଧୀ ଲଢେଇରେ ନିଜ ଜୀବନକୁ ପଛରେ ପକାଇ ଦେଇଛନ୍ତି ।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଭାଜପା ଅଧ୍ୟକ୍ଷ ଜେପି ନ‡ା, ବରିଷ୍ଠ ଭାଜପା ନେତା ଲାଲକୃଷ୍ଣ ଆଡଭାନୀ, ଲୋକସଭା ଅଧ୍ୟକ୍ଷ ଓମ ବିରଲା, କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଦକରଙ୍କ ସମେତ ଅନେକ ମନ୍ତ୍ରୀ ଏବଂ ନେତା ନିଜ ନିଜ ଆବାସରେ ଥାଳି ଏବଂ ଶଙ୍ଖ ବଜାଇଥିଲେ । ଏପରିକି ପ୍ରଧାନମନ୍ତ୍ରୀଙ୍କ ମା’ଙ୍କୁ ମଧ୍ୟ ଥାଳି ବଜାଇବାର ଦେଖାଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍‌ କରି ଦେଶବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ ନିଜର ଟ୍ୱିଟ୍‌ରେ ଉଲ୍ଲେଖ କରିଥିଲେ ଯେ, ଦେଶବାସୀଙ୍କୁ ବହୁତ ବହୁତ ଧନ୍ୟବାଦ । ଏହା ବିଜୟର ଆରମ୍ଭ ଶଙ୍ଖ ନାଦ । ଏହାର କିଛି ସମୟ ପରେ ସେ ଆଉ ଏକ ଟ୍ୱିଟ୍‌ କରି ରାତି ୯ଟାରେ ଜନତା କର୍ଫୁ୍ୟ ଶେଷ ହେଉଛି, ହେଲେ ଲମ୍ବା ଲଢେଇର ଆରମ୍ଭ ମାତ୍ର ବୋଲି କହିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*