ଜମ୍ମୁ ଓ କାଶ୍ମୀରରେ ଏନ୍‌କାଉଣ୍ଟର ହିଜବୁଲ ମୁଜାହିଦ୍ଦିନ କମାଣ୍ଡର ମାସୁଦ୍‌ ସମେତ ୩ ଆତଙ୍କୀ ନିହତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ଅନନ୍ତନାଗ

ଜମ୍ମୁ ଓ କାଶ୍ମୀରରେ ସେନା ପୁଲିସ୍‌କୁ ଲଗାତାର ସଫଳତା ମିଳୁଛି । ଅନନ୍ତନାଗ ଜିଲ୍ଲାର ଖୁଲଚୋହର ଅଞ୍ଚଳରେ ସୁରକ୍ଷାକର୍ମୀ ସୋମବାର ୩ ଆତଙ୍କୀଙ୍କୁ ନିପାତ କରିଛନ୍ତି । ଜମ୍ମୁ ଓ କାଶ୍ମୀର ଡିଜିପି ଦିଲବାଗ ସିଂଙ୍କ କହିବାମୁତାବକ, ନିହତ ହୋଇଥିବା ଆତଙ୍କୀଙ୍କ ମଧ୍ୟରେ ଜଣେ ଲସ୍କର-ଏ-ତୋଇବାର ଡିଷ୍ଟ୍ରିକ୍ଟ କମାନ୍ଦର ଏବଂ ହିଜବୁଲ ମୁଜାହିଦ୍ଦିନ କମାନ୍ଦର ମସୁଦ୍‌ ସାମିଲ ଅଛି । ଏଥିସହିତ ଜମ୍ମୁ ଜୋନ୍‌ର ଡୋଡା ଜିଲ୍ଲା ପୁଣିଥରେ ଆତଙ୍କବାଦ ମୁକ୍ତ ହୋଇଥିବା ଡିଜିପି ସୂଚନା ଦେଇଛନ୍ତି । ମାସୁଦ ଡୋଡା ଜିଲ୍ଲାର ଶେଷ ଆତଙ୍କୀ ଥିଲା । ସେ ଡୋଡାରେ ଏକ ବଳାକ୍ରାର ମାମଲାରେ ସାମିଲ ଥିଲା । ଏହି ଘଟଣା ପରେ ସେ ଫେରାର୍‌ ହୋଇ ହିଜବୁଲ ମୁଜାହିଦ୍ଦିନ ପାଇଁ କାଶ୍ମୀରରେ ଆତଙ୍କୀ ଗତିବିଧି ଚଳାଉଥିଲା । ସୂଚନାଯୋଗ୍ୟ ଯେ, ଖୁଲଚୋହର ଏନ୍‌କାଉଣ୍ଟରରେ ପ୍ରାଣ ହରାଇଥିବା ଆତଙ୍କୀଙ୍କ ନିକଟରୁ ଏକେ-୪୭ ରାଇଫଲ ଏବଂ ଦୁଇଟି ପିସ୍ତଲ ଜବତ କରାଯାଇଛି । ସୁରକ୍ଷାବଳ ରବିବାର ରାତି ୧୧ଟା ବେଳେ ସର୍ଚ୍ଚ ଅପରେସନ୍‌ ଆରମ୍ଭ କରିଥିବା ବେଳେ ସୋମବାର ସକାଳ ୪ଟା ବେଳେ ଏନକାଉଣ୍ଟର ଅନୁଷ୍ଠିତ ହୋଇଥିଲା । ଏଠାରେ ଉଲ୍ଲେଖନୀୟ ଯେ, ଏହାପୂର୍ବରୁ ଜୁନ୍‌ ୨୬ରେ ପୁଲୱାମା ଜିଲ୍ଲାର ତ୍ରାଲ ଅଞ୍ଚଳରେ ସୁରକ୍ଷାବଳ ୩ଜଣ ଆତଙ୍କୀଙ୍କୁ ନିପାତ କରିଥିଲେ । ଚଳିତ ମାସରେ ୧୭ଟି ଏନ୍‌କାଉଣ୍ଟର ହୋଇଥିବାବେଳେ ଏପର୍ଯ୍ୟନ୍ତ ୪୯ଜଣ ଆତଙ୍କୀ ନିହତ ହୋଇଛନ୍ତିି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*