ଜମି ବିବାଦରୁ ଡବଲ ମର୍ଡର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ସାରସକଣା

ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଅନ୍ତର୍ଗତ ଫୁଲଝରଣ ଗ୍ରାମରେ ଘଟିଛି ଡବଲ ମର୍ଡ଼ର । ଜମି ବିବାଦକୁ ନେଇ ଏହି ମର୍ଡ଼ର ହୋଇଥିବା ଜଣାପଫଡ଼ିଛି । ପୁଲଝରଣ ଗ୍ରାମର ମୃତକଙ୍କ ପୁଅ ଭୁନ୍ଦା ଟୁଡ ଝାରପୋଖରିଆ ଥାନାରେ ଦେଇଥିବା ଲିଖିତ ଅଭିଯୋଗ ମୁତାବକ ପୂର୍ବରୁ ଜମି ବିବାଦକୁ ନେଇ ଦୀର୍ଘଦିନ ଧରି ପରିବାର ମଧ୍ୟରେ ଶତ୍ରୁତା ଲାଗିରହିଥିଲା । ରବିବାର ପିତା ସୁରାଇ ଟୁଡୁ(୫୫) ଓ ମା’ ଲେଗାଇ ଟୁଡୁ (୫୦) ସନ୍ଧ୍ୟାରେ ଗ୍ରାମ ନିକଟରେ ଥିବା ସପ୍ତାହିକ ହାଟରୁ ଘରକୁ ଫେରୁଥିବା ସମୟରେ ବାପାକୁ ଜଙ୍ଗଲ ଭିତରେ ଏବଂ ମାକୁ ଏକ କୂଅ ଭିତରେ କକାଙ୍କ ପୁଅ ମାନେ ମିଳିତ ଭାବେ ମାରଣାନ୍ତକ ଆକ୍ରମଣ କରି ଜୀବନରୁ ମାରି ଫିଙ୍ଗିଦେଇଥିଲେ । ବହୁ ଖୋଜାଖୋଜି ପରେ ସୋମବାର ଅପରାହ୍ନରେ ଖୋଜି ପାଇବା ପରେ ଝାରପୋଖରିଆ ଥାନାକୁ ଖବର ଦିଆଯାଇଥିଲା । ଖବରପାଇ ଘଟଣାସ୍ଥଳରେ ଝାରପୋଖରୀଆ ଥାନାଧିକାରୀ ଶରତ କୁମାର ମହାଳିକ, ଏସଆଇ ପଞ୍ଚାନନ ମହାନ୍ତି ଏବଂ ବାରିପଦାରୁ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ କରି ମୃତକଙ୍କୁ ପୋଷ୍ଟମୋର୍ଟମ ପାଇଁ ବାରିପଦା ପିଆରଏମ ମେଡିକାଲ କଲେଜକୁ ପଠାଇ ଦେଇଥିଲେ । ଅଭିଯୋଗ ମୁତାବକ ଝାରପୋଖରୀଆ ଥାନାରେ ଏକ ମାମଲା ରୁଜୁ କରାଯାଇ ମୃତକଙ୍କ ୩ଜଣ ସମ୍ପର୍କୀୟଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚାଲୁ ରହିଥିବା ତଦନ୍ତ ଅଧିକାରୀ ପଞ୍ଚାନନ ମହାନ୍ତି ପ୍ରକାଶ କରିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*