ଜମାକାରୀଙ୍କୁ ଟଙ୍କା ଫେରାଅ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ: କଟକ
ବାରିପଦା ଅର୍ବାନ କୋଅପରେଟିଭ ବ୍ୟାଙ୍କ ଅନିୟମିତା ମାମଲାରେ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ଜମାକାରୀଙ୍କୁ ଚିହ୍ନଟ କରି ସେମାନଙ୍କ ଜମା ଟଙ୍କା ଫେରସ୍ତ କରିବାକୁ ହାଇକୋର୍ଟ ନିଦେ୍ର୍ଦଶ ଦେଇଛନ୍ତି । ମଙ୍ଗଳବାର ହାଇକୋର୍ଟ ପୂର୍ଣ୍ଣାଙ୍ଗ ଶୁଣାଣି କରି ଅନ୍ତରୀଣ ରହିତାଦେଶକୁ ହଟାଇ ଜମାକାରୀଙ୍କୁ ୮ ସପ୍ତାହ ମଧ୍ୟରେ ଟଙ୍କା ଫେରସ୍ତ କରିବାକୁ କହିଛନ୍ତି । ଜମାକାରୀଙ୍କୁ ଲିକୁ୍ୟଡେଟରଙ୍କ ମାଧ୍ୟମରେ ଟଙ୍କା ଫେରସ୍ତ କରଯିବ । ବାରିପଦା ଅର୍ବାନ କୋଅପରେଟିଭ ବ୍ୟାଙ୍କରେ ଆର୍ଥିକ ଅନିୟମିତା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଗତ ୨୦୧୪ ମସିହା ଅକ୍ଟୋବର ୧ ତାରିଖରେ ବ୍ୟାଙ୍କର ଲାଇସେନ୍ସ ରଦ୍ଦ କରିଦେଇଥିଲେ । ଏହାକୁ ବିରୋଧ କରି ବ୍ୟାଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଅପିଲ କରାଯାଇଥିଲା । ସୁପ୍ରିମକୋର୍ଟ ଏହି ମାମଲାକୁ ଖାରଜ କରି ଓଡିଶା ହାଇକୋର୍ଟକୁ ବିଚାର କରିବା ପାଇଁ ପଠାଇଦେଇଥିଲେ । ଏହାପରେ ବ୍ୟାଙ୍କକୁ ଚାଲୁ କରିବାକୁ ବ୍ୟାଙ୍କ ପରିଚଳନା କର୍ତ୍ତୃପକ୍ଷ ହାଇକୋର୍ଟରେ ଆବେଦନ କରିଥିଲେ । ଏହି ସମୟରେ ରାଜ୍ୟ ସରକାର ବ୍ୟାଙ୍କ ପାଇଁ ଲିକୁ୍ୟଡେଟର ନିଯୁକ୍ତି ଦେଇଥିଲେ । ଏହାକୁ ବିରୋଧ କରି ବ୍ୟାଙ୍କ କର୍ତ୍ତୃପକ୍ଷ ଅନ୍ୟ ଏକ ମାମଲା ହାଇକୋର୍ଟରେ କରିଥିଲେ । ଏହି ମାମଲା ବିଚାରଧୀନ ରହିଛି । ଗତ ଜୁନ ୨୫ ତାରିଖରେ ଜମାକାରୀଙ୍କୁ ଟଙ୍କା ଫେରସ୍ତ ପାଇଁ ହାଇକୋର୍ଟଙ୍କ ଏକ ଜଣିକିଆ ଖନ୍ଦପୀଠ ନିଦେ୍ର୍ଦଶ ଦେଇଥିଲେ । ଏହାକୁ ବିରୋଧ କରି ଆରବିଆଇ ପକ୍ଷରୁ ଦୁଇଜଣିଆ ଖନ୍ଦପୀଠରେ ରିଟ ଅପିଲ କରିଥିଲେ । ମାମଲାର ଶୁଣାଣି କରି ଡିଭିଜନ ବେଞ୍ଚ ଜମାଟଙ୍କା ଫେରସ୍ତ ଉପରେ ଅନ୍ତରୀଣ ରିହିତାଦେଶ ଦେଇଥିଲେ । ହାଇକୋର୍ଟ ଏହି ଅନ୍ତରୀଣ ରିହିତାଦେଶକୁ ହଟାଇ ଜାମାକାରୀଙ୍କୁ ଟଙ୍କା ଫେରସ୍ତ ପାଇଁ ଆଦେଶ ଦେଇଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*