ଜବାହର ହାଇସ୍କୁଲରେ ଏନ୍ସିସି ଦିବସ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଚିତ୍ରଡ଼ା

ମୋରଡ଼ା ବ୍ଲକର ଚିତ୍ରଡ଼ା ଜବାହର ସରକାରୀ ହାଇସ୍କୁଲରେ ରବିବାର ସକାଳେ ୭୧ତମ ଏନ୍ସିସି ଦିବସ ପାଳିତ ହୋଇଛି । ଏଥି ପାଇଁ ପ୍ରଧାନଶିକ୍ଷକ ମନୋରଞ୍ଜନ ମହାନ୍ତଙ୍କ ସଭାପତିତ୍ୱରେ ସଭା ଅନୁଷ୍ଠିତ ହୋଇଥିଲା । ଚିତ୍ରଡ଼ା ଦମକଳ କେନ୍ଦ୍ର ଅଧିକାରୀ ପ୍ରତାପ କୁମାର ପାଲ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଏନ୍ସିସି ପତାକା ଉତ୍ତୋଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିବା ଅବସରରେ ଭାଷଣ ଦେଇ ଶୃଙ୍ଖଳାରେ କ୍ଷମା ନାହିଁ ବୋଲି କହିଥିଲେ । ଏସଏମସି ସଭାପତି ପ୍ରଦୀପ ଚନ୍ଦ୍ର ମହାନ୍ତ, ସାମ୍ବାଦିକ ରଣଜିତ କୁମାର ସାହୁ ଓ ଅବସରପ୍ରାପ୍ତ ଖେଳଶିକ୍ଷକ କ୍ଷିରୋଦ ଚନ୍ଦ୍ର ମହାନ୍ତ ସମ୍ମାନୀତ ଅତିଥି ଭାବେ ଯୋଗଦାନ କରି ଦେଶ ସୁରକ୍ଷାରେ ଅଂଶୀଦାର ହେବାକୁ ଏନ୍ସିସି ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମ ଆୟୋଜକ ଏନ୍ସିସି ଅଫିସର ଅରୁଣ କୁମାର ବେହେରା ଏନ୍ସିସି ବିବରଣୀ ପ୍ରଦାନ ସହ ଧନ୍ୟବାଦ ଅର୍ପଣ କରିଥିଲେ । ଏନ୍ସିସି ଛାତ୍ରଛାତ୍ରୀମାନେ ପ୍ରଥମେ ପ୍ୟାରେଡ଼ ପ୍ରଦର୍ଶନ କରିବା ସହ ଶେଷରେ ଦେଶାତ୍ମବୋଧକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଏଥିରେ ଶିକ୍ଷକ, ଏସଏମସି ସଭ୍ୟସଭ୍ୟା, ସାମ୍ବାଦିକ, ମାନ୍ୟଗଣ୍ୟ ବ୍ୟକ୍ତି ଓ ଛତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । ଏନ୍ସିସି ଛାତ୍ରଛାତ୍ରୀ ସଂଖ୍ୟା ୫୦ରୁ ୧୦୦କୁ ବୃଦ୍ଧି କରିବା ପାଇଁ ଦାବି କରାଯାଇଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*