ଜନ୍ମ ନେଲା ଦୁଇ ମୁଣ୍ଡ ତିନି ହାତ ଥିବା ଶିଶୁ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ବିଦିଶା
ମଧ୍ୟପ୍ରଦେଶର ବିଦିଶାରେ ଜଣେ ମହିଳା ଏକ ଅଜବ ଶିଶୁକୁ ଜନ୍ମ ଦେଇଛନ୍ତି । ଶିଶୁଟିର ଦୁଇଟି ମୁଣ୍ଡ ଥିଲା ବେଳେ ରହିଛି ତିନିଟି ହାତ । ମାଆ ଓ ଶିଶୁ ସମ୍ପୂର୍ଣ୍ଣ ସୁସ୍ଥ ଥିବା କୁହାଯାଉଛି । ମଧ୍ୟପ୍ରଦେଶର ବିଦିଶା ଅଞ୍ଚଳର କୁରବାଇ ଅଞ୍ଚଳର ମାଲା ଗ୍ରାମର ୨୦ ବର୍ଷିୟା ବବିତା ଶୁକ୍ରବାର ଜିଲା ମୁଖ୍ୟାଳୟରେ ଭର୍ତ୍ତି ହୋଇଥିଲେ । ରବିବାର ସେ ସନ୍ତାନ ଜନ୍ମ ଦେଇଥିଲେ । ସନ୍ତାନର ଦୁଇଟି ମୁଣ୍ଡ ଥିଲା ବେଳେ ଦୁଇ ମୁଣ୍ଡ ମଧ୍ୟରୁ ତୃତୀୟ ହାତଟି ବାହାରିଛି । ଏହା ଦେଖି ଡାକ୍ତରମାନେ ଚିନ୍ତାରେ ପଡିଯାଇଥିଲେ । ପରେ ଶିଶୁଟିକୁ ସ୍ୱତନ୍ତ୍ର ଚିକିତ୍ସା ପ୍ରଦାନ କରାଯାଇଥିଲା ବେଳେ ଅଧିକ ଯାଞ୍ଚ ପାଇଁ ଭୋପାଳ ପଠାଯିବ । ଅପରେସନ୍‌ ମାଧ୍ୟମରେ ମହିଳା ଜଣଙ୍କ ଶିଶୁଟିକୁ ଜନ୍ମ ଦେଇଥିଲେ । ବର୍ତ୍ତମାନ ଶିଶୁଟିକୁ ଦୁଇ ମୁହଁରେ ପାଇପ୍‌ ଦ୍ୱାରା ତରଳ ଆହାର ପ୍ରଦାନ କରାଯାଉଛି । ଡାକ୍ତରଙ୍କ କହିବା ଅନୁସାରେ ଗର୍ଭରେ ଥିବା ଭୃଣ ସଠିକ୍‌ ଭାବେ ବିକଶିତ ହୋଇନଥିବାରୁ ଏପରି ଶିଶୁ ଜନ୍ମ ନେଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*