ଜନ୍ମ ଜୟନ୍ତୀରେ ବିଜୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ
ଭୁବନେଶ୍ୱର
ମଙ୍ଗଳବାର ସ୍ଥାନୀୟ ବିଜୁ ପଟ୍ଟନାୟକ ପାର୍କରେ ଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ଉକôଳ ସମ୍ମିଳନୀ ପକ୍ଷରୁ ମାଲ୍ୟାର୍ପଣ କରାଯାଇ ବରପୁତ୍ରଙ୍କ ୧୦୩ ତମ ଜୟନ୍ତୀ ପାଳନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଉକôଳ ସମ୍ମିଳନୀ ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ଶାଖା ସଭାପତି ଅଧିବକ୍ତା ଦିଲ୍ଲୀପ ଦାଶଶର୍ମା ସଭାପତିତ୍ୱ କରିବା ସହିତ ପ୍ରତିମୂର୍ତ୍ତିରେ ପୁଷ୍ପଗୁଚ୍ଛ ପ୍ରଦାନ କରି କହିଥିଲେ ଯେ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ କେବଳ ଭାରତ ରତ୍ନ ନୁହଁନ୍ତି ସେ ହେଉଛନ୍ତି ପୃଥିବୀ ରତ୍ନ । ବିଜୁ ବାବୁ ଭାରତ ସହିତ ଅନ୍ୟାନ୍ୟ ଦେଶ ମାନଙ୍କରେ ନିଜର ବୀରତ୍ୱର ଗାଥା ପାଇଁ ସମ୍ମାନୀତ ହୋଇଛନ୍ତି । ଏହି କାର୍ଯ୍ୟକ୍ରମରେ ଉକôଳ ସମ୍ମିଳନୀର ମଞ୍ଚେଶ୍ୱର ଶାଖା ଉପ-ସଭାପତି ଶୀତଳ ଚନ୍ଦ୍ର ମହାନ୍ତି, ସଂପାଦକ ଗୋବିନ୍ଦ ଚନ୍ଦ୍ର ସୁବୁଧି, ଯୁଗ୍ମ- ସଂପାଦକ ଅଶୋକ କୁମାର ପାଲଟାସିଂହ, ଶିବ ପ୍ରସାଦ ମିଶ୍ର, ଅକ୍ଷୟ କୁମାର ଜେଠୀ, ମହେଶ୍ୱର ବିଶ୍ୱାଳ ଓ ଅଜୟ କାନୁନଗୋ ପ୍ରମୁଖ ବହୁ ସଦସ୍ୟ ଉପସ୍ଥିତ ରହି ବିଜୁବାବୁଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ସଭାପତି ଦିଲ୍ଲୀପ ଦାଶଶର୍ମାଙ୍କ ଦ୍ୱାରା ବନେ୍ଦ-ଉକôଳ ଜନନୀ, ବିଜୁ ପଟ୍ଟନାୟକ – ଅମର ରୁହ ଧ୍ୱନୀ ଦିଆଯିବା ସହିତ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଶେଷ ହୋଇଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*