ଜନ୍ମଦିନରେ ଚିଦାମ୍ବରମଙ୍କ ଟୁଇଟ୍‌,‘ଏହି ଦେଶକୁ ଭଗବାନ ବଞ୍ଚାନ୍ତୁ’

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ

ଆଇଏନ୍‌ଏକ୍ସ ମିଡିଆ ମାମଲାରେ ତିହାର ଜେଲରେ ବନ୍ଦ ଥିବା ପୂର୍ବ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ ସୋମବାର ନିଜ ୭୪ତମ ଜନ୍ମଦିନ ଜେଲରେ ହିଁ କାଟିଛନ୍ତି । ସୋମବାର ତାଙ୍କ ପରିବାର ଲୋକେ ଶୁଭେଚ୍ଛା ଜଣାଇବା ପାଇଁ ଜେଲ୍‌ରେ ପହଞ୍ଚିଥିଲେ । ପୁଅ କାର୍ତ୍ତି ମଧ୍ୟ ଜେଲ ଯାଇ ବାପାଙ୍କୁ ଭେଟିଥିଲେ । ଏହି ଅବସରରେ ଚିଦାମ୍ବରମ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ।
ବାପାଙ୍କ ଜନ୍ମଦିନ ଅବସରରେ ପୁଅ କାର୍ତ୍ତି ବାପାଙ୍କୁ ଦୁଇ ପୃଷ୍ଠାର ପତ୍ର ଲେଖିବା ସହ ଏହି ପତ୍ରକୁ ଟୁଇଟ୍‌ ମଧ୍ୟ କରିଛନ୍ତି । ଟୁଇଟ୍‌ରେ କେନ୍ଦ୍ର ଭାଜପା ସରକାରର ୧୦୦ଦିନ ପୁରଣ ହେବା ଏବଂ ମୋଦୀଙ୍କ ୫୬ ଇଞ୍ଚ ଛାତିକୁ ନେଇ ସେ ସମାଲୋଚନା କରିଛନ୍ତି । ଏଥିସହ ରେଳମନ୍ତ୍ରୀ ପିୟୂଷ ଗୋଏଲଙ୍କ ଆଇନଷ୍ଟାଇନ୍‌ ବୟାନକୁ ମଧ୍ୟ ତାତ୍ସଲ୍ୟ କରିଛନ୍ତି । ଗତ ସପ୍ତାହରେ ପିୟୂଷ ଗୋଏଲ ଗୁରୁତ୍ୱାକର୍ଷଣର ଖୋଜକୁ ନେଇ ଆଇନଷ୍ଟାଇନଙ୍କ ନାମ ଉଲ୍ଲେଖ କରିଥିଲେ ।
ଏହି ପତ୍ରର ଜବାବରେ ପି. ଚିଦାମ୍ବରମ ଟୁଇଟ୍‌ କରିଛନ୍ତି । ସେ ଉଲ୍ଲେଖ କରିଛନ୍ତି ଯେ ମୋର ଚିନ୍ତା ଆଜି ଅର୍ଥବ୍ୟବସ୍ଥାକୁ ନେଇ । କେବଳ ଏକ ସଂଖ୍ୟା ଅର୍ଥନୀତିର କାହାଣୀ ବତାଉଛି । ଅଗଷ୍ଟ ମାସରେ ରପ୍ତାନି ଅଭିବୃଦ୍ଧି – ୬.୦୫% ରହିଛି । କୌଣସି ଦେଶ ୨୦% ରପ୍ତାନି ଅଭିବୃଦ୍ଧି ବିନା ୮%ର ଅଭିବୃଦ୍ଧି ଗୋଟିଏ ବର୍ଷରେ ହାସଲ କରିପାରିବ ନାହିଁ । ନିଜର ଅନ୍ୟ ଏକ ଟୁଇଟ୍‌ରେ ସେ ଉଲ୍ଲେଖ କରିଛନ୍ତି ଯେ, ‘ଏହି ଦେଶକୁ କେବଳ ଭଗବାନ ବଞ୍ଚାଇ ପାରିବେ’ । ସୂଚନାଯୋଗ୍ୟ ଯେ, ଆଇଏନ୍‌ଏକ୍ସ ମିଡିଆ ମାମଲାରେ ପରବର୍ତ୍ତୀ ଶୁଣାଣୀ ରାଉଜ ଆଭେନୁ୍ୟ କୋର୍ଟରେ ୧୯ ତାରିଖରେ ଏବଂ ଦିଲ୍ଲୀ ହାଇକୋର୍ଟରେ ୨୩ତାରିଖରେ ହେବ । ଚିଦାମ୍ବରମଙ୍କ ଓକିଲ ଆଶା ରଖିଛନ୍ତି ଯେ, ଏହି ମାମଲାରେ ହାଇକୋର୍ଟରୁ ଜାମିନ ମିଳିବ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*