ଜନଔଷଧି କେନ୍ଦ୍ରରେ ମାଗଣା ସ୍ୱାସ୍ଥ୍ୟ ଶିବିର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ: ଧର୍ମଶାଳା

ଦେଶରେ ମଧୁମେୟ ରୋଗୀଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ଏହି ପ୍ରରିପ୍ରେକ୍ଷୀରେ ପ୍ରଧାନ ମନ୍ତ୍ରୀ ଜନଔଷଧି କେନ୍ଦ୍ରରେ ଡାଇବେଟିସ ଔଷଧ ଖୁବ ଶସ୍ତାରେ ମିଳୁଥିବାରୁ ରୋଗୀଙ୍କ ଆଦର ବଢିବାରେ ଲାଗିଛି । ଯାଜପୁର ଜିଲା ଧର୍ମଶାଳା ବ୍ଲକ ଜାରକାବଜାର ବିଜୁଗ୍ରାମୀଣ ମାର୍କେଟ ନିକଟରେ ଅବସ୍ଥିତ ପ୍ରଧାନ ମନ୍ତ୍ରୀ ଜନଔଷଧି କେନ୍ଦ୍ରରେ ରବିବାର ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜନ ହୋଇଥିଲା । ଫାର୍ମାସିଷ୍ଟ ଦ୍ୱାରା ମଧୁମେୟ ରୋଗରେ ଆକ୍ରାନ୍ତ ରୋଗୀମାନଙ୍କର ରକ୍ତ ନମୂନା ପରୀକ୍ଷା କରାଯାଇଥିଲା । ଏହି ଶିବିରରେ ଧର୍ମଶାଳା, ରସୁଲପୁର, ବଡଚଣା ଆଦି ଅଞ୍ଚଳର ୭୬ଜଣ ରୋଗୀ ପହଞ୍ଚି ମାଗଣାରେ ରକ୍ତ ପରୀକ୍ଷା କରିଥିଲେ । ଏଥିସହ ରୋଗୀମାନଙ୍କର ରକ୍ତଚାପ ମାପ କରାଯାଇଥିଲା । ଏହି ଶିବିରକୁ ଜନଔଷଧି କେନ୍ଦ୍ରର ପରିଚାଳକ ପ୍ରମୋଦା ଓତା, ଫାର୍ମାସିଷ୍ଟ ଆଲୋକ କୁମାର ରାଉତ ପରିଚାଳନା କରିଥିଲେ । ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*