ଜଦୟୁ ପରେ ଲୋଜପା ଗିରିରାଜଙ୍କ ଠାରୁ ଦୂରେଇଲା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ପାଟନା
ଭାଜପାର ଫାୟାରବ୍ରାନ୍ଦ ନେତା ତଥା କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂଙ୍କୁ ନେଇ ପୂର୍ବରୁ ଜଦୟୁ ଅସନ୍ତୁଷ୍ଟ ଥିଲା । ଏବେ ଲୋକଜନଶକ୍ତି ପାର୍ଟି (ଲୋଜପା)ମଧ୍ୟ ଗିରିରାଜଙ୍କୁ ନେଇ ବଡ଼ ଘୋଷଣା କରିଛି । ଦଳ ଆଗାମୀ ଲୋକସଭା ଉପନିର୍ବାଚନ ପାଇଁ ଗିରିରାଜଙ୍କ ଠାରୁ ନିଜକୁ ଦୂରେଇ ରଖିବାର ନିଷ୍ପତ୍ତି ନେଇଛି । ସୂଚନାଯୋଗ୍ୟ ଯେ, ଆସନ୍ତା ୨୧ରେ ବିହାରର ଗୋଟିଏ ଲୋକସଭା ଆସନ ଏବଂ ୪ଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ହେବାକୁ ଯାଉଛି ।
ସମସ୍ତିପୁର ଲୋକସଭା ଉପନିର୍ବାଚନରେ ଲୋଜପାର ପି୍ରନ୍ସ ପାଶୱାନ୍‌ ଏନ୍‌ଡିଏର ପ୍ରାର୍ଥୀ ହୋଇଛନ୍ତି । ଲୋଜପା ଉପନିର୍ବାଚନ ପାଇଁ ପ୍ରଚାରକ ତାଲିକା ପ୍ରସ୍ତୁତ କରିଛି । ତାଲିକାରେ ଲୋଜପାର କିଛି ନେତାଙ୍କ ସମେତ ଭାଜପା ଓ ଜଦୟୁର ନେତାଙ୍କ ନାମ ରହିଛି । ତେବେ ନାମ ନାହିଁ ଗିରିରାଜ ସିଂଙ୍କର । ଏନେଇ ଉଠିଥିବା ପ୍ରଶ୍ନର ଉତ୍ତରରେ ଚିରାଗ ପାଶୱାନ ସଫେଇ ଦେଇଛନ୍ତି । ସେ କହିଛନ୍ତି ଯେ, ସ୍ଥାନୀୟ ଚାହିଦାକୁ ଦୃଷ୍ଟିରେ ରଖି ଆମେ ଏହି ତାଲିକା ପ୍ରସ୍ତୁତ କରୁଛୁ । ତାଲିକାରେ ମଧ୍ୟ ଲୋଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ରାମବିଳାସ ପାଶୱାନଙ୍କ ନାମ ନାହିଁ । ତେଣୁ ଏବିଷୟକୁ ନେଇ ଅଯଥା ବିବାଦ ସୃଷ୍ଟି କରିବା ଅନୁଚିତ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*