ଜଙ୍ଗଲ ଜମିରେ ମେଗା ପାନୀୟ ଜଳ ପ୍ରକଳ୍ପ ଜିଲ୍ଲାପାଳ ଓ ଡିଏଫଓଙ୍କୁ ଏନ୍ଜିଟିଙ୍କ ରିପୋର୍ଟ ତଲବ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : କେନ୍ଦ୍ରାପଡା/ମହାକାଳପଡା
ମହାକାଳପଡାରେ ଗତ ଡିସେମ୍ବର ମାସରେ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଥିବା ମେଗା ପାନ୍ୟ ଜଳ ପ୍ରକଳ୍ପ ଏନ୍ଜିଟି ଜାଲରେ ପଡିବାକୁ ଯାଉଛି । ୨୪୧ କୋଟି ବ୍ୟୟରେ ହେବାକୁ ଥିବା ଏହି ପ୍ରାସ୍ତାବିତ ପ୍ରକଳ୍ପ ଜଙ୍ଗଲ କିସମ ଜମିରେ ହେଉଥିବା ଅଭିଯୋଗ ହୋଇଛି । ପ୍ରସ୍ଥାବିତ ପ୍ରକଳ୍ପର ପ୍ରୋସେସିଂ ପ୍ଲାଣ୍ଟ ହେବାକୁ ଥିବା ଯାଗା ଜଙ୍ଗଲ କିସମର ହୋଇଥିବା ବେଳେ ମାମଲା ଏବେ ଜାତୀୟ ସବୁଜ ପ୍ରାଧିକରଣ (ଏନ୍ଜିଟି)ରେ ପହଞ୍ଚିଛି । ଭାରତ ସରକାରଙ୍କ ଫରେଷ୍ଟ କଂଜରଭେସନ୍ ଆକ୍ଟକୁ ଉଲଂଘନ କରାଯାଇ ବେଆଇନ୍ ଭାବେ ମାର୍ଶାଘାଇ ତହସିଲ ଅନ୍ତର୍ଗତ ମୌ-ମଣିକୁନ୍ଦାରେ ହାଲ୍ ଖତିଆନ ନଂ ୬୪୪, ପ୍ଲଟ ନଂ ୩୨୩,୩୬୩ କିସମ ଗ୍ରାମ୍ୟ ଜଙ୍ଗଲ ଜମି ଉପରେ ଗ୍ରାମ୍ୟ ଜଳ ଯାଗାଣ ବିଭାଗ ତତ୍ୱାବଧାନରେ ଏଲ୍ ଆନ୍ଦ ଟି ଠିକା ସଂସ୍ଥା ନିର୍ମାଣ କାର୍ଯ୍ୟ ଚଳାଇଛି । ଏ ସଂପର୍କରେ ସୂଚନା କର୍ମୀ ସମ୍ପଦ ସ୍ୱାଇଁ ଓ ଆଳୟ ସାମନ୍ତରାୟ ଏନ୍ଜିଟିର ଦ୍ୱାରସ୍ତ ହେଇଥିଲେ । ଆବେଦନ କାରୀଙ୍କ ପକ୍ଷରୁ ଜିଲ୍ଲା ପ୍ରଶାସନ, ଜଙ୍ଗଲ ଓ ପରିବେଶ ବିଭାଗ ପ୍ରମୁଖ ସଚିବ, ମୁଖ୍ୟ ଶାସନ ସଚିବ, କେନ୍ଦ୍ରାଞ୍ଚଳ ଆରଡିସି, କେନ୍ଦ୍ରାପଡା ଗ୍ରାମ୍ୟ ଜଳ ଯୋଗାଣ ନିର୍ବାହୀ ଯନ୍ତ୍ରୀ ଏବଂ ଡିଏଫ୍ଓ କଟକଙ୍କୁ ପକ୍ଷ ଭୁକ୍ତ କରାଯାଇ ଏନ୍ଜିଟିରେ ମାମଲା ଦାୟର କରାଯାଇଥିଲା । ତେବେ ଏହି ମାମଲାରେ ଶୁଣାଣି କରି ଏନ୍ଜିଟି କେନ୍ଦ୍ରାପଡା ଜିଲ୍ଲାପାଳ ଓ କଟକ ଡିଏଫ୍ଓଙ୍କୁ ଦୁଇ ସପ୍ତାହରେ ତଦନ୍ତ କରି ରିପୋର୍ଟ ଦେବାକୁ ନିଦେ୍ର୍ଦଶ ଦେଇଛନ୍ତି । ଏଥି ସହିତ ଜଙ୍ଗଲ କିସମ ଜମିରେ ବେଆଇନ୍ ନିର୍ମାଣ କାର୍ଯ୍ୟ ହେଉଥିଲେ କାର୍ଯ୍ୟାନୁଷ୍ଠାନ ନେବାକୁ ନିଦେ୍ର୍ଦଶ ରହିଥିବା ଜଣାପଡିଛି । ମେଗା ପାନ୍ୟଜଳ ପ୍ରକଳ୍ପ ପାଇଁ ଦୁଇଟି ପୋସେସିଂ ପ୍ଲାଣ୍ଟ ହେବ । ଏଥି ମଧ୍ୟରୁ ଗୋଟିଏ ଏନ୍ଜିଟିରେ ପହଞ୍ଚôବା ପରେ ଧାର୍ଯ୍ୟ ସମୟ ମଧ୍ୟରେ ପ୍ରକଳ୍ପ ଶେଷ ହେବା ନେଇ ଅନିଶ୍ଚିତତା ଦେଖା ଦେଇଛି । ଆବେଦନ କରୀଙ୍କ ପକ୍ଷରୁ ଏହି ମାମଲା ଆଇନ୍ଜୀବୀ ଶଙ୍କର ପ୍ରସାଦ ପାଣି ପରିଚାଳନା କରୁଛନ୍ତ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*