ଜଙ୍ଗଲ ଅଧିକାର ଆଇନ୍କୁ ଅକାମୀ କରୁଛନ୍ତି ସରକାର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ: ଭୁବନେଶ୍ୱର

କମ୍ପାନୀ ଓ ଶିଳ୍ପପତିମାନଙ୍କ ସ୍ୱାର୍ଥରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଜଙ୍ଗଲ ଅଧିକାର ଆଇନ୍କୁ ଅକାମୀ କରିବା ପାଇଁ ସମସ୍ତ ଷଡ଼ଯନ୍ତ୍ର କରି ଚାଲିଛନ୍ତି ବୋଲି ସିଏସ୍ଡ଼ି ଓଡ଼ିଶା ପକ୍ଷରୁ ଆୟୋଜିତ ପ୍ରତିବାଦ ବିକ୍ଷୋଭ ଓ ଧାରଣାର ଶେଷ ଦିନରେ ଅଭିଯୋଗ କରାଯାଇଥିଲା । ଗ୍ରାମସଭା ସମୂହ ଓ ଭୂମି ଅଧିକାର ଆନେ୍ଦାଳନ ସହ ଗତ ୧୮ ନଭେମ୍ବରରୁ ଆରମ୍ଭ ହୋଇଥିବା ଗଣପ୍ରତିବାଦ ଓ ଧାରଣାରେ ପ୍ରଥମ ଦିନରେ ଅବିଭକ୍ତ ଗଞ୍ଜାମ ଓ କୋରାପୁଟ ଜିଲ୍ଲା, ଦ୍ୱିତୀୟ ଦିନରେ ବଲାଙ୍ଗୀର, ସୋନପୁର ଏବଂ ତୃତୀୟ ଦିନରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ଢେଙ୍କାନାଳ, ସମ୍ବଲପୁର, ଯାଜପୁର ଓ କେନ୍ଦୁଝର ଇତ୍ୟାଦି ଜିଲ୍ଲାର ଆଦିବାସୀ ଓ ପାରମ୍ପରିକ ବନବାସୀମାନେ ଏହି ବିକ୍ଷୋଭ ଓ ପ୍ରତିବାଦରେ ସାମିଲ୍ ହୋଇଥିଲେ । ସିଏସ୍ଡି ରାଜ୍ୟ ଆବାହକ ଗୋପୀନାଥ ମାଝୀ, ରାଜ୍ୟ ଆବାହକ ମନ୍ଦଳୀର ବରିଷ୍ଠ ସଦସ୍ୟ ପ୍ରଦୀପ ସାହୁ ପ୍ରମୁଖଙ୍କ ନେତୃତ୍ୱରେ ଏହି ପ୍ରତିବାଦ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଜଙ୍ଗଲ ଅଧିକାର ଆଇନ୍ର କାର୍ଯ୍ୟକାରିତା ଆରମ୍ଭ ହେବା ସଙ୍ଗେ ସଙ୍ଗେ ରାଷ୍ଟ୍ରର ନବ୍ୟ ଉଦାରବାଦୀ ଓ ପ୍ରାକୃତି ସମ୍ବଳ ଲୁଣ୍ଠନରେ ଆଧାରିତ ପୁଞ୍ଜିବାଦୀ ଅର୍ଥନୀତିକୁ ନିୟନ୍ତ୍ରଣ କରୁଥିବା ଶିଳ୍ପପତି, ପୁଞ୍ଜିପତି ଓ ଖଣି କମ୍ପାନୀମାନଙ୍କ ମଧ୍ୟରେ ଭାଳେଣି ବଢିଗଲା । ଆଦିବାସୀ ଓ ପାରମ୍ପରିକ ବନବାସୀମାନଙ୍କୁ ଜଙ୍ଗଲ ଓ ଜମି ଉପରେ ଅଧିକାର ନ ମିଳୁ ଯାହାଦ୍ୱାରା ସେମାନଙ୍କ ପାଇଁ ରାସ୍ତା ସହଜ ହେବ ବୋଲି ସେମାନଙ୍କ ପାଇଁ ଓକିଲାତି କରୁଥିବା ସରକାର ଗତ ୭ ବର୍ଷ ମଧ୍ୟରେ ଜଙ୍ଗଲ ଅଧିକାର ଆଇନ୍କୁ ଦମନ କରିବା ଓ ଏହାକୁ ପଙ୍ଗୁ କରିଦେବା ପାଇଁ ବିପରୀତ ଧର୍ମୀ ଆଇନ୍ ପ୍ରଣୟନର ଉଦ୍ୟମ କରିଚାଲିଛନ୍ତି ବୋଲି ସଂଗଠନର ନେତୃବୃନ୍ଦ ଅଭିଯୋଗ କରିଥିଲା । ଦୀର୍ଘ ଦିନ ଧର ଜଙ୍ଗଲ ଅଧିକାର ଦାବିଗୁଡ଼ିକର ସ୍ଥିତି ବିଷୟରେ ଗ୍ରାମସଭା କିମ୍ବା ଦାବିଦାରମାନଙ୍କୁ ଜଣାଯାଉ ନାହିଁ । କେନ୍ଦୁଝର, ସୁନ୍ଦରଗଡ଼, କୋରାପୁଟ, ଯାଜପୁର, ରାୟଗଡ଼ା ଆଦି ଜିଲ୍ଲାର ଖଣି ଅଞ୍ଚଳରେ ଦାବି ଦାଖଲ ଓ ସ୍ୱୀକୃତି ପ୍ରକ୍ରିୟାକୁ ଶିଥିଳ କରାଯାଉଛି ଓ ଲୋକମାନଙ୍କ ମଧ୍ୟରେ ସରକାରୀ ଅଧିକାରୀ, ପୁଲିସ୍ ପ୍ରଶାସନ, କମ୍ପାନୀ ଦଲାଲ, ସ୍ଥାନୀୟ ରାଜନେତା ତଥା କଣ୍ଟ୍ରାକ୍ଟର ଓ ଠିକାଦାରଙ୍କ ଦ୍ୱାରା ଭୟର ବାତାବରଣ ସୃଷ୍ଟି କରାଯାଉଛି । ତିନିଦିନିଆ ଗଣପ୍ରତିବାଦ ଓ ଧାରଣା କାର୍ଯ୍ୟକ୍ରମ ପରେ ଏକ ୫ଜଣିଆ ପ୍ରତିନିଧି ମନ୍ଦଳୀ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଥିଲେ ଓ ସୁପି୍ରମକୋର୍ଟଙ୍କ ଉଦେ୍ଦଶ୍ୟରେ ସଂଗଠନର ଉଦ୍ବେଗକୁ ସ୍ମାରକପତ୍ର ମାଧ୍ୟମରେ ପ୍ରେରଣ କରାଯାଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*