ଜଗତସିଂହପୁର ହେଉଛି କଳାର ମାଟି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ଜଗତସିଂହପୁର

ଜଗତସିଂହପୁରଠାରେ ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ଉଦ୍ଘାଟିତ ହୋଇଯାଇଛି । ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର କହିଥିଲେ ଯେ ସ୍ୱାମୀ ବିବେକାନନ୍ଦ ହେଉଛନ୍ତି ଯୁବ ସମାଜର ଆ ଦର୍ଶ । ତାଙ୍କର ପ୍ରତ୍ୟେକଟି ବାଣୀ ଯୁବ ଚେତନାକୁ ଉନ୍ମେଷ କରିଥାଏ । ବିବେକାନନ୍ଦଙ୍କର ମାନବିକ ଚିନ୍ତାଧାରାରେ ଅନୁପ୍ରାଣିତ ହେଲେ ବ୍ୟକ୍ତିତ୍ୱର ବିକାଶ ଘଟିବ ।
ଚଳିତ ବର୍ଷ ଯୁବ ମହୋତ୍ସବ ୨ଦିନ ଧରି ପାଳନ କରିବା ପାଇଁ ନୀତିଗତ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ଏବଂ ଆସନ୍ତା ବର୍ଷ ରାଜ୍ୟସ୍ତରୀୟ ଯୁବ ମହୋତ୍ସବ ଜଗତସିଂହପୁର ଠାରେ ଆୟୋଜନ କରିବାକୁ ପ୍ରଚେଷ୍ଟା କରାଯିବ । ଏହି ଉତ୍ସବରେ ସଭାପତିତ୍ୱ କରି ପ୍ରକଳ୍ପ ନିଦେ୍ର୍ଦଶକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସରୋଜକାନ୍ତ ମହାନ୍ତି କହିଥିଲେ ଯେ ଜଗତସିଂହପୁର ଏକ କଳାର ମାଟି । ଏହି ମାଟିରେ ଅନେକ ପ୍ରତିଭାବାନ ବ୍ୟକ୍ତି ଜନ୍ମ ନେଇ ପ୍ରତିଭାର ପରାକାଷ୍ଠା ବିଭିନ୍ନ କ୍ଷେତ୍ରରେ ପ୍ରତିପାଦନ କରିଛନ୍ତି । ଏହି ଉତ୍ସବରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ ଯୋଗଦେଇ କହିଥିଲେ ଯେ ଜଗତସିଂହପୁର ଜିଲ୍ଲା କଳାକାରମାନଙ୍କର ଜିଲ୍ଲା । ଏହି କାର୍ଯ୍ୟକ୍ରମ ସେହି ପ୍ରତିଭାଧାରୀ ବ୍ୟକ୍ତିମାନଙ୍କୁ ଆଗକୁ ଆଣିବାରେ ସହାୟକ ହେବ । ଏହି ଉତ୍ସବରେ ଯୋଗଦେଇ ବରିଷ୍ଠ ଆଇନଜୀବୀ ତଥା ଜିଲ୍ଲା କ୍ରୀଡା ସଂସଦର ସମ୍ପାଦକ ଦୋଳଗୋବିନ୍ଦ ଦାଶ କହିଥିଲେ ଯେ ଆମ ଭିତରେ ଥିବା ଦୃଢ ଇଚ୍ଛାଶକ୍ତି ଓ ମନୋବଳ ଆମକୁ ପ୍ରତ୍ୟେକ କ୍ଷେତ୍ରରେ ଆଗକୁ ନେବାରେ ସହାୟକ ହେବ । ପ୍ରାରମ୍ଭରେ ଜିଲ୍ଲା ବିଜ୍ଞାନ ପରିଦର୍ଶକ ସୁଭାଷ ଚନ୍ଦ୍ର ରାଉତ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସହାୟକ ଜିଲ୍ଲାପାଳ ତଥା ଜିଲ୍ଲା କ୍ରୀଡ଼ା ଅଧିକାରିଣୀ ବିନୀତା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*