ଛୁଇଁଲାନି କିିନ୍ତୁ ଭାରି କ୍ଷତି କଲା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ଓଡ଼ିଶା ପାର୍‌ ହୋଇଗଲା ବାତ୍ୟା ବୁଲ୍‌ବୁଲ୍‌ । ଗଙ୍ଗାସାଗର ଓ ବାଂଲାଦେଶ ମଝିରେ ସୁନ୍ଦରବନ ଉପକୂଳ ଛୁଇଁଲା ଶନିବାର ରାତିରେ । ଓଡ଼ିଶା ଉପକୂଳରେ ମାଡ଼ କଲାନାହିଁ ସିନା ବୁଲ୍‌ବୁଲ୍‌, କିନ୍ତୁ ଜଗତସିଂହପୁର ଏବଂ ଭଦ୍ରକ ଜିଲାରେ ବ୍ୟାପକ କ୍ଷୟକ୍ଷତି ଘଟାଇଲା ବର୍ଷା ଓ ବାତ୍ୟା । ତା’ଛଡ଼ା ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ବାଲେଶ୍ୱର ଓ ଯାଜପୁରରେ ବର୍ଷା କାରଣରୁ ଖରିଫ୍‌ ଧାନ ଓ ପନିପରିବା ଚାଷର କ୍ଷତି ଘଟିଲା ପ୍ରବଳ । କ୍ଷୟକ୍ଷତିର ଆକଳନ ହୋଇନାହିଁ ସିନା ପ୍ରାଥମିକ ଆକଳନ ଅନୁସାରେ ୫ଟି ଜିଲାରେ ବୁଲ୍‌ବୁଲ୍‌ କାରଣରୁ ୫ଲକ୍ଷ ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଛି । କେତେକ ଅଞ୍ଚଳରେ ବିଦୁ୍ୟତ୍‌ ଏବଂ ଯୋଗାଯୋଗ ବ୍ୟବସ୍ଥା ପ୍ରଭାବିତ ହୋଇଛି ଏହି ବାତ୍ୟା ଯୋଗୁଁ । କିନ୍ତୁ କୌଣସି ଧନଜୀବନ ଘଟିଥିବାର ସୂଚନା ମିଳିନାହିଁ ।
ସାମୁଦି୍ରକ ଝଡ଼ ବୁଲ୍‌ବୁଲ୍‌ ପ୍ରଭାବରେ ରାଜ୍ୟର ଉପକୂଳବର୍ତ୍ତୀ ୫ଟି ଜିଲାରେ ପ୍ରବଳ ବର୍ଷା ଓ ପବନ ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଛି । ଶୁକ୍ରବାର ରାତି ଠାରୁ ଜଗତସିଂହପୁର,କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଓ ଯାଜପୁରର କିଛି ଅଞ୍ଚଳରେ ପ୍ରବଳ ହୋଇଛି । ବର୍ଷା ସହିତ ପବନର ଗତି ବଢିବାରୁ ଅଧିକାଂଶ ସ୍ଥାନରେ ଗଛ ଉପୁଡି ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ପବନ ଯୋଗୁ ବିଦୁ୍ୟତ୍‌ ଲାଇନ୍‌ ବିଚ୍ଛିନ୍ନ ହେବାରୁ ଅଧିକାଂଶ ଅଞ୍ଚଳ ଅନ୍ଧାରରେ ରହିଛି । ସମୁଦ୍ର ମଧ୍ୟରେ ଫଶି ରହିଥିବା ୮ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ପ୍ରଭାବିତ ଅଞ୍ଚଳରେ ଉଦ୍ଧାରକାରୀ ଦଳ କାର୍ଯ୍ୟରେ ଲାଗିଛନ୍ତି ।
ବୁଲ୍‌ବୁଲ୍‌ ଶୁକ୍ରବାର ରାତିରେ ପାରାଦୀପ ଠାରୁ ୯୫ କିଲୋମିଟର ଦକ୍ଷିଣପୂର୍ବ ଦିଗରେ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହେବାରୁ ଏହାର ପ୍ରଭାବ ପଡିଛି । ପାରାଦୀପ, ରାଜନଗର,ଚାନ୍ଦବାଲି, ବାସୁଦେବପୁର, ଭଦ୍ରକ, ଓ ବାଲେଶ୍ୱର ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ଏହିସବୁ ସ୍ଥାନରେ ପବର ବେଗ ୯୦ ରୁ ୧୧୦ କିଲୋମିଟର ବେଗରେ ପ୍ରବାହିତ ହେବାରୁ ବହୁ ସଂଖ୍ୟକ ଗଛ ଉପୁଡି ପଡିଛି । ଏହାଦ୍ୱାରା ବିଭିନ୍ନ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଏହି ସମୟରେ ଅଧିକ ବର୍ଷା ଅନୁଭୂତ ହୋଇଛି । ପାରାଦୀପରେ ସର୍ବାଧିକ ୧୮୫ ମିଲିମିଟର ବର୍ଷା ହୋଇଥିବା ବେଳେ କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱରରେ ୧୩୫ ମିଟର ପର୍ଯ୍ୟନ୍ତ ବର୍ଷା ରେକର୍ଡ କରାଯାଇଛି । ପ୍ରବଳ ବର୍ଷା ଯୋଗୁ କେତେକ ସ୍ଥାନରେ ମାଟି ଘର ଭାଙ୍ଗିବା ସହ ଆଜବେଷ୍ଟ ଉଡିଯାଇଥିବା ଦେଖିବାକୁ ମିଳିଛି । ବାତ୍ୟା ସ୍ଥିତି ନେଇ କେନ୍ଦ୍ର କ୍ୟାବିନେଟ୍‌ ସଚିବଙ୍କ ସହିତ ଓଡ଼ିଶା, ପଶ୍ଚିମବଙ୍ଗ ରାଜ୍ୟର ମୁଖ୍ୟ ଶାସନସଚିବ ଭିଡ଼ିଓ କନଫରେନ୍ସିରେ ଆଲୋଚନା କରିଥିଲେ । ଝଡ଼ର ପ୍ରଭାବ ଓ ଚାଷ କ୍ଷୟକ୍ଷତି ନେଇ ଆଲୋଚନା କରାଯାଇଥିଲା ବୋଲି ମୁଖ୍ୟ ଶାସନ ସଚିବ ଅସିତ୍‌ ତି୍ରପାଠୀ ସୂଚନା ଦେଇଛନ୍ତି । ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର ଓ ଯାଜପୁରର କିଛି ଅଞ୍ଚଳରେ ହୋଇଥିବା କ୍ଷୟକ୍ଷତି ନେଇ କ୍ୟାବିନେଟ୍‌ ସଚିବଙ୍କୁ ଅବଗତ କରାଯାଇଛି । ଏହିସବୁ ଜିଲାର ୬ଲକ୍ଷ ହେକ୍ଟର ଚାଷ ଜମି ୩୦ ରୁ ୪୦ ଭାଗ ନଷ୍ଟ ହୋଇଛି । ଅମଳ ହେବାକୁ ଥିବା ଚାଷ ଅଧିକ କ୍ଷତିଗ୍ରସ୍ତ ହୋଇଛି । ଗୋଟିଏ ୩୩ କେଭି ଓ ଗୋଟିଏ ୧୧ କେଭି ବିଦୁ୍ୟତ୍‌ ଲାଇନ୍‌ ନଷ୍ଟ ହୋଇଛି । ଏହାକୁ ମରାମତି କରିବା ପାଇଁ ୨ ରୁ ୩ ଦିନ ସମୟ ଲାଗିଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି । ବାତ୍ୟା ଯୋଗୁ ହୋଇଥିବା କ୍ଷୟକ୍ଷତି ଆକଳନ ନିମନ୍ତେ କେନ୍ଦ୍ର ସ୍ୱରାଷ୍ଟ୍ର ବିଭାଗ ଏକ ଆଗୁଆ ପ୍ରତିନିଧି ଦଳ ପଠାଇବାକୁ ଅନୁରୋଧ ହୋଇଛି । କେନ୍ଦ୍ରୀୟ ପ୍ରତିନିଧି ଦଳ କ୍ଷୟକ୍ଷତି ଆକଳନ କଲେ କ୍ଷତିଗ୍ରସ୍ତ ପରିବାରଗୁଡିକୁ ସହାୟତା ରାଶି ଯୋଗାଇ ଦିଆଯିବ ବୋଲି ମୁଖ୍ୟ ଶାସନ ସଚିବ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ବୁଲ୍‌ବୁଲର ପ୍ରଭାବ ନେଇ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କୃଷି ଉତ୍ପାଦନ କମିଶନରଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଚାଷ କ୍ଷତିର ଆକଳନ ସହିତ ଉଦ୍ଧାର ଓ ଥଇଥାନ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ ଉପରେ ସମୀକ୍ଷା କରାଯାଇଛି । ବୈଠକ ସମ୍ପର୍କରେ ସ୍ୱତନ୍ତ୍ର ରିଲିଫ କମିଶନର ସୂଚନା ଦେଇ କହିଛନ୍ତି ୧୫୦ ରୁ ଅଧିକ ଉଦ୍ଧାରକାରୀ ଦଳଙ୍କୁ ଲଗାଇ ସ୍ଥିତି ସ୍ୱଭାବିକ କରାଯାଉଛି । ପାରାଦୀପ, ରାଜନଗର, ବାସୁଦେବପୁର, ଚାନ୍ଦବାଲି, ଭଦ୍ରକ ଓ ବାଲେଶ୍ୱରର ବିଭିନ୍ନ ରାସ୍ତାରେ ଉପୁଡି ପଡିଥିବା ଗଛକୁ କାଟି ସଫା କରାଯାଉଛି । ଚାଷ କ୍ଷୟକ୍ଷତି ଆକଳନ ପାଇଁ ରାଜ୍ୟ ସରକାରଙ୍କର ଗୋଟିଏ ପ୍ରତିନିଧି ଦଳ କ୍ଷତିଗସ୍ତ ଅଞ୍ଚଳ ଅନୁଧ୍ୟାନ ପାଇଁ ପଠାଯାଇଛି । ବାଲେଶ୍ୱର ଜିଲାର ୮ଜଣ ମତ୍ସ୍ୟଜୀବୀ ସମୁଦ୍ର ମଧ୍ୟରେ ଥିବା ଏକ ଦ୍ୱିପାଞ୍ଚଳରେ ଫଶି ରହିଥିଲେ । ବୋଟ୍‌ ବୁଡିଯିବାରୁ ସେମାନେ ସାରା ରାତି ଦ୍ୱିପରେ ଥିବା ଏକ ଗଛ ଉପରେ ଆଶ୍ରୟ ନେଇଥିଲେ । ଶନିବାର ଦିନ ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ଗୁରୁତର ଥିବା ଦୁଇଜଣଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବର୍ଷା ଓ ପବନର ବେଗ ଆକଳନ ଠାରୁ ଅଧିକ ହୋଇଥିବା ପାଣିପାଗ ବିଭାଗ ରେକର୍ଡ କରିଛି । ପାରଦୀପ ଠାରୁ ୯୫ କିଲୋମିଟର ଦୂରରେ ବୁଲ୍‌ବୁଲ୍‌ କେନ୍ଦ୍ରିଭୂତ ହୋଇଥିବା ବେଳେ ଧାମରାରେ ୧୧୦ କିଲୋମିଟର ବେଗରେ ପବନ ପ୍ରବାହିତ ହୋଇଥିଲା । ପାରାଦୀପ, ରାଜନଗର, ଚାନ୍ଦବାଲିରେ ଏହି ସମୟରେ ୯୦ କିଲୋମିଟର ବେଗରେ ପବନ ବୋହିବାରୁ ବ୍ୟାପକ କ୍ଷୟକ୍ଷତି ସହ ଫସଲ ନଷ୍ଟ ହୋଇଥିବା ରିଲିଫ କମିଶନର କହିଛନ୍ତି ।
ବୁଲ୍‌ବୁଲ୍‌ ଶୁକ୍ରବାର ଦିନ ଅପରାହ୍ନ ସୁଦ୍ଧା ଓଡ଼ିଶା ଉପକୂଳରୁ ଉତ୍ତରପୂର୍ବ ମୁହାଁ ହୋଇ ସୁନ୍ଦରବନ ଆଡ଼କୁ ଗତି କରିଛି । ଶୁକ୍ରବାର ରାତିରେ ଏହା ସ୍ଥଳ ଭାଗ ଛୁଇଁବା ସମୟରେ ବ୍ୟାପକ ପବନ ସହ ବର୍ଷା ଅନୁଭୂତ ହୋଇଛି । ଅପରାହ୍ନ ଠାରୁ ଦିଘା ଓ ହଳଦିଆ ବନ୍ଦର ଅଞ୍ଚଳରେ ପ୍ରବଳ ପବନ ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି । ବିପଦ ଆଶଙ୍କାରେ କେନ୍ଦ୍ରାପଡ଼ାରୁ ୧୧୩୯ ଜଣ, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱରରୁ ୨୫୦୦ ବିପନ୍ନ ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ରଖାଯାଇଛି । ପଶ୍ଚିମବଙ୍ଗର ୪୨ଟି ବୋଟରେ ଥିବା ୪୫୦ ରୁ ଅଧିକ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ଆଶ୍ରୟ ଦିଆଯାଇଛି । ସ୍ଥାନାନ୍ତର ହୋଇଥିବା ବିପନ୍ନମାନଙ୍କୁ ଜିଲା ପ୍ରଶାସନ ପକ୍ଷରୁ ଖାଦ୍ୟପେୟର ବନେ୍ଦାବସ୍ତ କରାଯାଇଥିବା ବେଳେ ଅଧିକାଂଶ ସ୍ଥାନରେ ଏଥିରେ ବ୍ୟତିକ୍ରମ ଦେଖାଦେଇଛି । ଶୁକ୍ରବାର ରାତିରୁ ସୁରକ୍ଷିତ ସ୍ଥାନକୁ ଅଣାଯାଇଥିବା ଏହି ଲୋକମାନଙ୍କୁ ଗୋଟିଏ ଲେଖାଏଁ ବିସ୍କୁଟ୍‌ ପ୍ୟାକେଟ ଦିଆଯାଇଥିବା ଅଭିଯୋଗ ହୋଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*