ଛାତ୍ରଛାତ୍ରୀଙ୍କୁ ଭଲ ନାଗରିକ ବନାନ୍ତୁ: ଶକ୍ତିକାନ୍ତ ଦାସ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର

ଛାତ୍ରଛାତ୍ରୀମାନେ ରାଷ୍ଟ୍ରର ଆଦର୍ଶ ନାଗରିକ ହେବା ଲକ୍ଷ୍ୟ ନେଇ ପାଠ ପଢ଼ନ୍ତୁ । ଶିକ୍ଷକ ବି ଛାତ୍ରଛାତ୍ରୀଙ୍କୁ ସେହି ପଥ ଦେଖେଇବା ଆବଶ୍ୟକ । କୌଣସି ବତ୍ତିଗତ ଆଶା ପଛରେ ନ ଧାଇଁ ଦେଶର ସଚେତନ ନାଗରିକ ବନିବା ହିଁ ସବୁ ପିଲାଙ୍କର ଲକ୍ଷ୍ୟ ରହିବା ଉଚିତ୍ ବୋଲି କହିଛନ୍ତି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ଶନିବାର ଆୟୋଜିତ ଡିଏମ ସ୍କୁଲର ପୂରାତନ ବନ୍ଧୁ ମିଳନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ଦାସ ଏହି ମତ ଦେଇଛନ୍ତି । ଡିଏମ ସ୍କୁଲ ଇତିହାସର ଶକ୍ତିକାନ୍ତ ହେଉଛନ୍ତି ଶ୍ରେଷ୍ଠ ଛାତ୍ର । ଶ୍ରୀ ଦାସ ଆହୁରି କହିଥିଲେ ଯେ, ସେ ଯେତେବେଳେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ପାଇଁ ନିଯୁକ୍ତ ହୋଇଥିଲେ, ସେତେବେଳେ ସ୍କୁଲରେ ଯେଉଁ ଉତ୍ସବ ପାଳନ ହୋଇଥିଲା ତାହା ତାଙ୍କ ଜୀବନର ଅବିସ୍ମରଣୀୟ ହୋଇ ରହିବ । ଡିଏମ ସ୍କୁଲ ଅନେକ ସଫଳ ବିଦ୍ୟାର୍ଥୀଙ୍କୁ ଗଢ଼ିଛି ଯେଉଁମାନେ ଭାରତୀୟ ଲୋକ ସେବା, ଚଳଚ୍ଚିତ୍ର ଓ ବିଦେଶରେ ସ୍କୁଲ ପାଇଁ ସୁନାମ ଆଣିଛନ୍ତି ।
ରିଜର୍ଭ ବ୍ୟାଙ୍କର ଅନେକ ମୁଖ୍ୟ ଭୂମିକା ବିଷୟରେ କହିଥିଲେ ଯେ, ଏହା କେବଳ ଟଙ୍କା ଛାପି ବାଣ୍ଟେ ନାହିଁ । ଦେଶର ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ରିଜର୍ଭ ବ୍ୟାଙ୍କର ମୁଖ୍ୟ ଭୂମିକା ରହିଛି । ଦେଶରେ ରହିଥିବା ଅନ୍ୟ ବ୍ୟାଙ୍କଗୁଡ଼ିକର ପରିଚାଳନା, ମୁଦ୍ରା ସ୍ଫିତି, ବୈଦେଶିକ ନିବେଶ ଆଦି ବିଭିନ୍ନ ମୁଖ୍ୟ ଅର୍ଥନୈତିକ ବ୍ୟାପାରରେ ରିଜର୍ଭ ବ୍ୟାଙ୍କର ବଡ଼ ଭୂମିକା । ବିଶ୍ୱର ଯେକୌଣସି ବି ଅଂଶରେ କିଛି ଘଟିଲେ ଭାରତୀୟ ଅର୍ଥନୀତି ଉପରେ ଅଳ୍ପ ହେଲେ ବି କିଛି ପ୍ରଭାବ ପଡ଼ିଥାଏ । ସେସବୁକୁ ଲକ୍ଷ କରି ରିଜର୍ଭ ବ୍ୟାଙ୍କକୁ ନିଷ୍ପତି ନିର୍ଣ୍ଣୟ କରିବାକୁ ପଡ଼ିଥାଏ । ଏହି କାର୍ଯ୍ୟକ୍ରମରେ ସମ୍ମାନୀୟ ଅତିଥି ଭାବେ ଡ଼ା. ବସନ୍ତ କୁମାର ମିଶ୍ର ବିଶିଷ୍ଟ ନୁ୍ୟରୋସର୍ଜନ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପୂର୍ବରୁ ପୁଲୱାମା ଶହୀଦ୍ଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*