ଛାଣିପୁର ନୋଡ଼ାଲ ହାଇସ୍କୁଲରେ ଅବ୍ୟବସ୍ଥା: ତାଲା ପକାଇ ଧାରଣା ଦେଲେ ଅଭିଭାବକ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ସାଲେପୁର

ଦୀର୍ଘଦିନ ଧରି ଛାଣିପୁର ନୋଡ଼ାଲ ଉଚ୍ଚବିଦ୍ୟାଳୟରେ ବ୍ୟାପକ ଅବ୍ୟବସ୍ଥା ନେଇ ବୁଧବାର ସ୍ଥାନୀୟ ଗ୍ରାମବାସୀ, ଅଭିଭାବକ ଓ ପରିଚାଳନା କମିଟି ସଦସ୍ୟମାନେ ବିଦ୍ୟାଳୟରେ ତାଲା ପକାଇ ଗଣଧାରଣାରେ ବସିଥିଲେ । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଧାରଣା ଚାଲୁ ରହିବ ବୋଲି ଧାରଣାକାରୀମାନେ ଚେତାବନୀ ଦେଇଛନ୍ତି । ଫଳରେ ବୁଧବାର ପାଠପଢ଼ା ହୋଇପାରି ନଥିଲା । ପ୍ରକାଶ ଯେ, ୧୯୬୩ ମସିହାରେ ଛାଣିପୁର ନୋଡ଼ାଲ ଉଚ୍ଚବିଦ୍ୟାଳୟ ସ୍ଥାପିତ ହୋଇଥିଲା । ଏହା ଏକ ପ୍ରମୁଖ ବିଦ୍ୟାଳୟ ହୋଇଥିବାବେଳେ ଏଠାରେ ଏବେ ବ୍ୟାପକ ଅବ୍ୟବସ୍ଥା ଦେଖାଯାଇଛି । ଦୀର୍ଘ ଦିନ ଧରି ବିଦ୍ୟାଳୟରେ ସ୍ଥାୟୀ ପ୍ରଧାନଶିକ୍ଷକ ପଦବୀ ଖାଲି ପଡିଥିବାବେଳେ ଉର୍ଦ୍ଦୁ, ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ପଦ ଦୀର୍ଘ ୫ବର୍ଷ ଧରି ଖାଲିପଡିଛି । ଛାତ୍ରଛାତ୍ରୀମାନେ ଏହିସବୁ ଶିକ୍ଷାରୁ ବଞ୍ଚôତ ହେଉଛନ୍ତି । ସେହିପରି ବିଦ୍ୟାଳୟର ପିଅନ ଓ ରାତ୍ର ଜଗୁଆଳୀ ନଥିବାରୁ ବ୍ୟାପକ ସମସ୍ୟା ଉପୁଜିଛି । ଦୀର୍ଘଦିନ ଧରି ସ୍କୁଲ ଘର ମରାମତି କରାଯାଇ ନଥିବାରୁ ବିପଦ ସଂକୁଳ ଅବସ୍ଥାରେ ଶ୍ରେଣୀଗୃହରେ ଛାତ୍ରଛାତ୍ରୀମାନେ ପାଠ ପଢ଼ୁଥିବା ଅଭିଯୋଗ ହୋଇଛି । ସେହିପରି ବିଦ୍ୟାଳୟରେ ଥିବା ଜଣେ ଦୁର୍ନୀତିଗ୍ରସ୍ତ ଓ ନିଶାସକ୍ତ କିରାଣୀଙ୍କୁ ତୁରନ୍ତ ବଦଳି କରାଯାଇ ତାଙ୍କ ସ୍ଥାନରେ ନୂଆ କିରାଣୀ ନିଯୁକ୍ତି ଦେବା, ପିଇବା ପାଣିର ତୁରନ୍ତ ବ୍ୟବସ୍ଥା କରାଯିବା, ଶୌଚାଳୟ ମରାମତି, ମଧ୍ୟାହ୍ଣଭୋଜନରେ ସ୍ୱଚ୍ଛତା ଆଦି ବିଦ୍ୟାଳୟର ବିଭିନ୍ନ ସମସ୍ୟା ନେଇ ବୁଧବାର ବିଦ୍ୟାଳୟ ସମ୍ମୁଖରେ ଶତାଧିକ ଗ୍ରାମବାସୀ, ଅଭିଭାବକ ଓ ପରିଚାଳନା କମିଟିର ସଭାପତି, ସଦସ୍ୟମାନେ ଗଣଧାରଣାରେ ବସିଥିଲେ । ଯେ ପର୍ଯ୍ୟନ୍ତ ସେମାନଙ୍କ ଦାବି ପୂରଣ କରାନଯାଇଛି ସେପର୍ଯ୍ୟନ୍ତ ଆନେ୍ଦାଳନ ଚାଲୁରହିବ ବୋଲି ସେମାନେ ପ୍ରକାଶ କରିଛନ୍ତି । ଧାରଣାରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସଂଗ୍ରାମ ପଟ୍ଟନାୟକ, ୱାର୍ଡସଭ୍ୟା ସରସ୍ୱତୀ ପରିଜା, ୱାର୍ଡ ସଭ୍ୟ ବାବୁ ସାମଲ, ସଂଯୁକ୍ତା ପରିଡ଼ା, ବିଜୟ କୁମାର ଦାସ, ପ୍ରିୟଙ୍କା ନାୟକଙ୍କ ସମେତ ବହୁ ଗ୍ରାମବାସୀ ସାମିଲ ହୋଇଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*